ଆମ ହିନ୍ଦୁ ଶାସ୍ତ୍ର ରେ ବିବାହିତ ମହିଳାଙ୍କ ପାଇଁ ସଧବା ର ସଙ୍କେତ ଭାବେ କିଛି ଅଳଙ୍କାର ପିନ୍ଧିବା ଉଚିତ । ତେବେ ସଧବା ନାରୀଙ୍କ ମୁଖ୍ୟ ଆଭୂଷଣ ମାନ ହେଉଛି ଶଙ୍ଖା, ମଙ୍ଗଲସୁତ୍ର, ସିନ୍ଦୁର , ଆଦି । ମଙ୍ଗଳସୁତ୍ର ବିନା ବିବାହ ଅଧା ଅଟେ । ଏହାର ମହତ୍ୱ ଅଧିକ ରହିଥାଏ । ମଙ୍ଗଳସୁତ୍ର ଜଣେ ବିବାହିତ ନାରୀକୁ ସଧବା ର ସଙ୍କେତ ଦେଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏହି ମଙ୍ଗଳସୁତ୍ର ସମ୍ଭନ୍ଧରେ କିଛି ନିୟମ ଜଣାଇବୁ । କେଉଁ କାର୍ଯ୍ୟ କଲେ ସ୍ୱାମୀଙ୍କର ଆୟୁଷ ହାନି ହୋଇଥାଏ ଓ କେଉଁ କାର୍ଯ୍ୟ କଲେ ସ୍ବାମୀଙ୍କ ଆୟୁ ବଢିଥାଏ ।
ଆମ ଓଡ଼ିଶା ରେ ଅନେକ ଜିଲ୍ଲା ରେ ମଙ୍ଗଲସୁତ୍ର ପିନ୍ଧିବାର ନିୟମ ନ ଥାଏ । କିନ୍ତୁ ଏହା ଅନେକ ଅନୁଚିତ । ମଙ୍ଗଳସୁତ୍ର ର ମାଳି କଳା ରଙ୍ଗର ହୋଇଥାଏ ଏହାର ଅର୍ଥ ସ୍ୱାମୀ ଓ ସ୍ତ୍ରୀଙ୍କ ସମ୍ପର୍କକୁ କାହାର ବି ନଜର ଲାଗିବାରୁ ଏହି କଲା ରଙ୍ଗ ବଞ୍ଚିତ କରିଥାଏ । ତେଣୁ ମଙ୍ଗଳସୁତ୍ର ପିନ୍ଧିବା ଉଚିତ ।
ନିଜର ମଙ୍ଗଳସୁତ୍ର କେବେବି କାହାକୁ ଦେବା ଉଚିତ ନୁହେଁ ଯେତେବି ନିଜର ଲୋକ ହୋଇଥିଲେ ମଧ୍ୟ କେବେବି କାହାକୁ ନିଜର ମଙ୍ଗଳସୁତ୍ର ଦେବେ ନାହିଁ । ଅନ୍ୟଥା ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳହ ହୋଇଥାଏ ଓ ସମ୍ପର୍କ ଖରାପ ହୋଇଥାଏ ପ୍ରେମ କମିଥାଏ । କେବେବି କାହାର ମଙ୍ଗଳସୁତ୍ର ପିନ୍ଧିବା ମଧ୍ୟ ଉଚିତ ନୁହେଁ ।
ମଙ୍ଗଲସୁତ୍ର କୁ କେବେବି କାଢ଼ିବା ଉଚିତ ନୁହେଁ । ଯଦି କୌଣସି ଅଶୁଭ କାର୍ଯ୍ୟ ହୋଇଥାଏ ତେବେ ଆପଣ ମଙ୍ଗଳସୁତ୍ର କାଢି ଏହା ବଦଳରେ ଆପଣ କଳା ମାଳି ପିନ୍ଧିପାରିବେ । ଯଦି ମଙ୍ଗଳସୁତ୍ର ହଠାତ ଛିଣ୍ଡିଯାଇ ବା ତଳେ ପଡ଼ିଯାଏ ତେବେ ଏହା ସ୍ବାମୀଙ୍କ ପାଇଁ ବିପଦ ଆସିବାର ସଙ୍କେତ ହୋଇଥାଏ ।
ମଙ୍ଗଳସୁତ୍ର ରେ ବ୍ୟବହାର ହୋଇଥିବା ସୁନା ବୃହସ୍ପତି ଅଟେ । ଖରାପ ନଜରରୁ ଆପଣଙ୍କ ସମ୍ପର୍କ କୁ ବଞ୍ଚାଇଥାଏ ଓ ଧନ ବୃଦ୍ଧି ହୋଇଥାଏ । ଯଦି ଆପଣ ସକାଳୁ ଉଠି ମଙ୍ଗଳସୁତ୍ର କୁ ମଥାରେ ଦେଇ ପ୍ରଣାମ କରି ଚୁମ୍ବନ ଦେବା ଦ୍ୱାରା ଆପଣଙ୍କ ସ୍ବାମୀଙ୍କ ର ଆୟୁଷ ବୃଦ୍ଧି ହୋଇଥାଏ ଓ ରୋଜଗାରରେ ଆୟ ବୃଦ୍ଧି ହୋଇଥାଏ ।
ମଙ୍ଗଳସୁତ୍ର ପିନ୍ଧିବା ଦ୍ୱାରା ଶରୀର ପାଇଁ ଭଲ ହୋଇଥାଏ ଏଥିରେ ଥିବା ସୁନା ଆମ ଶ୍ରୀରରକୁ ସୁସ୍ଥ ଓ ସୁନ୍ଦର ରଖିବା ସହ ହୃଦ ରୋଗ ମଧ୍ୟ ହୋଇ ନ ଥାଏ । ମଙ୍ଗଳସୁତ୍ର ଆପଣ ସର୍ବଦା ପିନ୍ଧିବା ଉଚିତ । ଏହା ସଧବା ନାରୀ ମାନଙ୍କର ମୁଖ୍ୟ ଅଳଙ୍କାର । ଏହା ର ପରିଧାନ କରିବା ଦ୍ୱାରା ସ୍ୱାମୀ ଓ ସ୍ତ୍ରୀ ଙ୍କ ସମ୍ପର୍କ ମଧୁର ହୋଇଥାଏ । ସ୍ବାମୀଙ୍କ ଆୟ ବୃଦ୍ଧି ହୋଇଥାଏ ଏହା ସହିତ ତାଙ୍କର ଆୟୁ ମଧ୍ୟ ବୃଦ୍ଧି ହୋଇଥାଏ ।