ବନ୍ଧୁଗଣ କଣ ଆପଣ ଜାଣିବାକୁ କେବେ ଚେଷ୍ଟା କରିଛନ୍ତି କି ଆପଣ ଯାହାକୁ ହୃଦୟ ଦେଇ ଭଲ ପାଉଛନ୍ତି ବ ସଚ୍ଚା ପ୍ରେମ କରୁଛନ୍ତି ସେ ଆପଣଙ୍କୁ ସେତିକି ଭଲ ପାଉଛନ୍ତି । ନା ଆପଣଙ୍କ ସହ ମିଛ ପ୍ରେମର ଛଳନା କରୁଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ମିଛ ପ୍ରେମର କିଛି ଲକ୍ଷଣ ବିଷୟରେ କହିବାକୁ ଯାଉଛୁ । ଆସନ୍ତୁ ଆରମ୍ଭ କରିବା ଆଜିର ବିଷୟ ବସ୍ତୁ । ୧- ଆପଣ ଭଲ ପାଇବା ପୂର୍ବରୁ ବହୁତ କିଛି ମଜା ମସ୍ତି କରୁଥିଲେ । କିନ୍ତୁ ପ୍ରେମରେ ପଡିବା ପରେ ଆପଣଙ୍କର ବ୍ୟକ୍ତିତ୍ବରେ ପରିବର୍ତ୍ତନ ଆସିଥାଏ ତାହା ପୁଣି ଆପଣଙ୍କ ଲଭରଙ୍କ ପାଇଁ । ତେବେ ଆପଣଙ୍କ ଜୀବନରେ ଯଦି କିଛି ପରିବର୍ତ୍ତନ ଆସିଥାଏ ତେବେ ଜାଣିବେ ଆପଣଙ୍କ ଲଭର ଆପଣଙ୍କୁ ଚେଞ୍ଜ କରିବାକୁ ଚାହୁଁଛନ୍ତି ।
୨- ଅନେକ ସମୟରେ ଆପଣଙ୍କର ଲଭର କହୁଥିବେ ତାଙ୍କ ସହ କଥା ହୁଅନି ଏୟାଡେ ଯିବନି ଏମିତି କର ସେମିତି କର ଇତ୍ୟାଦି କଥା । ସବୁ ଜିନିଷରେ ଆପଣଙ୍କୁ କଣ୍ଟ୍ରୋଲ କରିବାକୁ ଚାହୁଁଛନ୍ତି ତେବେ ଜାଣିବେ ସେ ଆପଣଙ୍କୁ ମିଛ ପ୍ରେମର ଛଳନା କରୁଛନ୍ତି ।
୩- ଅନେକ ସମୟରେ ଦେଖାଯାଏ ପ୍ରେମୀ ଯୁଗଳଙ୍କ ମଧ୍ୟରେ ଝଗଡା ହେବା ଏହା ସ୍ଵାଭାବିକ କଥା । କିନ୍ତୁ ତା ମାନେ ନୁହେଁ କି ଲଭର ଆପଣଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରିବେ ଆପଣଙ୍କ ଇଜ୍ଜତକୁ ସମ୍ମାନ ଦେବବେ ନାହି ।
୪- ଯଦି ଆପଣଙ୍କ ଲଭର ଆପଣଙ୍କୁ ସତରେ ଭଲ ପାଉଥିବେ ତେବେ ସେ ଆପଣଙ୍କୁ ଯାହା ହେଲେ ବି ବିଶ୍ଵାସ କରିବେ । କିନ୍ତୁ ସେ ଆପଣଙ୍କ ସହ ଟାଇମ ପାସ କରୁଥିଲେ ଆପଣଙ୍କ ଉପରେ ଭରସା କରିବେ ନାହି । ସବୁ କଟାହରେ ଆପଣଙ୍କୁ ପ୍ରତିବାଦ କରିବେ ।
୫- ଦୁଇ ପ୍ରେମୀ ଯୁଗଳଙ୍କ ମଧ୍ୟରେ ପରସ୍ପର ପ୍ରତି ବୁଝାମଣା ରହିବା ନିହାତି ଜରୁରୀ ଅଟେ । କିନ୍ତୁ ଯଦି ଆପଣଙ୍କୁ କେହି ମିଛ ପ୍ରେମ କରୁଥିବେ ତେବେ ସେ ଆପଣଙ୍କୁ କେବେ ବୁଝିବାକୁ ଚେଷ୍ଟା କରିବେ ନାହି ।
୬- ଯଦି ଆପଣଙ୍କ ଲଭରଙ୍କ ଠାରେ ପେସେନ୍ସ ନାହି ତେବେ ଜାଣିବେ ସେ ଆପଣଙ୍କୁ ମିଛ ପ୍ରେମ କରୁଛନ୍ତି । କହିବାର ଅର୍ଥ ଏହା କି ତାଙ୍କର ଯାହା ଦରକାର ସେ ତୁରନ୍ତ ଚାହୁଁଛନ୍ତି କିନ୍ତୁ ଆପଣ ତାଙ୍କୁ ଦେଇପାରୁ ନାହାନ୍ତି ।
୭- ଯେଉଁ ପ୍ରେମୀ ଯୁଗଳ ପରସ୍ପରକୁ ରେସପେକ୍ଟ ଦେଉ ନାହାନ୍ତି ଖରାପ ଭାଷାରେ କଥା ହେଉଛନ୍ତି ଜାଣିବେ ଏହା ହେଉଛି ମିଛ ପ୍ରେମର ଲକ୍ଷମ । ଯଦି ସେ ଆପଣଙ୍କ ଫିଲିଙ୍ଗ୍ସକୁ ବୁଝିପାରୁ ନାହାନ୍ତି ତେବେ ସେ ସଚ୍ଚା ପ୍ରେମୀ ନୁହନ୍ତି ।
୮- ଯଦି ଆପଣଙ୍କ ଲଭର ଆପଣଙ୍କର ପ୍ରଶଂସା ନ କରି ଅନ୍ୟ କାହାର ପ୍ରଶଂସା କରନ୍ତି ସବୁ ସମୟରେ ତେବେ ଏହା ମିଛ ପ୍ରେମର ଲକ୍ଷଣ ।
୯- ଆପଣଙ୍କ ଲଭରଙ୍କର ଯେବେ ପ୍ରେମ ଦରକାର ହୁଏ ବା ତାଙ୍କ ମନ ଯେବେ ଚାହେଁ ଫୋନ କରନ୍ତି ଆଉ ପରେ କଥା ହୁଅନ୍ତି ନାହି ଜାଣିବେ ମିଛ ପ୍ରେମର ଲକ୍ଷଣ ।
୧୦- ଆପଣଙ୍କ ଲଭର ଆପଣଙ୍କ ବିନା ଅନୁମତିରେ ଯଦି ଶାରୀରିକ ସମ୍ପର୍କ ରଖନ୍ତି ଜାଣିବେ ସେ ଆପଣଙ୍କୁ ମିଛ ପ୍ରେମ କରୁଛନ୍ତି । ବନ୍ଧୁଗଣ ଆପଣଙ୍କର ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।