ମାସକୁ ମାତ୍ର ଥରେ ଏହାକୁ ଲଗାନ୍ତୁ ଜୀବନରେ କେବେ ଆସିବ ନାହିଁ ଧଳା ବାଳ- Hair Care Tips

ଆଜିକାଲି ଖାଦ୍ୟପେୟରେ ଅନିୟମିତତା କାରଣରୁ ଓ ପ୍ରଦୂଷଣ କାରଣରୁ କେଶ ଧଳା ହେବାରେ ଲାଗିଛି । ଏହା ସହ କେମିକାଲ ପ୍ରଡ଼କ୍ଟର ବ୍ୟବହାର ମଧ୍ୟ କରୁଛନ୍ତି ଆଜିର ଯୁବପିଢୀ । ଯାହା କିଛି ସମୟ ପାଇଁ କେଶକୁ କଳା ତ କରିଥାଏ କିନ୍ତୁ ପରବର୍ତ୍ତୀ ସମୟରେ କେସ ଅଧିକ ଧଳା ହେବାରେ ଲାଗିଥାଏ । କେବଳ ସେତିକି ନୁହେଁ କେସ ଝଡିବା ଭଳି ସମସ୍ୟା ମଧ୍ୟ ଦେଖାଯାଏ । ଆଜି ଆମେ ଆପଣମାନଙ୍କୁ ଧଳା କେଶକୁ କେମିତି କଳା କରିବେ ସେ ବିଷୟରେ କିଛି ହୋମ ରେମେଡି କହିବାକୁ ଯାଉଛୁ ।

ଭୃଶୁଙ୍ଗ ପତ୍ର ଖାଇବାରେ ବ୍ୟବହାର ହେବା ସହ କେଶ କଳା ଓ ମଜବୁତ କରିବାରେ ବହୁତ ସାହାଯ୍ୟ କରିଥାଏ । କେଶକୁ ଡ୍ରାଏ କରିବା ଦ୍ଵାରା ଧଳା ହୋଇଯାଏ । ତେଣୁ ପ୍ରାକୃତିକ ଜିନିଷର ବ୍ୟବହାର କରିଲେ କେଶ କଳା ରହିଥାଏ । ଏଥିପାଇଁ ୫୦ ଗ୍ରାମ ନଡିଆ ତେଲ, ୧୦୦ ଗ୍ରାମ ଭୃଶୁଙ୍ଗ ପତ୍ର ନେଇ ଏକ ପ୍ୟାନରେ ବସାଇ ୧୦ ମିନିଟ ଯାଏଁ ଭଲ ଭାବେ ଫୁଟନ୍ତୁ ।

୧୦ ମିନିଟ ପରେ ନଡିଆ ତେଲର ରଙ୍ଗ ପୁରା ବଦଳିଯିବ । ଏହାକୁ ସପ୍ତାହରେ ୩ ଥର କେଶରେ ଲଗାଇଲେ ଜରବଦସ୍ତ ଫାଇଦା ଦେଖିବାକୁ ମିଳିବ । ବଞ୍ଚି ଯାଇଥିବା ଭୃଶୁଙ୍ଗ ପତ୍ର ର ପେଷ୍ଟ ପ୍ରସ୍ତୁତ କରି କେସ ର ମୂଳରେ ଲଗାଇଲେ କେଶ ମଜବୁତ ହେବ । ଏହି ଘରୋଇ ଉପାୟ କରିବା ଦ୍ଵାରା କେସ ଝଡିବା ବନ୍ଦ ହେବା ସହ ଧଳା କେସ କଳା ହୋଇଯିବ । ଆପଣଙ୍କ କେଶ ଘନ ଓ ଲମ୍ବା ହେବାରେ ଲାଗିବ ।

କେବେ ବି ବଜାରରେ ମିଳୁଥିବା କେମିକାଲ ପ୍ରଡ଼କ୍ଟ ର ବ୍ୟବହାର କେଶରେ କରନ୍ତୁ ନାହି । ଏହାର ସାଇଡ ଇଫେକ୍ଟ କେଶ ରେ ପଡିଥାଏ ଯାହା ଦ୍ଵାରା କେଶ ଝଡିବା ସମସ୍ଯା ଅଧିକ ହୋଇଥାଏ । ଖରାପ ଖାଇବା, ଖରାପ ଲାଇଫ ଷ୍ଟାଇଲ, ଅତ୍ୟଧିକ ଚିନ୍ତା ରେ ରହିବା କାରଣରୁ କେଶ ଝଡିବା ଭଳି ସମସ୍ଯା ହୋଇଥାଏ । ତେଣୁ ନିଜର ଲାଇଫ ଷ୍ଟାଇଲରେ ପରିବର୍ତ୍ତନ ଆଣିବା ଉଚିତ ।

ଏହା ସହ ବାହାରେ ଅଧିକ ସମୟ ଯାଏଁ ପ୍ରଦୂଷଣରେ ବୁଲିବା ଉଚିତ ନୁହେଁ । ଏହା ସହ ଆଜିକାଲି ଯୁବ ପିଢୀ ମାନେ ତେଲ ଲଗାଉ ନାହାନ୍ତି ଯାହା ଫଳରେ କେଶ ଝଡିବା ସମସ୍ୟା ଦେଖା ଯାଉଛି । ତେଣୁ ସପ୍ତାହକୁ ଦୁଇ ରୁ ତିନି ଥର କେସ ରେ ତେଲ ଲଗାଇବା ସହ ଶ୍ୟାମ୍ପୋ ମଧ୍ୟ କରନ୍ତୁ । ଏହା ସହ କ୍ୟାଲସିୟମ ଯୁକ୍ତ ଖାଦ୍ୟ ଖାଇବା ଦ୍ଵାରା କେଶ ଜନିତ ସମସ୍ଯା ଆଉ ହେବ ନାହି ।

ଏହା ସହ କେଶ କୁ ସବୁବେଳେ ଭଲ ଭାବେ ଯତ୍ନ ନେବା ସହ ଏହି ଘରୋଇ ଉପଚାର ର ପ୍ରୟୋଗ କରନ୍ତୁ । ବାହାରର ତେଲ ଜାତୀୟ ଖାଦ୍ୟ ଉପରେ ନିୟନ୍ତରଣ ରଖିବା ସହ ଯେତେ ସମ୍ଭବ ଘରୋଇ ଖାଦ୍ଯ ଖାଇବା ଉଚିତ ଯାହାର ଭଲ ପ୍ରଭାବ କେଶ ଉପରେ ପଡିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *