ମଶାଠୁ ମୁକ୍ତି ପାଇବା ପାଇଁ 3 ଟି ସହଜ ଉପାୟ… ଆଜି ହିଁ କରିକି ଦେଖନ୍ତୁ 

ମୂଷା ଝିଟିପିଟି, ଅସରପାକୁ ଦେଖି ପ୍ରାୟତଃ ଲୋକ ମାନେ ଡରି ଯାଇଥାନ୍ତି । ଏହି ସବୁଠୁ ବହୁତ ବିପଦପୂର୍ଣ ହୋଇଥାନ୍ତି ମସା ଯାହାକୁ ଦେଖି ଆମେ କେବେ ଡରି ନଥାଉ । ମସାଲାଗି ହେଉଥିବା ରୋଗ ଲାଗି ପ୍ରତେକ ବର୍ଷ ପୁରା ଦୁନିଆରେ ପ୍ରାୟତଃ ଦଶ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥାଏ । ମସା ବିନା ଅନ୍ୟ କୌଣସି ଜୀବ ବା ପ୍ରାଣୀ ନାହାନ୍ତି ଯାହାଙ୍କ ପାଇଁ ଲୋକ ବହୁତ ମାତ୍ରାରେ ମୃତ୍ୟୁ ବରଣ କରିଥାନ୍ତି । ପୁରା ଦୁନିଆରେ ପୁରା ଦୁଇହାଜର ପ୍ରଜାତିର ମଶା ଦେଖିବାକୁ ମିଳିଥାଏ । କିଛି ପ୍ରଜାତିର ମଶା ମୃତ୍ୟୁର କାରଣ ମଧ୍ୟ ହୋଇଥାନ୍ତି । ମଶା କାମୁଡୁଥିବା ଲୋକଙ୍କୁ ଡେଙ୍ଗୁ, ମେଲେରିଆ, ଚିକଗୁନୁଆ, ଆଦି ସାଧାରଣ ହୋଇଥାଏ ।

ଏହି ତିନୋଟି ରୋଗ ବହୁତ ଶୀଘ୍ର ବ୍ୟାପୀ ଥାଏ । ମଶାଙ୍କର ସଂଖ୍ୟା ବଢିବା ଦ୍ଵାରା ମଶା ମାରିବା ପ୍ରଡ଼କ୍ଟ ବିକ୍ରି ହୋଇସାରିଲାଣି । ପ୍ରାଡ଼କ୍ଟ ଗୁଡିକ ହେଲା କଏଲ, ରେଫ୍ଲେଣ୍ଟ, କାର୍ଡ, ଲୋଶନ, ସ୍ପ୍ରେ ଇତ୍ୟାଦି । ଏମିତି ମଶାଙ୍କୁ ମାରିବା ପାଇଁ ଏମିତି କୌଣସି ପ୍ରଡ଼କ୍ଟ ତିଆରି ହୋଇନି ଯାହା କେବଳ ମଶାଙ୍କୁ ମାରିବ ମଣିଷଙ୍କର କିଛି କ୍ଷତି କରିବା ନହିଁ । ଏହି ସବୁ ଜିନିଷର କେମିକାଲ ବହୁତ ଅଧିକ ମାତ୍ରାରେ ରହିଥାଏ । ଏହା ଦ୍ଵାରା ମଶା ମାନଙ୍କୁ ଘଉଡେଇବାରେ ସହାୟକ ହୋଇଥାଏ । ଏପଟରେ ଆମ ଶରୀରରେ ନୂଆ ନୂଆ ରୋଗ ତିଆରି କରିଥାଏ ।

ଏହା ସହିତ ଆପଣଙ୍କୁ ଏମିତି ସବୁ ସହଜ ବିଷୟ କହିବୁ ଯାହାକୁ ବ୍ୟବହାର କରିବା ଦ୍ଵାରା ଆପଣ ମାନଙ୍କ ଘରକୁ ଆସୁଥିବା ମଶା ମାନଙ୍କ ଠାରୁ ସବୁଦିନ ପାଇଁ ମୁକ୍ତି ପାଇପାରିବେ । ଏହାକୁ ଆପଣ ତିନୋଟି ଅଲଗା ଅଲଗା ଉପାୟରେ ବ୍ୟବହାର କରିପାରିବେ । ପ୍ରଥମ ଉପାୟ ହେଉଛି ଏହାକୁ ତିଆରି କରିବା ପାଇଁ ଦରକାର ତେଜ ପତ୍ର, ନିମ ତେଲ, କର୍ପୁର । ନିମ ତେଲରୁ ଆଣ୍ଟି ବ୍ୟକ୍ଟେରିଆଲ ପ୍ରପଟି ମିଳିଥାଏ । ମଶାଙ୍କୁ ବାହାର କରିବା ସହିତ ମୁହଁରେ ହେଉଥିବା ଦାଗ କାଛୁ କୁଣ୍ଡିଆ ଭଳି ବହୂତ ପ୍ରକାର ରୋଗକୁ ଭଲ କରିବା ପାଇଁ ଏହା ବହୁତ ଉପକାରୀ ହୋଇଥାଏ ।

ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ସହେ ମିଳି ଲିଟର ନିମ ତେଲରେ ଗୋଟିଏ ବଡ କର୍ପୂରକୁ ଗୁଣ୍ଡ କରି ମିଶାଇ ଦିଅନ୍ତୁ । ଏହି ତେଲକୁ ଗୋଟିଏ ସ୍ପ୍ରେ ବୋତାଲରେ ଭର୍ତି କରି ରଖନ୍ତୁ । ମଶାଙ୍କୁ ଦୂର ଦୂର କରିବା ପାଇଁ ଏହା ଫାଷ୍ଟ କାର୍ଡ ଭଳି କାମ କରିଥାଏ । ଦୁଇଟି ତେଜ ପତ୍ରରେ ସେଇ ନିମ ତେଲକୁ ଓ କର୍ପୁର ମିଶ୍ରଣ ସ୍ପ୍ରେ କରି ତାକୁ ମଶା ହେଉଥିବା ଘରେ ଜଳାଇ ଦିଅନ୍ତୁ । ସେଇ ଧୂଆଁରେ ମଶା ମାନେ ଦଶ ପନ୍ଦର ମିନିଟ ଭିତରେ ଘରୁ ବାହାରି ଯାଇଥାନ୍ତି ।

Leave a Reply

Your email address will not be published. Required fields are marked *