ମୃତ ଶିଶୁଙ୍କ ଖେଳନା ସହ କଣ କରିବା ଉଚିତ ? Garuda Purana

ମଣିଷ ତା ଜୀବନରେ ସବୁଠୁ ବଡ଼ ଦୁଃଖ ସେତେବେଳେ ପାଇଥାଏ ଯେତେବେଳେ ସେ ନିଜର କୌଣସି ଆତ୍ମୀୟ ସଜ୍ଜନ ଙ୍କୁ ସଂସାରରୁ ହରାଇଥାଏ । ପ୍ରତେକ ମଣିଷ ଜୀବନରେ କେହି ନା କେହି ପ୍ରିୟ ମଣିଷ ଥାଆନ୍ତି । ସେହି ପରି ସାଂସାରିକ ଜୀବନରେ ଜଣେ ବାପା ମା ଙ୍କର ସବୁଠୁ ପ୍ରିୟ ହେଉଛି ତାଙ୍କ ସନ୍ତାନ । ଗୋଟେ ମା ବାପା କେବେବି ନିଜ ପିଲାର କୋୖଣସି ଅସୁବିଧା କରନ୍ତି ନାହିଁ । ସେମାନେ ନିଜ ପିଲାକୁ ସବୁବେଳେ ସୁରକ୍ଷିତ ରଖିବା ପାଇଁ ସର୍ବଦା ଧ୍ୟାନ ରେ ରଖିଥାନ୍ତି ।

କିନ୍ତୁ ଭଗବାନଙ୍କ ସୃଷ୍ଟି ଓ ନିୟମ ରେ କାହାରି ନିୟନ୍ତ୍ରଣ ନ ଥାଏ । ଭଗବାନଙ୍କ ସୃଷ୍ଟିରେ ଗୋଟିଏ କଥା ସତ ଯେ ଯିଏ ଜନ୍ମ ହୋଇଛି ତାହାର ମୃ-ତୁ ନିଶ୍ଚିତ । ଆବାଳ ଵୃଦ୍ଧ ବନିତା ସମସ୍ତଙ୍କୁ ଦିନେ ନା ଦିନେ ମୃ-ତ୍ୟୁ ର ସମ୍ମୁଖୀନ ହେବାକୁ ପଡିବ ଏହା ପ୍ରକୃତିର କଠିନ ସତ୍ୟ । ତେଣୁ ମଣିଷ ଜୀବନରେ ଘଟଣା ଓ ଅଘଟଣା କେତେବେଳେ ହେବ ତାହାର କୋୖଣସି ଗ୍ୟାରେଣ୍ଟି ନଥାଏ ।

ତେଣୁ ସେହି ଭଳି ଦୁନିଆରେ ଅନେକ ଲୋକ ପ୍ରତେକ ଦିନ ମୃ-ତ୍ୟୁବରଣ କରିଥାନ୍ତି । ଓ ଅନେକ ଲୋକ ନିଜ ଆତ୍ମିୟ ଓ ପ୍ରିୟଜନଙ୍କୁ ହରାଇଥାନ୍ତି । ସେହି ଭଳି ବେଶି କଷ୍ଟଦାୟକ ହେଉଛି ଯେତେବେଳେ ଜଣେ ମା ବାପା ତାଙ୍କ ସନ୍ତାନ କୁ କୌଣସି କାରଣ ବଶତଃ ହରାଇଥାନ୍ତି ।

ସେହି ବାପା ମା ଙ୍କ କଷ୍ଟ କୁ ବର୍ଣ୍ଣନା କରିହେବ ନାହିଁ । ଅଭୁଲା କଷ୍ଟ ଘଟଣା ହୋଇଥାଏ । ତେବେ ଏହି ପରି ଅନେକ ମା ବାପା ଅଛନ୍ତି ଯେଉଁମାନେ କୌଣସି ପ୍ରାକୃତିକ ଘଟଣା ବା କୌଣସି ମନୁଷ୍ୟକୃତ ଘଟଣା ରେ ନିଜ ସନ୍ତାନକୁ ହରାଇଥାନ୍ତି । ଅନେକ ବାପା ମା ନିଜ ଛୁଆକୁ ହରାଇବା ରେ ପିଲାର ସନ୍ତକ ଭାବେ କିଛି ଜିନିଷ କୁ ରଖିଦେଇଥାନ୍ତି । କୌଣସି ଖେଳନା ବା ପୋଷାକ ବା ପିଲାର କୌଣସି ବ୍ୟବହାର ର ଜିନିଷ କୁ ନିଜ ପାଖରେ ରଖି ଥାନ୍ତି ।

କିନ୍ତୁ ଏପରି କରିବା ଭୁଲ ଅଟେ । କେବେବି ମୃ-ତ ମଣିଷର କୌଣସି ଜିନିଷ କୁ କେବେବି ନିଜ ନିକଟରେ ରଖନ୍ତୁ ନାହିଁ କାରଣ ଗରୁଡ଼ ପୁରାଣ ଅନୁସାରେ ପ୍ରେତ ବ୍ୟବହାର କରୁଥିବା ଜିନିଷ କୁ ଯଦି ଆପଣ ରଖନ୍ତି ତେବେ ପ୍ରେତ ର ଆତ୍ମାକୁ ଶାନ୍ତି ମିଳିବ ନାହିଁ ଓ ପ୍ରେତ କୁ ପୁନର୍ଜନ୍ମ ନିର୍ଧାରଣ ପାଇଁ ଏହା ଅସୁବିଧା ସୃଷ୍ଟି କରେ ।

ମୃ-ତ ର ୪୦ ଦିନ ପର୍ଯ୍ୟନ୍ତ ପ୍ରେତ ଘର ର ନିକଟରେ ହିଁ ରହିଥାଏ ତେଣୁ ଯଦି ବ ଆପଣ ପିଲାର କୌଣସି ବ୍ୟବହାର ଜିନିଷକୁ ସ୍ମୃ-ତି ଭାବେ ରଖିବାକୁ ଚାହାନ୍ତି ତେବେ ଆପଣ ସେହି ଜିନିଷକୁ କୌଣସି ଗୁପ୍ତ ଜାଗାରେ ରଖନ୍ତୁ । ମୃ-ତ୍ୟୁ ର ୪୦ ଦିନ ପର୍ଯ୍ୟନ୍ତ ସେହି ଜିନିଷକୁ ଗୁପ୍ତରେ ରଖନ୍ତୁ ଏବଂ ବାରମ୍ବାର ସେହି ଜିନିଷକୁ ଦେଖିବେ ନାହିଁ କାରଣ ବାର ବାର ମୃ-ତ ବ୍ୟକ୍ତିକୁ ମନେ ପକାଇବା ଦ୍ୱାରା ତାଙ୍କୁ ମୁକ୍ତି ମିଳିନଥାଏ ।

ତେଣୁ ଯଦି ବି ଆପଣ କେବେବି ମୃ-ତ ବ୍ୟକ୍ତିଙ୍କ ଜିନିଷ ରଖନ୍ତି ତେବେ ତାହାକୁ ଶୁଦ୍ଧି କରି ରଖନ୍ତୁ । ଓ ଏହି ଜିନିଷ ଗୁଡିକୁ କେବେବି ଫିଙ୍ଗିବେନି ବା କାହାକୁ ବ୍ୟବହାର କରିବା କୁ ଦେବେ ନାହିଁ । ମୃ-ତବ୍ୟକ୍ତି ର ନିଜ ବ୍ୟକ୍ତିମାନଙ୍କୁ ମଧ୍ୟ ମୃ-ତବ୍ୟକ୍ତି ର ଜିନିଷ ବ୍ୟବହାର କରିବା କଥା ନୁହେଁ । ଏହି ଜିନିଷ କୁ ପୋତିଦେବେ ।

Leave a Reply

Your email address will not be published. Required fields are marked *