ମହିଳା ମାନେ ଗାଧୋଇବା ସମୟରେ ଭୁଲରେ ବି କରିବେ ନାହିଁ ଏହି ସବୁ ଭୁଲ, ହେଇଥାଏ ଅଶୁଭ – Vastu Shastra

ନମସ୍କାର ବନ୍ଧୁଗଣ ଆମେ ଦୈନ ଦିନ ଜୀବନରେ କିଛି ଏଭଳି କାମ କରିଥାଉ ଯାହା ଆମର ମନେ ରୁହେ ନାହିଁ । କିନ୍ତୁ ଗୋଟିଏ କାମ ଏଭଳି ଅଛି ଯାହା ମନେ ରହିଯାଇ ଥାଏ । ତାହା ହେଉଛି ଗାଧୋଇବା । ଆମେ ଏହି କର୍ମ ଅନେକ ବର୍ଷ ରୁ କରି ଆସୁଛି । ନିଜକୁ ସଫା ରଖିବା ଏବଂ ନିଜକୁ ଶୁଦ୍ଧ ରଖିବା ପାଇଁ କିମ୍ବା ଅନ୍ୟ କୌଣସି ରୋଗ ରୁ ମୁକ୍ତି ପାଇଁ ଆମେ ପ୍ରତିଦିନ ସ୍ନାନ କରିଥାଉ ।

ଏହା ଆମ ମନ ଏବଂ ଶରୀର କୁ ଶାନ୍ତି ଏବଂ ଆରାମ ଦେଇଥାଏ । ଏବଂ ଆମେ କୌଣସି ସ୍ଥାନକୁ ଯାଉଛେ କିମ୍ବା କୌଣସି ମନ୍ଦିର ଅଥବା କୌଣସି ଶୁଭ କାର୍ଯ୍ୟ କରିବା କୁ ଗଲେ ସର୍ଵ ପ୍ରଥମେ ଆମକୁ ସ୍ନାନ କରିବାକୁ ପଡ଼ିଥାଏ ।

ଆମ ଜୀବନରେ ସ୍ନାନ କରିବା ବହୁତ ଜରୁରୀ ହୋଇ ଥାଏ । ନ ଗାଧୋଇଲେ ଆମ୍ଭର ସବୁ କାର୍ଯ୍ୟ ଅସଫଳ ରୁହେ ବୋଲି ମାନ୍ୟତା ରହିଛି । କିନ୍ତୁ ବେଳେବେଳେ କିଛି ଲୋକ ଗାଧୋଇବା ସମୟରେ କିଛି ଏଭଳି ଭୁଲ କରିଥାନ୍ତି ଯାହା ଦ୍ୱାରା ଆପଣଙ୍କ ର ଅସୁବିଧା ସମସ୍ୟା ହାନି ବଢିବାକୁ ଲାଗିବ ଏବଂ ଅନେକ ରୋଗ ବୈରାଗ ମଧ୍ୟ ଆସିଥାଏ । ତେବେ ଚାଲନ୍ତୁ ଜାଣିନେବା ଗାଧୋଇବା ସମୟରେ ଆମକୁ କେଉଁ ସବୁ ଭୁଲ କରିବା ଉଚିତ ନୁହେଁ ।

୧- ପ୍ରଥମ ହେଉଛି ଅନ୍ୟ ବ୍ୟକ୍ତି ର ବସ୍ତ୍ର ବ୍ୟବହାର କରନ୍ତୁ ନାହିଁ । ସର୍ଵଦା ଗାଧୋଇବା ପରେ କେବଳ ନିଜର ଵସ୍ତ୍ର କୁ ହିଁ ପରିଧାନ କରିବା ଉଚିତ । ଏବଂ ନିଜର ଟାଉଲ କିମ୍ବା ଗାମୁଛା ମଧ୍ୟ ବ୍ୟବହାର କରିବା ଉଚିତ । ଏବଂ କେବେବି ଅନ୍ୟ କାହାର ଟାଉଲ କିମ୍ବା ଗାମୁଛା କିମ୍ବା ଅନ୍ୟ ବ୍ୟକ୍ତି ର ବସ୍ତ୍ର ପିନ୍ଧିବା ଉଚିତ ନୁହେଁ ଏହା ଦ୍ୱାରା ଆପଣଂକୁ ଅନେକ ରୋଗ ହେବାର ସମ୍ଭାବନା ଥାଏ । ତେଣୁ କେବଳ ନିଜର ବସ୍ତ୍ର ପରିଧାନ ଏବଂ ବ୍ୟବହାର କରିବା ଉଚିତ

୨- ଦ୍ଵିତୀୟ ରେ ହେଉଛି ଅଧା ଗାଧୁଆ । ଅଶୀ ପ୍ରତିଶତ ଲୋକ ଅଧା ଗାଧୋଇ ଥାଆନ୍ତି । କିନ୍ତୁ ଏହା କରିବା ଉଚିତ ନୁହେଁ । କାରଣ ଏହା ଦ୍ଵାରା ଅନେକ ସମସ୍ୟା ଦେଖା ଦିଏ ଏବଂ ଧନ କୁ ନେଇ ମଧ୍ୟ ଅନେକ ସମସ୍ୟା ଦେଖାଯାଏ । ତେଣୁ ସର୍ଵଦା ନିଜର ପୁରା ଶରୀର କୁ ଗାଧୋଇବା ଉଚିତ । କେବେବି ଅଧା ଗାଧେଇ ଆସିବା ନାହିଁ ।

୩- ତୃତୀୟ ରେ ହେଉଛି ଭୁଲ ଉପାୟ ରେ ଗାଧୋଇବା । ଆପଣ ଚେଷ୍ଟା କରିବେ କି ସର୍ଵଦା ସ୍ନାନ ସମୟରେ ନିଜ ଶରୀର ରେ ଗୋଟିଏ ବସ୍ତ ରହିବା ଉଚିତ । କେବେବି ଉଲଲଗ୍ନ କିମ୍ବା ସମ୍ପୂର୍ଣ୍ଣ ବସ୍ତ୍ର ତ୍ୟାଗ କରି ଗାଧୋଇବା ଉଚିତ ନୁହେଁ । ଖାସ୍ କରିକି ମହିଳା ମାନଙ୍କ ପାଇଁ । ଏପରି ଉଲଲଗ୍ନ ହୋଇ ସ୍ନାନ କଲେ ରୋଗ ବୈରାଗ କ୍ଷତି ଆଦି ସହିବାକୁ ପଡ଼ିଥାଏ ।

୪- ଚତୁର୍ଥ ଉପାୟ ହେଉଛି ମୁଣ୍ଡ ରେ ପ୍ରଥମେ ପାଣି ଢାଳିବା । ବୈଜ୍ଞାନିକ ମାନଙ୍କ ଅନୁସାରେ କେବେବି ଗାଧୋଇବା ସମୟରେ ପ୍ରଥମେ ମୁଣ୍ଡ ରେ ପାଣି ଢାଳିବା ଉଚିତ ନୁହେଁ । ଏହା ଦ୍ୱାରା ହୃଦଘାତ, ରକ୍ତ ସଞ୍ଚାଳନ ଆଦି ରୋଗ ଦେଖାଯାଏ । ତେଣୁ ପ୍ରଥମେ ପାଦରୁ ପାଣି ପକେଇ ଗାଧୋଇବା ଉଚିତ ।

୫- ପଞ୍ଚମ ରେ ହେଉଛି ଯଦି ଆପଣ ବାହାରୁ ଘରକୁ ଆସୁଛନ୍ତି କିମ୍ବା ଜିମ ରୁ ଘରକୁ ଆସି କେବେବି ସଙ୍ଗେ ସଙ୍ଗେ ଗାଧୋଇବା ଉଚିତ ନୁହେଁ । କିଛି ସମୟ ପରେ ସ୍ନାନ କରିବା ଉଚିତ । କାରଣ ଏହା ଦ୍ବାରା ଆପଣଙ୍କ ଜୀବନରେ ଅନେକ ସମସ୍ୟା ଦେଖା ଦେବ ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଶାସ୍ତ୍ର ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *