ମହାଶିବରାତ୍ରି ଦିନ 599 ବର୍ଷପରେ ପଡୁଛି ମହାସଂଯୋଗ, କରନ୍ତୁ କେବଳ ଏହି ଗୋଟିଏ ଉପାୟ ସବୁ ମନସ୍କାମନା ହେବ ପୁରୁଣ

ବନ୍ଧୁଗଣ ଫାଲ୍ଗୁନ ମାସର ଶିବରାତ୍ରିକୁ ମହା ଶିବରାତ୍ରି କୁହାଯାଏ । ଶିବରାତ୍ରି ଫାଲଗୁନ ମାସର ଚତୁର୍ଦ୍ଦଶ ତିଥିରେ ପାଳନ କରାଯାଏ  ଚଳିତ ବର୍ଷ ମାର୍ଚ୍ଚ 18 ରେ ଶିବରାତ୍ରି ପଡିବାକୁ ଯାଉଛି । ପୌରାଣିକ କଥା ଅନୁଯାୟୀ ଫାଲ୍ଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀକୁ ଭଗବାନ ଶିବ ଓ ମା ପାର୍ବତୀଙ୍କର ବିବାହ ହୋଇଥିଲା । ତେଣୁ ଏହି କାରଣରୁ ମହାଶିବରାତ୍ରିକୁ ବହୁତ ପବିତ୍ର ପର୍ବ ବୋଲି ମାନାଯାଏ ।

ହିନ୍ଦୁ ଧର୍ମରେ ଶିବାରାତ୍ରି ବା ଜାଗର ର ବିଶେଷ ମହତ୍ଵ ରହିଛି । ଆଜି ଆମେ ଆପଣଙ୍କୁ ଶିବରାତ୍ରିରେ କେଉଁ ଉପାୟ କରିଲେ ମନସ୍କାମନା ପୂରଣ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ଶିବରାତ୍ରି ଦିନ ସ୍ନାନ କରି ମହାଦେବଙ୍କ ପୂଜା କରିବା ସମୟରେ ଏହି ଉପାୟ କରି ପୂଜା କରନ୍ତୁ ।

ପୂଜା ପାଇଁ ପ୍ରଥମେ ଗୋଟେ ଥାଳି ନେଇ ୫ ପ୍ରକାରର ଫଳ, କିଛି ଫୁଲ, ଦୁଦୁରା ଫୁଲ ଓ ତାର କଣ୍ଟା ଫଳ, ୫ଟି ବେଲପତ୍ର, ନାଲି ସୂତା, ଲବଙ୍ଗ, ଗୁଜୁରାତି ଓ ଗୁଆ  ଦୀପରେ ନିଅନ୍ତୁ । ଭଗବାନଙ୍କୁ ଭୋଗ ଲଗାଇବା ପାଇଁ ଲଡୁ ନେବେ । ଏହା ପରେ ଗାଈ କ୍ଷୀର, ସୋରିଷ ତେଲ ଓ ମହୁ ନିଅନ୍ତୁ । ପୂଜା ଆରମ୍ଭ କରିବା ପୂର୍ବରୁ ଅନ୍ୟ ଏକ ଥାଳିରେ ଛୋଟ ଶିବଲିଙ୍ଗ ନିଅନ୍ତୁ ।

ତା ପରେ ପ୍ରଥମେ ଭଗବାନ ଶିବଙ୍କୁ ଜଳ ଚଢାଇବେ ଓ ପଞ୍ଚାମୃତ ଅର୍ପଣ କରିବେ । ମହାଦେବଙ୍କୁ ପଞ୍ଚାମୃତ ଅର୍ପଣ କରାଇବା ପରେ ଗଙ୍ଗା ଜଳରେ ଅଭିଷେକ କରନ୍ତୁ । ଭଗବାନ ଶିବଙ୍କର ସ୍ନାନ ସାରିବା ପରେ ରିଙ୍ଗ ଫିଙ୍ଗର ରେ ତିଳକ ଲଗାନ୍ତୁ । ଏହା ପରେ ବେଲପତ୍ରକୁ ଓଲଟା କରି ଶିବଲିଙ୍ଗ ଉପରେ ଚଢାଇବେ । ଏହା ପରେ ମହାଦେବଙ୍କର ଅତି ପ୍ରିୟ ଧଳା ଦୁଦୁରା ଫୁଲ ଅର୍ପଣ କରନ୍ତୁ ।

ଏହା ପରେ ୫ ପ୍ରକାରର ଫଳ, ଫୁଲ ଅର୍ପଣ କରନ୍ତୁ । ତା ପରେ ଆପଣ ଭଗବାନ ଶିବଙ୍କୁ ଗିଜୁରାତି, ଲବଙ୍ଗ ଓ ଗୁଆ ଏହି ୩ଟି ଜିନିଷ ଚଢାଇବେ । ତା ପରେ ଭଗବାନ ଶିବଙ୍କ ପାଇଁ ନାଲି ସୂତାକୁ ହାତରେ ଗୁଡାଇ ଚଢାନ୍ତୁ । ତା ପରେ ଭୋଗ ଲଗାନ୍ତୁ । ଏବେ ଆପଣ ଭଗବାନ ଶିବଙ୍କୁ ଆଳତି କରିବେ । ଯଦି ଆପଣ ସୋରିଷ ତେଲର ଦୀପ ଦାନ କରିବେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ ।

ଘରେ ବ୍ୟବହାର ହେଉଥିବା ସୋରିଷ ତେଲ ଭୁଲରେ ନେବେ ନାହି । ଆଳତି କରିବା ସମୟରେ ଓମ ନମହ ଶିବାୟ ମନ୍ତ୍ର ଜପ କରିବେ । କୁହାଯାଏ ମହାଦେବ ବହୁତ ଭୋଳା ଅଟନ୍ତି । ତାଙ୍କୁ ଆପଣ ସଚ୍ଚା ମନରେ ଯେଉଁ ଜିନିଷ ଅର୍ପଣ କରିବେ ସେ ତାହା ନିଶ୍ଚୟ ଗ୍ରହଣ କରି ନେବେ ।

ଏହି ଉପାୟରେ ଯଦି ଆପଣ ଏହି ସବୁ ଜିନିଷ ଗୁଡିକ ନେଇ ଠିକ ଭାବେ ପୂଜା କରିବେ ତେବେ ମହାଦେବ ନିଶ୍ଚୟ ଆପଣଙ୍କର ମନୋକାମନା ପୁରଣ କରିବେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *