ମାତ୍ର 3 ଦିନ ଏହାର ସେବନ କରିଲେ ଛାତିରେ ଜମା ହୋଇଥିବା ସବୁ କଫ (Cough) ଘିଅ ଭଳି ତରଳିଯିବ- Healhty Tips

ବନ୍ଧୁଗଣ ଯଦି ଆପଣଙ୍କର କାଶ ଅଧିକ ଦିନ ଯାଏଁ ହେଉଛି ତେବେ ମାତ୍ର ୩ ଦିନ ଏହାର ସେବନ କରନ୍ତୁ । ଯଦି ଛାତିରେ କଫ ଜମା ହେଉଛି ତାହା ସଂପୂର୍ଣ୍ଣ ଭାବେ ଭଲ ହୋଇଯିବ । ଥଣ୍ଡା ଅଧିକ ହେଲେ ଛାତିରେ କଫ ଜମିଯାଏ । ଛାତିରେ କଫ ଜମା ହେଲେ ବାରମ୍ବାର ରୋଗ ହୋଇଥାଏ । ଯଦି ଆପଣ ଚାହୁଁଛନ୍ତି ଛାତିରେ କଫ ବାହାରି ଯାଉ ବା ଛାତିରେ କେବେ କଫ ଜାକି ହୋଇ ନ ରହୁ ତେବେ ଆଜି ଆମେ ଆପଣଙ୍କ ପାଇଁ ଚମତ୍କାରୀ ଘରୋଇ ରେମେଡି ନେଇ ଆସିଛୁ । ତେବେ ଆସନ୍ତୁ ଜାଣିବା ଏହି ରେମେଡି କେମିତି ପ୍ରସ୍ତୁତ କରିବା ଓ ଏହାର ସେବନ କେମିତି କରିବା ।

ଏହି ରେମେଡିରେ ଯାହା ସବୁ ସାମଗ୍ରୀର ପ୍ରୟୋଗ ହେବ ତାହା ରୋଷେଇ ଘରୁ ସହଜରେ ମିଳିଯିବ । ଏଥିପାଇଁ ଆବଶ୍ୟକ ରହିଛି ଅଦା, ତୁଳସୀ । ପ୍ରଥମେ ଏକ ପାତ୍ରରେ ୨ କପ ପାଣି ନିଅନ୍ତୁ । ଏଥିରୁ ଅଧିକ ପାଣି ନେବେ ନାହି । ଏହି ରେମେଡି ତିଆରି କରି ଏହାର ୩ ଦିନ ସେବନ କରିପାରିବେ । ଏହା ପରେ ପାଣିରେ ଅଧ ଇଞ୍ଚର ଛୋଟ ଅଦା କୁ କାଟି ଏଥିରେ ପ୍ରୟୋଗ କରନ୍ତୁ ।

ଅଦାକୁ ଛେଚି ଏହାର ପ୍ରୟୋଗ ମଧ୍ୟ କରିପାରିବେ । ଏହା ପରେ ପାଣିରେ ପକାନ୍ତୁ ତୁଳସୀ ପତ୍ର ଯାହା ଆପଣଙ୍କ ଘରୁ ସହଜରେ ମିଳିଯିବ । ତୁଳସୀ ପତ୍ରକୁ ଧୋଇ ଏହାକୁ ଭଲ ଭାବେ ଏଥିରେ ପାକନ୍ତୁ । ତୁଳସୀ ପତ୍ର ବଡ ହୋଇଥିଲେ ୨ଟି ଓ ଛୋଟ ହୋଇଥିଲେ ୪ଟି ପକାନ୍ତୁ । ଛାତିରେ କଫ ଜମା ହୋଇଥିଲେ ଏଥିରେ ଛୋଟ ସାଇଜର ତେଜପତ୍ର ଚିରି ପକାନ୍ତୁ ।

ଯଦି ଥଣ୍ଡା କାଶ ଅଛି ତେବେ ତେଜପତ୍ର ପକାନ୍ତୁ ନାହି । ଏହା ପରେ ଗୋଟିଏ ଲବଙ୍ଗ ଏଥିରେ ପାକନ୍ତୁ କିନ୍ତୁ ଲବଙ୍ଗରେ ଫୁଲ ଥିବା ଦରକାର । ଏହା ପରେ ଗୋଟେ ବା ୨ଟି ଗୋଲମରୀଚ ପକାନ୍ତୁ । ଏହି ସବୁ ସାମଗ୍ରୀର ମିଶ୍ରଣ ଛାତିରୁ କଫ ବାହାର କରିବା ସହ ପେଟ ଗରମ ହେବାକୁ ଦେବ ନାହି ।

ବର୍ତ୍ତମାନ ବର୍ଷା ଦିନ ଚାଲୁଥିବାରୁ ଶରୀରର ଇମ୍ୟୁନିଟି ପାୱାର ବୃଦ୍ଧି କରିବାରେ ଏହି ରେମେଡି ସାହାଜ୍ଯ କରିଥାଏ । ୨ କପ ପାଣି ଫୁଟି ୧ କପ ହେବା ଯାଏଁ ଏହାକୁ ପାତ୍ରକୁ ଛାଣି ଦିଅନ୍ତୁ । ଅଳ୍ପ ଉଷୁମ ଥିବା ବେଳେ ଏହାର ସେବନ କରନ୍ତୁ । ଏଥିରେ ମହୁ ବା ଗୁଡ ଆଡ କରି ସେବନ କରିପାରିବେ । ମହୁ ଗଳା ସଂକ୍ରମଣ, ଥଣ୍ଡା, କାଶ, ଛାତିରେ କଫ ଏହାର କରିବା ପାଇଁ ରାମବାଣ ହୋଇଥାଏ ।

ସକାଳୁ ଚାହା ପିଇବା ବଦଳରେ ଆପଣ ଏହାର ସେବନ କରିପାରିବେ । ଦେଖିବେ ଯେତେ ବି କଫ ଜମିଥିବା କଫ ବାହାରିଯିବ ଆଉ ପ୍ରଥମ ସେବନରେ ଏହାର ଫାଇଦା ଦେଖିବାକୁ ମିଳିବ । ଦିନକୁ ଦୁଇ ଥର ଏହାର ସେବନ କରିପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଇଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *