ମଙ୍ଗଳବାର ଦିନ ଏହି କାମ କଲେ ଖୋଲିବ ଭାଗ୍ୟ, ଥରେ ନିଶ୍ଚୟ କରନ୍ତୁ ଓ ତ ଅପରେ ଦେଖନ୍ତୁ ଚମତ୍କାର

ପସପ୍ତାହ ର ସାତ ଦିନ ଅଟେ । ସବୁ ଦିନର ଶାସ୍ତ୍ର ଅନୁସାରେ ଅଲଗା ଅଲଗା ମହତ୍ୱ ରହିଥାଏ । ସେହିଭଳି ଆଜି ଆମେ ସପ୍ତାହର ଦ୍ଵିତୀୟ ଦିନ ମଙ୍ଗଳବାର ବିଷୟରେ । ମଙ୍ଗଳବାର ଦିନ ହେଉଛି ମଙ୍ଗଳ ଗ୍ରହ ଓ ହନୁମାନ ଜୀଙ୍କ ପ୍ରିୟ ବାର । ତେଣୁ ଏହି ଦିନ ହନୁମାନ ଜି ଙ୍କ ପୂଜା ସହିତ ଆହୁରି ଅନେକ କାର୍ଯ୍ୟ ଅଛି ଯାହା କରିବା ଉଚିତ ଓ ଅନେକ କାର୍ଯ୍ୟ ଅଛି ଯାହା କରିବା ଅନୁଚିତ । ମଙ୍ଗଳବାର ଦିନ ଆପଣ ହନୁମାନ ଜୀଙ୍କୁ ଗୂଡ଼ ଓ ଚଣା ର ଭୋଗ କରିବା ସହିତ ପାନ ର ବିଡା ମଧ୍ୟ ଦିଅନ୍ତୁ ।

ଏହା କରିବା ଦ୍ୱାରା ଆପଣଙ୍କୁ ଶାରୀରିକ ଶକ୍ତି ମିଳିଥାଏ । ମଙ୍ଗଳବାର ଦିନ ହନୁମାନଜି ଙ୍କୁ ଲାଲ ସିନ୍ଦୁର ର ଚଢାଇବା ଉଚିତ । ଏହା ଦ୍ୱାରା ଆପଣଙ୍କ ସବୁ ସମସ୍ୟାର ସମାଧାନ ବଜରଙ୍ଗ ବାଲି କରିଥାନ୍ତି । ମଙ୍ଗଳବାର ଦିନ ଯଦି ଆପଣ ଗୂଡ଼ ର ଦାନ କରିବେ ତେବେ ଏହା ବହୁତ ଶୁଭ ହୋଇ ଥାଏ ।

ମଙ୍ଗଳବାର ଦିନ ଲାଲ ବସ୍ତ୍ର ପିନ୍ଧିବା ଉଚିତ । ଏହା ଶୁଭ ହୋଇ ଥାଏ । ମଙ୍ଗଳବାର ଦିନ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବା ଉଚିତ ନୁହେଁ । ମଙ୍ଗଳବାର ଦିନ ମାଛ ଖାଇବା ଅଶୁଭ ହୋଇଥାଏ ଏହା ଦ୍ୱାରା ଧନ ହାନି ହୋଇଥାଏ ।

ମଙ୍ଗଳବାର ଦିନ ମା ଗୌରୀ ଓ ପ୍ରଭୁ ଗଣେଶଙ୍କ ପୂଜା ମଧ୍ୟ କରାଯାଏ । ମଙ୍ଗଳବାର ଦିନ ଯେଉଁମାନଙ୍କର ମାଙ୍ଗଳିକ ଦୋଷ ରହିଥିବ ତେବେ ସେମାନେ ହନୁମାନଜି ଙ୍କ ର ବିଶେଷ ଭାବେ ପୂଜା କରିବା ଦରକାର । ଏହା ସହିତ ପ୍ରତିଦିନ ହନୁମାନ ଚାଲିଶା ର ପାଠ କରିବା ଉଚିତ ।

ଏହା କରିବା ଦ୍ୱାରା ଆପଣଙ୍କର ମଙ୍ଗଳ ଦୋଷ କମିଥାଏ । ମଙ୍ଗଲବାର ଦିନ ହନୁମାନ ଜି ଙ୍କୁ ଆରଧନା କରିବା ସହିତ ହନୁମାନ ଚାଲିଶା ପାଠ କରିବା ଉଚିତ । ଯେଉଁ ଲୋକ ମାନେ ବହୁତ କାମ ପ୍ରିୟ ଓ ସେମାନେ ନିଜକୁ ନିୟନ୍ତ୍ରଣ କରି ପାରନ୍ତି ନି ।

ସେମାନେ ହନୁମାନ ଜୀଙ୍କ ମନ୍ଦିରରେ ବସି ହନୁମାନ ଚାଲିଶା ପାଠ କରିବା ଦ୍ୱାରା ଏହି ରୋଗରୁ ମୁକ୍ତି ପାଇଥାନ୍ତି । ମଙ୍ଗଳବାର ଦିନ କେବେବି କ୍ଷୀର ଜାତୀୟ ଜିନିଷ ସେବନ କରିବା ଉଚିତ ନୁହେଁ କାରଣ ଏହା ଚନ୍ଦ୍ରଙ୍କର କାରକ ଓ ମଙ୍ଗଳ ଓ ଚନ୍ଦ୍ର ଦୁହେଁ ବିରୋଧୀ ଗ୍ରହ ଅଟନ୍ତି ।

ମଙ୍ଗଳବାର ଦିନ କେବଳ ଗୋଟିଏ ସମୟ ଭୋଜନ କରିବା ଉଚିତ । ମଙ୍ଗଳବାର ଦିନ ଚଣ୍ଡୀ ପାଠ କରିବା ଦ୍ୱାରା ଘରେ ସୁଖ ଓ ଶାନ୍ତି ବୃଦ୍ଧି ପାଇଥାଏ ଓ ସମସ୍ୟା ସବୁ ଦୂର ହୋଇଥାଏ । ମଙ୍ଗଳବାର ଦିନ ଯଦି ଆପଣ କିଛି ସମୟ କାଢି ପାରିବେ ନିଜ ପାଇଁ ଏହା ଆପଣଙ୍କ ପାଇଁ ଖୁବ ମଙ୍ଗଳମୟ ହେବ ।

Leave a Reply

Your email address will not be published. Required fields are marked *