ମିଛ ପ୍ରେମ କରୁଥିବା ବ୍ୟକ୍ତିର 5ଟି ସଂକେତ, ଥରେ ଜାଣିଗଲେ କେବେ ଖାଇବେ ନାହିଁ ଧୋକା! Sign Of Fake Love

ବନ୍ଧୁଗଣ ପ୍ରତେକ ବ୍ୟକ୍ତି ଜୀବନରେ କେବେ ନା କେବେ କାହାକୁ ନିଶ୍ଚୟ ଭଲ ପାଇଥିବେ । କିନ୍ତୁ ଭଲ ପାଇବା ବି ଏମିତି ରହିଥାଏ ଯାହା ସଚ୍ଚା ଓ ମିଛର ଆଧାରରେ ରହିଥାଏ । କିଛି ଲୋକ ସ୍ଵାର୍ଥପର ହୋଇ କେବଳ ଟାଇମ ପାସ କରିବାକୁ ଭଲ ପାଇଥାନ୍ତି । ଆଉ କିଛି ଲୋକ ବିନା ସ୍ଵାର୍ଥରେ ଭଲ ପାଇଥାନ୍ତି । ଆଜି ଆମେ ଆପଣଙ୍କୁ ମିଛ ପ୍ରେମର ୫ଟି ନିଶାନି ବିଷୟରେ ବିସ୍ତାର ଭାବେ କହିବାକୁ ଯାଉଛୁ ।

୧- ମିଛ ପ୍ରେମ କରୁଥିବା ଲୋକଙ୍କର ପ୍ରଥମ ନିଶାନୀ ହେଉଛି ତାଙ୍କୁ ନେଇ ଆପଣଙ୍କ ପାଇଁ କୌଣସି ଭବିଷ୍ୟତ ପ୍ଲାନିଂ ନ ଥିବ । ଯେବେ ଆପଣ ତାଙ୍କୁ ଭବିଷ୍ୟ ବିଷୟରେ ପଚାରିବେ ସେ ସେହି ସବୁ କାମ ବିଷୟରେ କହିବେ ଯାହା ପ୍ରତେକ ମଣିଷ କରିଥାନ୍ତି । ସେ ଆପଣଙ୍କୁ କହିବେ ଭଲ ପାଉଥାନ୍ତି କିନ୍ତୁ ଘର ଲୋକ ମାନିବେ ନାହି, ଅଲଗା ଜାତି ଆମର, ବାହା ହୋଇପାରିବି ନାହି । କିନ୍ତୁ ସଚ୍ଚା ଭଲ ପାଇବାରେ ନିଜକୁ ଓ ଭଲ ପାଉଥିବା ମଣିଷକୁ ନେଇ ଫ୍ୟୁଚର ପ୍ଲାନିଂ ରହିଥାଏ ।

୨- ମିଛ ପ୍ରେମ କରୁଥିବା ଲୋକଙ୍କର ଦ୍ଵିତୀୟ ନିଶାନି ହେଉଛି ଦିନ ସାରା ସେ ଆପଣଙ୍କ ସହ ଯେତେ ବି କଥା ହେବେ କିନ୍ତୁ ଅଧିକାଂଶ କଥା ଶାରୀରିକ ସଂପର୍କକୁ ନେଇ କଥା ହେବେ । କିନ୍ତୁ ଯେଉଁ ବ୍ୟକ୍ତି ଆପଣଙ୍କୁ ସଚ୍ଚା ପ୍ରେମ କରୁଥିବେ ସେ ଆପଣଙ୍କର ପରିବାର, ଭବିଷ୍ୟତ, କ୍ଯାରିୟର କୁ ନେଇ କଥା ହେବେ ଯାହା ମିଛ ପ୍ରେମ କରୁଥିବା ବ୍ୟକ୍ତିଙ୍କ ପାଖରେ ନାହି ।

୩- ମିଛ ପ୍ରେମ କରୁଥିବା ମଣିଷର ତୃତୀୟ ନିଶାନି ହେଉଛି ତାଙ୍କ ଭିତରେ ଠିକ ବୁଝାମଣା ନ ଥିବ । ଯିଏ ଆପଣଙ୍କୁ ମିଛ ପ୍ରେମ କରୁଥିବେ ସେ ଆପଣଙ୍କ ସହ ଦିନ ସାରା ଝଗଡା କରିବାରେ ବ୍ଯତୀତ କରିବେ । ଆପଣଙ୍କର ଜୀବନ, ସମସ୍ଯା, ଲାଇଫ୍କୁ ନେଇ ତାଙ୍କ ମନରେ କିଛି ବି ନ ଥିବା । କିନ୍ତୁ ସଚ୍ଚା ପ୍ରେମ କରୁଥିବା ବ୍ୟକ୍ତିଙ୍କ ପାଖରେ ବୁଝାମଣା ରହିବା ସହ ପରସ୍ପରର କଥା ଶୁଣିଥାନ୍ତି ଓ ବୁଝିଥାନ୍ତି ପରସ୍ପରକୁ ।

୪- ଚତୁର୍ଥ ନିଶାନି ହେଉଛି ମିଛ ପ୍ରେମରେ ସବୁ କିଛି ସର୍ତ୍ତ ଅନୁଯାୟୀ ରହିଥାଏ । ଦେଖିବାକୁ ଗଲେ ଦୁନିଆରେ ବାପା ମାଙ୍କୁ ଛାଡି ଦେଲେ କେହି ବିନା ସ୍ଵାର୍ଥରେ ଆପଣଙ୍କୁ ଭଲ ପାଇବେ ନାହି । ପ୍ରତେକ ସମ୍ପର୍କରେ କିଛି ନା କିଛି ସର୍ତ୍ତ ରହିଥିବା ଯାହା ବଢିଗଲେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । କିନ୍ତୁ ସଚ୍ଚା ପ୍ରେମରେ ସର୍ତ୍ତ ସୀମିତ ରହିଥାଏ ।

୫- ପଞ୍ଚମ ନିଶାନି ହେଉଛି ଯିଏ ଆପଣଙ୍କୁ ମିଛ ପ୍ରେମ କରୁଥିବେ ସେ ଆପଣଙ୍କୁ ସବୁବେଳେ ନିଜର କଣ୍ଟ୍ରୋଲରେ ରଖିବାକୁ ଚାହିଁବେ । ସେ ଆପଣଙ୍କ ଉପରେ ହକ ଜତାଇବା ସହ ନିଜର ଅଧିକାର ଜତାଇବାକୁ ଚାହିଁବ । ମିଛ ପ୍ରେମ କରୁଥିବା ବ୍ୟକ୍ତି ଆପଣଙ୍କୁ ବଦଳାଇବାକୁ ଚେଷ୍ଟା କରିବେ ଆଉ ଆପଣଙ୍କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବେ । ଆପଣଙ୍କ ଭିତରେ ଏମିତି ଭୁଲ ବାଛିଥାନ୍ତି ଯାହା ଆପଣଙ୍କ ପାଖରେ ନ ଥିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବାକୁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *