ନମସ୍କାର ବନ୍ଧୁଗଣ, ନିଜ ନିଜ ଭାଗ୍ୟ ଜାଣିବାର ଇଚ୍ଛା ସମସ୍ତେ ରଖନ୍ତି । ଆସୁଥିବା ଆଗାମୀ ସମୟ ବିଷୟରେ ଜାଣିବା ପାଇଁ ସମସ୍ତଙ୍କର ଜିଜ୍ଞାସା ଲାଗିରହିଥାଏ । ରାଶି ନକ୍ଷତ୍ର ହିଁ ଗୋଟିଏ ମଣିଷର ଭାଗ୍ୟକୁ ସୁଚାଇଥାଏ । ତେବେ ଆଜି ଆମେ ରାଶି ଚକ୍ରର ୧୨ଟି ରାଶି ମଧ୍ୟରୁ ମେଷ ରାଶି ବିଷୟରେ ଆଲୋଚନା କରିବାକୁ ଯାଉଛୁ । ଆସୁଥିବା ନଭେମ୍ବର ମାସଟି ମେଷ ରାଶି ପାଇଁ କଣ ସବୁ ସୁଖ ଦୁଃଖ ନେଇ ଆସୁଛି ତାହା ଆଜି ଆମେ ଜାଣିବା ମାସିକ ରାଶି ଫଳରୁ । ଆଉ ଡେରି ନକରି ଆସନ୍ତୁ ଆରମ୍ଭ କରିବା ।
ମେଷ ରାଶି: ଏହି ରାଶି ପାଇଁ ନଭେମ୍ବର ମାସଟି ଉଚ ନୀଚ ଭାବରେ ଚାଲିବ । ଆର୍ଥିକ କ୍ଷେତ୍ରରେ ସାମାନ୍ୟ ସଂଘର୍ଷ କରିବାକୁ ପଡିବ । ଶନିଦେବ ସ୍ଵଗ୍ରହି ହୋଇ ମେଷ ରାଶିର ଦଶମ ସ୍ଥାନରେ ବିରାଜିତ ଅଛନ୍ତି । ଶନି ଦେବ ଅଧିକ ପରଶ୍ରମ କରାଇଥାନ୍ତି ତେଣୁ ଆପଣଙ୍କୁ କଷ୍ଟ କରିବାକୁ ପଡିବ । କିନ୍ତୁ ଏହି କଷ୍ଟର ଆପଣଙ୍କୁ ଉଚିତ ମୂଲ୍ୟ ମଧ୍ୟ ମିଳିବାକୁ ଯାଉଛି ।
ଆପଣଙ୍କ ଚାକିରି କ୍ଷେତ୍ରରେ ଉନ୍ନତି ହେବ । ଆପଣ ଯୋଜନା କରୁଥିବା ସମସ୍ତ କାର୍ଯ୍ୟରେ ସଫକ ହେବେ । ଦଶମ ଭାଗରେ ବକ୍ରୀ ମଙ୍ଗଳଙ୍କର ଦ୍ରୁଷ୍ଟି ଥିବାରୁ କାର୍ଯ୍ୟ କ୍ଷେତ୍ରରେ ବାଦ ବିବାଦର ସ୍ଥିତି ଉପୁଜିବ । ତେଣୁ ସାବଧାନ ଅବଲମ୍ବନ କରନ୍ତୁ । ଆପଣଙ୍କ ବାଣୀର ପ୍ରଭାବ ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ପଡିବ । ତେଣୁ ନିଜ ବାଣୀ ଉପରେ ସଂଯମତା ରଖନ୍ତୁ ।
ବ୍ୟବସାୟୀ ମାନଙ୍କ ପାଇଁ ମାସର ପ୍ରାରମ୍ଭ ସମୟ ବହୁତ ଭଲ ରହିବ । ସପ୍ତମ ଭାବରେ ବୁଧ, ଶୁକ୍ର ଓ କେତୁ ଏବଂ ଶନିଙ୍କ ପ୍ରଭାବ ହେତୁ ବ୍ୟବସାୟରେ ଉତଥାନ ପତ୍ତନର ସ୍ଥିତି ଆସିବ । ଉତ୍ତମ ଲାଭ ପ୍ରାପ୍ତ ହେବାର ମଧ୍ୟ ଯୋଗ ରହିଛି । ୧୧ ତାରିଖରେ ଶୁକ୍ର ଏବଂ ୧୩ ତାରିଖରେ ବୁଧଙ୍କ ଅଷ୍ଟମ ଭାଗକୁ ଗୋଚର ହେବ । ୧୬ ନଭେମ୍ବରରେ ସୂର୍ଯ୍ୟଙ୍କର ଅଷ୍ଟମ ଭାଗକୁ ଗୋଚର ହେବ ।
ଏହି ସମୟରେ ଆପଣ ନୂଆ ନୂଆ ଯୋଜନା କରିବେ । ଏହା ବ୍ୟବସାୟ କ୍ଷେତ୍ରରେ ଉନ୍ନତି ଆଣିଦେବ । ମାସ ଆରମ୍ଭରେ ଆପଣଙ୍କର ଆର୍ଥିକ କ୍ଷତି ହେବାର ଯୋଗ ରହିଛି । ଆପଣଙ୍କର ପ୍ରେମ ସମ୍ପର୍କ ଅନୁକୂଳ ରହିବ । ପ୍ରେମ ବିବାହ ହେବର ସମ୍ପୂର୍ଣ ଯୋଗ ରହିଛି । ପରସ୍ପର ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ ହେବ । କିନ୍ତୁ ମାସର ଦିତୀୟାର୍ଦ୍ଧରେ ସୂର୍ଯ୍ୟଙ୍କ ଗୋଚର ହେତୁ ବୈବାହିକ ଜୀବନରେ ସାମାନ୍ୟା ସଂଘର୍ଷ ରହିବ ।
ସପ୍ତମ ଭାବରେ କେତୁଙ୍କ ଗୋଚର ହେତୁ ପରସ୍ପର ମଧ୍ୟରେ ଭୁଲ ବୁଝା ବଣା ସୃଷ୍ଟି ହେବ । ପାରିବାରିକ ସୁଖ ଶାନ୍ତିର ବୃଦ୍ଧି ହେବ । ରାହୁ କେତୁଙ୍କ ପ୍ରଭାବ ହେତୁ ସ୍ଵାସ୍ତ ସମସ୍ୟା ଦେଖାଦେବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ ଶେୟାର କରିବାକୁ ଜମା ବି ଭୁଲିବେନି ।