ନମସ୍କାର ବନ୍ଧୁଗଣ, ଗୋଟିଏ ବ୍ୟକ୍ତିର ରାଶି ନିରୂପଣ ତା ଜନ୍ମ ସମୟରୁ ହିଁ ହୋଇଯାଇଥାଏ । ଆଗାମୀ ସମୟରେ ଘଟିବାକୁ ଯାଉଥିବା ସମସ୍ତ ଘଟଣା ବିଷୟରେ ରାଶିରୁ ହିଁ ଜାଣିହୁଏ । ତେବେ ଆଜି ଆମେ ୧୨ଟି ରାଶି ମଧ୍ୟରୁ ଗୋଟିଏ ରାଶି ମେଷ ରାଶି ବିଷୟରେ ଜଣାଇବାକୁ ଯାଉଛୁ କିଭଳି ରହିବ ମେଷ ରାଶିର ସମୟ ଅକ୍ଟୋବର ମାସରେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ସମ୍ପୂର୍ଣ ଭାବରେ ।
ମେଷ ରାଶି: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଅକ୍ଟୋବର ମାସଟି ଅତ୍ୟନ୍ତ ଶୁଭ ରହିବ । ଆପଣଙ୍କର ସ୍ଵାସ୍ତ ଏହି ମାସରେ ଭଲ ରହିବ । କ୍ଯାରିଅର ପାଇଁ ଏହି ମାସଟି ଆପଣଙ୍କୁ ଶୁଭ ଫଳ ଆଣିଦେବ । ଆପଣଙ୍କ ପ୍ରେମ ଜୀବନ ଏହି ସମୟରେ ଅତ୍ୟନ୍ତ ଭଲ ରହିବ । କିନ୍ତୁ ଆପଣଙ୍କର ଦାମ୍ପତ୍ୟ ଜୀବନରେ କିଛି ଅସୁବିଧା ଆସିପାରେ । ତେଣୁ ଆପଣ ଏହି ମାସରେ ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖିବା ପାଇଁ ଚେଷ୍ଟା କରନ୍ତୁ ।
ବିଦ୍ୟାର୍ଥୀ ମାନେ ଆଶା କରୁଥିବା ଫଳ ନିଶ୍ଚୟ ପାଇବେ ନିଜ ଶିକ୍ଷା କ୍ଷେତ୍ରରେ । ଆପଣଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ଏବେ ପୁରା ହେବ । ଯେଉଁସବୁ କାର୍ଯ୍ୟ କରିବା ପାଇଁ ଆପଣ ସ୍ଵପ୍ନ ଦେଖୁଥିଲେ ସେହିସବୁ କାର୍ଯ୍ୟରେ ଆପଣ ସଫଳତା ପାଇବେ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର ଉନ୍ନତି ଘଟିବ । ଏବଂ ପଦୋନ୍ନତି ହେବାର ଯୋଗ ମଧ୍ୟ ରହିଛି ।
ଯେଉଁମାନେ ଚାକିରି ଖୋଜୁଛନ୍ତି ତାଙ୍କୁ ଏହି ସମୟରେ ନିଜ ମନ ପସନ୍ଦର ଚକିରୀ ମିଳିବ । ନିଜ କାମ ପାଇଁ ଆପଣ ପ୍ରଶଂସା ଶୁଣିବେ । ସମାଜରେ ନିଜକୁ ପ୍ରତିଷ୍ଟିତ କରିବେ । ଯାହାଫଳରେ ଅନେକ ମାନ ସମ୍ମାନ ମିଳିବ ଆପଣଙ୍କୁ । ଯଦି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଚାହୁଥାନ୍ତି ତେବେ ଏହି ସମୟଟି ଆପଣଙ୍କ ପାଇଁ ଅନୁକୂଳ ରହିବ ।
ଜାଗା ବାଡି ସମ୍ବନ୍ଧୀୟ ସମସ୍ତ ସମସ୍ୟାର ସମଧାନ ହେବ । ଯଦି ନୂତନ ଜାଗା ବାଡି କିଣିବାକୁ ଚାହୁଛନ୍ତି ତେବେ ଏହି ସମୟରେ ଉତ୍ତମ ଯୋଗ ରହିଛି । ନୂତନ ଘର କାର୍ଯ୍ୟ ଅରମ୍ଭ ଅନେକ ଦିନରୁ ଯେଉଁ ସ୍ଵପ୍ନ ଦେଖିଥିଲେ ତାହା ଏବେ ସତ ହେବ । ନୂଆ ଗାଡି କିଣିପାରନ୍ତି । ନିଜ ପ୍ରେମିକ ବା ପ୍ରେମିକାଙ୍କ ସହ ନୂଆ ନୂଆ ଜାଗା ବୁଲିବାକୁ ଯାଇପାରନ୍ତି ଏହି ସମୟରେ ।
ଆପଣଙ୍କ ପ୍ରେମ ସମ୍ପର୍କ ସୁଦୃଢ ହେବ । ଏବଂ ନିଜ ସ୍ଵାସ୍ତର ଧ୍ୟାନ ନିଅନ୍ତୁ ଏହି ସମୟରେ । ବିଶେଷ କିଛିହେବାର ସମ୍ଭାବନା ନାହିଁ କିନ୍ତୁ ସାମାନ୍ୟ ଭାବେ ଦେହ ଖରାପ ରହିବ । ଥଣ୍ଡା ବା ଜର ଏହିଭଳି ସମସ୍ୟା ଦେଖାଦେଇପାରେ । ତେଣୁ ଚିନ୍ତା କରନ୍ତୁ ନାହି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।