ମିଛ ପ୍ରେମର 5ଟି ସଂକେତ, ଥରେ ଜାଣି ନିଅନ୍ତୁ ଜୀବନରେ କେବେ ଧୋକା ଖାଇବେ ନାହିଁ- Krishna Vani

ପ୍ରତେକ ବ୍ୟକ୍ତି ଜୀବନରେ କେବେ ନା କେବେ କାହାକୁ ପ୍ରେମ କରିଥିବ । ପ୍ରତେକ ସମୟରେ ମନରେ ପ୍ରଶ୍ନ ଉଠିଥାଏ କି ତାଙ୍କୁ ପ୍ରେମ କରୁଥିବା ମଣିଷ ଜଣକ ସଚ୍ଚା ପ୍ରେମ କରୁଛି ନା ମିଛ ପ୍ରେମ କରୁଛି ନା ପ୍ରେମ କରିବାର ମିଛ ବାହାନା କରୁଛି । ଆଜି ଆମେ ଆପଣ ମାନଙ୍କୁ ଏମିତି ୫ଟି ସଂକେତ ବିଷୟରେ କହିବାକୁ ଯାଉଛୁ ଯେଉଁଥିରୁ ଆପଣ ମାନେ ଜାଣିପାରିବେ ଆପଣଙ୍କୁ ଭଲ ପାଉଥିବା ମଣିଷ ଆପଣଙ୍କୁ ସତରେ ପ୍ରେମ କରୁଛି ନା ମିଛ ପ୍ରେମ କରିବାର ଛଳନା କରୁଛି ।

୧- ଯେବେ ଆପଣ ନିଜର ସମ୍ପର୍କ ବିଷୟରେ କହିବେ ସେ ଆପଣଙ୍କୁ କହିବେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି କିନ୍ତୁ ସେ ଆପଣଙ୍କ ସହ ବିବାହ କରିପାରିବି ନାହିଁ କି ଘର ଲୋକେ ମାନିବେ ନାହିଁ । ଏହା ସହ ଦୁହିଙ୍କର ଜାତି ଅଲଗା ହୋଇଥିଲେ କିଛି ଏମିତି କଥା କହିବେ ମିଛ ପ୍ରେମର ଛଳନା କରୁଥିବା ମଣିଷ ।

୨- ମିଛ ପ୍ରେମର ଛଳନା କରୁଥିବା ମଣିଷର ଦ୍ଵିତୟ ସଂକେତ ହେଉଛି ଯେଉଁ ବ୍ୟକ୍ତି ଆପଣଙ୍କୁ ସଚ୍ଚା ପ୍ରେମ କରୁଛନ୍ତି ସେ ଆପଣଙ୍କ ସହ ପରିବାର ଓ ଭବିଷ୍ୟତ କୁ ନେଇ ଆଲୋଚନା କରିବ । କିନ୍ତୁ ମିଛ ମଣିଷ ବା ମିଛ ପ୍ରେମ କରୁଥିବା ମଣିଷ କେବେ ବି ଏହି କଥା ପ୍ରତି ଧ୍ୟାନ ଦେବ ନାହିଁ । ସେ ଆପଣଙ୍କ ଠାରୁ କେବଳ ଗୋଟିଏ ଜିନିଷ ଚାହିଁବେ ତାହା ହେଉଛି ତାଙ୍କର ଜରୁରତ କିପରି ପୂରଣ ହେବ ।

୩- ମିଛ ପ୍ରେମର ଛଳନା କରୁଥିବା ବ୍ଯକ୍ତିର ତୃତୀୟ ସଂକେତ ହେଉଛି ମିଛ ପ୍ରେମ କରୁଥିବା ବ୍ୟକ୍ତି ଠାରେ କେବେ ବୁଝାମଣା ନ ଥାଏ । ସେ ଦିନ ସାରା ଦୁହିଙ୍କର ଭୁଲ କେଉଁଠି ରହିଲା ତାହା କହିବାରେ ସମୟ ବ୍ଯତୀତ କରିଥାନ୍ତି । ତାଙ୍କୁ ଆପଣଙ୍କର ସମସ୍ଯା ରେ ବା କଷ୍ଟ ରେ କୌଣସି ମତଲବ ନ ଥାଏ । ତାଙ୍କୁ କେବଳ ଆପଣଙ୍କର କମି ଦେଖା ଯାଇଥାଏ ।

୪- ମିଛ ପ୍ରେମ କରୁଥିବା ମଣିଷର ଚତୁର୍ଥ ସଂକେତ ହେଉଛି ମିଛ ପ୍ରେମରେ ସବୁବେଳେ ସର୍ତ୍ତ ରହିଥାଏ । ଦେଖିବାକୁ ଗଲେ ବାପା ମା ଙ୍କ ବ୍ଯତୀତ ଅନ୍ୟ କେହି ବି ବିନା ସର୍ତ୍ତ ରେ ଭଲ ପାଇ ନଥାନ୍ତି । ପ୍ରତେକ ସମ୍ପର୍କରେ କିଛି ନା କିଛି ସର୍ତ୍ତ ରହିଥାଏ କିନ୍ତୁ ଏହା ଦରକାର ଠାରୁ ଅଧିକ ହେବା ଉଚିତ ନୁହେଁ । ଯେମିତି ଏଠାକୁ ଯିବ ନାହିଁ କି ଏମିତି କରିବ ନାହିଁ ଇତ୍ୟାଦି ।

୫- ମିଛ ପ୍ରେମ କରୁଥିବା ମଣିଷର ପଞ୍ଚମ ସଂକେତ ହେଉଛି ଜଣେ ମିଛ ପ୍ରେମୀ ଆପଣଙ୍କୁ ବଦଳାଇବାକୁ ଚାହିଁବ ଆପଣଙ୍କୁ ନିୟନ୍ତ୍ରଣରେ କରିବାକୁ ଛାଇନ୍ବ । ଏମିତିକି ସେ ଆପଣଙ୍କୁ ନିଜ ଅନୁସାରେ ରଖିବାକୁ ଚେଷ୍ଟା କରିବ । ଯେବେ କୌଣସି ବ୍ୟକ୍ତି ଆପଣଙ୍କର ଖରାପ ଗୁଣ ବିଷୟରେ କହି ତାକୁ ବଦଳାଇବାକୁ ଚାହିଁବ ତେବେ ଭଲ କଥା ।

କିନ୍ତୁ ଯେବେ କେହି ଆପଣଙ୍କୁ ଏମିତି ଭୁଲ ବିଷୟରେ କହିବେ ଯାହା ନାହିଁ ତେବେ ସେ ଆପଣଙ୍କୁ ନିୟନ୍ତ୍ରଣ କରିବାକୁ ଚାହୁଁଥିବ ଯାହା ହେଉଛି ଭୁଲ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *