ମେଷ ରାଶି ବ୍ୟକ୍ତିଙ୍କର ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ କିଛି ଗୁପ୍ତ ରହସ୍ୟ, କାହିଁକି ଜୀବନରେ ମିଳେ ଧୋକା? କେବେ ଖୋଲିବ ଭାଗ୍ଯର ତାଲା…. ଦେଖନ୍ତୁ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ମେଷ ରାଶିର ବ୍ୟକ୍ତି ବିଶେଷଙ୍କର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ କିଛି ଖାସ କଥା କହିବାକୁ ଯାଉଛୁ । ମେଷ ରାଶିର ଜାତକ ବ୍ୟକ୍ତି ଅଶ୍ଵିନ ନକ୍ଷତ୍ର, ଦ୍ଵିଜା ନକ୍ଷତ୍ର ଓ କୃତିକା ନକ୍ଷତ୍ର ଆଦ୍ୟପାଦରେ ଜନ୍ମଗ୍ରହଣ କରିବାର ଦେଖାଯାଏ । ସେମାନଙ୍କର ରାଶି ନାମରେ ପ୍ରଥମ ଅକ୍ଷର ଅ, ଲ, ଲୁ, ଲା, ଚେ, ଚୁ ମଧ୍ୟରୁ ନିଶ୍ଚିନ୍ତ ହୋଇଥାଏ । ଆପଣଙ୍କର ଆକୃତି ମେଷ ତୁଲ୍ୟ ଓ ପ୍ରକୃତି ହେଉଛି ତମ୍ବା ତୁଲ୍ୟ । ଏମାନେ କିଛି ସାହସ କାମ କରିଥାନ୍ତି ଯାହା ସାଧାରଣ ଲୋକ କରିବାକୁ ଭୟ କରିଥାନ୍ତି । ଆପଣଙ୍କର ଆଧିପତ୍ୟ ହେଉଛନ୍ତି ମଙ୍ଗଳ ଗ୍ରହ ।

ସ୍ୱାସ୍ଥ୍ୟ ବହୁତ ଭଲ ରହିଥାଏ । ଆପଣଙ୍କ ସୁନ୍ଦର ଚେହେରା ହେବା ସହ ମୁଖ ମଣ୍ଡଳରେ କଳାଜାଇ ରହିଥାଏ । ସ୍ନାୟୁ ପୀଡା, ରକ୍ତ ଦୋଷ ଜନିତ ରୋଗ ଦେଖାଯାଇଥାଏ । ଆପଣ ଉଚ୍ଚାବିଳାସୀ, ସାହସୀ, ସଂଘଠନରେ ନେତୃତ୍ଵ ନେବାର ଅଧିକାରି ହୋଇଥାନ୍ତି । ଆପଣ ଦାନୀ, ପରୋପକାରି ଓ ସାହାଜ୍ଯକାରୀ ଅଟନ୍ତି । ଶତ୍ରୁ ମାନଙ୍କୁ ପରାସ୍ତ କରିବାରେ ଆପଣ ଧୁରନ୍ଧର ବ୍ୟକ୍ତି ଅଟନ୍ତି ।

ସମୟ ଅନୁଯାୟୀ କାମ କରିବାକୁ ପସନ୍ଦ କରନ୍ତି । ଆପଣ ନିଜର କର୍ତ୍ତବ୍ୟ କରି ଚାଲିଥାନ୍ତି । ଭାଇ ମାନଙ୍କ ସହ ଭଲ ପଡେ ନାହି । କାମାତୁର ସ୍ବଭାବ ଅଧିକ ରହିଥାଏ । ନିଜ ସ୍ତ୍ରୀ ବା ସ୍ବାମୀଙ୍କର ବନ୍ଧୁତାକୁ ଆପଣ ସହିପାରନ୍ତି ନାହିଁ । ଅହଂକାର ଅଧିକ ଥିବାରୁ କଳି କରିବା କାରଣରୁ ଶାରୀରିକ ଆଘାତ ପାଇଥାନ୍ତି । ଜୀବନରେ କେବେ ଗଭୀର ଜଳ ଓ ଉଚ୍ଚ ପାହାଡକୁ ଯିବେ ନାହିଁ ।

ଆପଣଙ୍କର ଜୀବନ ପ୍ରତି ଆଞ୍ଚ ଆସିପାରେ । ସର୍ବଦା ଚିନ୍ତା ନ କରି କାର୍ଯ୍ୟ କରି ଚାଲିଲେ ଆପଣ ସଫଳ ପାଇବେ । ଜୀବନ ସାଥୀଙ୍କୁ ଆନ୍ତରିକତା ସହ ଭଲ ପାଇଥାନ୍ତି । ସନ୍ଦେହ କାରଣରୁ ଦାଂପତ୍ଯ ଜୀବନରେ ମନୋମାଳିନ୍ୟ ଦେଖାଯାଇଥାଏ । କିପରି ସୁଖ ଶାନ୍ତିରେ ଜୀବନ ଯାପନ କରିବେ ତାହା ପ୍ରତି ଧ୍ୟାନ ଦେବା ଉଚିତ ।

ଯୌବନ ଅବସ୍ଥାରେ ଆପଣଙ୍କ ଆଡକୁ ଅନେକ ଆକ୍ରୁଷ୍ଟ ହୋଇଥାନ୍ତି । ଯେଉଁ ପ୍ରେମ କରୁଥାନ୍ତି ତାହା ଲୋକଲୋଚନକୁ ନ ଆସିବା ପାଇଁ ସତର୍କତା ଅବଲମ୍ବନ କରିଥାନ୍ତି । କାହା ଉପରେ ନିର୍ଭର ନ କରିବା ବିଶେଷ ଗୁଣ ରହିଥାଏ । ଆପଣ ମାତା ପିତାଙ୍କୁ ଭକ୍ତି କରିଥାନ୍ତି । ଆପଣ ପୁଅ ବା ଝିଅ ମଧ୍ୟରୁ ସମାଜରେ ଖ୍ଯାତି ସମ୍ପନ୍ନ ବ୍ୟକ୍ତି ଭାବେ ପ୍ରତିଷ୍ଠା ପାଇଥାନ୍ତି ।

ଯାହା ସହ ବନ୍ଧୁତା କରିଥାନ୍ତି ତାଙ୍କ ସହ ଦୃଢତା ରଖିଥାନ୍ତି । କାର୍ଯ୍ୟରେ ଉନ୍ନତି କରିଥାନ୍ତି । ସୈନ୍ୟ ବାହିନୀରେ ଯୋଗ ଦେଇପାରନ୍ତି । ଆର୍ଥିକ ସ୍ଥିତି ଭଲ ରହିଥାଏ । ଆପଣ ଲୋଭୀ ନ ଥିଲେ ମଧ୍ୟ ଅଯଥା ଖର୍ଚ୍ଚ କରିଥାନ୍ତି । ଅର୍ଜିତ ସମ୍ପତି ଭୋଗ କରିବାରେ ଅସୁବିଧା ଦେଖାଯାଏ । ଭାଗ୍ୟ ଉପରେ ବିଶ୍ଵାସ ରଖିଥାନ୍ତି ।

ନେତୃତ୍ଵ ଦ୍ଵାରା ଅନ୍ୟକୁ ପରିଚାଳିତ କରିଥାନ୍ତି । ଗରିବ ଲୋକଙ୍କର ସାହାଜ୍ଯ କରିଥାନ୍ତି । ଆପଣଙ୍କର ସାମ୍ୟବାଦୀ ଚିନ୍ତାଧାରାରେ ଅନେକ ମାତ୍ରାରେ ରହିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *