ମୁଖ୍ୟ ଦ୍ଵାରରେ ଥିବା ଏହି ଜିନିଷ ହୋଇଥାଏ ଗରିବୀର କାରଣ, ଥରେ ନିଶ୍ଚୟ ଦେଖନ୍ତୁ- Vaastu Tips

ଘରର ମୁଖ୍ୟ ହେଉଛି ଏହାର ମୁଖ୍ୟ ଦ୍ୱାର । କାରଣ ଘରକୁ ସକାରତ୍ମକ ବା ନକାରାତ୍ମକ ଉର୍ଜା ଆଦି ଏହି ଦ୍ୱାର ଦେଇ ପ୍ରବେଶ କରିଥାଏ । ଏହା ଛଡା ଦେବା ଦେବୀ ମଧ୍ୟ ଏହି ଦ୍ୱାର ଦେଇ ପ୍ରବେଶ କରିଥାନ୍ତି । ତେବେ ଏଭଳି କିଛି ଭୁଲ ଆମେ କରିଥାଉ ଯାହା କି ଆମର ଘରର ପାଇଁ ଶୁଭ ହୋଇନଥାଏ । ତେବେ ଆଜି ଆମେ ଜାଣିବା ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ଦ୍ୱାର ରେ କଣ ରଖିବା ଉଚିତ କଣ ରଖିବା ଅନୁଚିତ । ଘରର ମୁଖ୍ୟ ଦ୍ୱାର ସମ୍ନାରେ କେବେବି କଣ୍ଟା ଜାତୀୟ ଗଛ ଲଗାଇବା ଉଚିତ ନୁହେଁ ।

କୌଣସି ବଡ଼ ଗଛ ଲଗାଇବା ଉଚିତ ନୁହେଁ । କାରଣ ଏହାର ଛାଇ ମୁଖ୍ୟ ଦ୍ଵାରକୁ ଅନ୍ଧାର ରଖିଥାଏ । ତେଣୁ ଆପଣ କୌଣସି ସୁଗନ୍ଧ ଫୁଲ ଗଛ ବା ତୁଳସୀ ଗଛ ଲଗାଇବା ଉଚିତ । ଘରର ମୁଖ୍ୟ ଦ୍ୱାର ଯେଉଁ ମାନେ ଗଣେଶଙ୍କ ମୂର୍ତି ରଖୁଛନ୍ତି ସେମାନେ ମୂର୍ତି ଏହି ଭଳି ରଖନ୍ତୁ ଯେପରି ଗଣେଶଙ୍କ ପିଠି ବାହାରକୁ ଓ ମୁହଁ ଘରର ଆଡ଼କୁ ହେଉଥିବ ।

କାରଣ ଗଣେଶଙ୍କ ପଛରେ ଦାରିଦ୍ରତା ରହିଥାଏ ଓ ଗଣେଶଙ୍କ ଆଗରେ ଋଦ୍ଧି ଓ ସିଦ୍ଧି ରହିଥାଏ । ଘରର ମୁଖ୍ୟ ଦ୍ୱାର କୁ କେବେବି ଅନ୍ଧାର ରଖିବା ଉଚିତ ନୁହେଁ । ଯଦି ଅନ୍ଧାର ରହିଥାଏ ତେବେ ଆପଣ ସେଠାରେ ଏକ ବଲବ ଲଗାନ୍ତୁ ।

ଘରର ମୁଖ୍ୟ ଦ୍ୱାରରେ ଜୋତା ଚପଲ, ଡ଼ଷ୍ଟ ବିନ, ଆଦି ରଖିବା ଉଚିତ ନୁହେଁ । ଘରର ମୁଖ୍ୟ ଦ୍ୱାର ର କବାଟ ରୁ କୌଣସି ଶବ୍ଦ ବାହାରିବା ଦ୍ୱାରା ଘରେ ନକାରାତ୍ମକ ଉର୍ଜା ର ପ୍ରବେଶ ହୋଇଥାଏ । ତେଣୁ ଏହା କୁ ଶୀଘ୍ର ଠିକ କରନ୍ତୁ ।

ଘରର ମୁଖ୍ୟ ଦ୍ୱାର ରେ କୌଣସି ଛେଦ ବା କଣା ରହିବା ଉଚିତ ନୁହେଁ । ଘରର ମୁଖ୍ୟ ଦ୍ୱାର କାଠ ରେ ନିର୍ମିତ ହେବା ଉଚିତ ଏଥିରେ ଆପଣ ଲୁହା, କାଚ ଆଦି ବ୍ୟବହାର କରିପାରନ୍ତି କିନ୍ତୁ ସମ୍ପୂର୍ଣ ଦ୍ୱାର ଟି କାଚ ବା ଲୁହା ର ହେବା ଅଶୁଭ ଅଟେ ।

ଘରର ମୁଖ୍ୟ ଦ୍ୱାରରେ ଦୁଆର ବନ୍ଧ କରିବା ଉଚିତ । ଏହା ଦର୍ଶାଇ ଥାଏ କି ଘରର ସଦସ୍ୟ ଘରୁ ବାହାରକୁ ଯାଉଥିବା ଲୋକ ଯେପରି ଏମିତି କୌଣସି କାର୍ଯ୍ୟ ନ କରି ଯାହା ଦ୍ୱାରା ଘରର ମାନ ହାନି ହେବ । ଘରର ମୁଖ୍ୟ ଦ୍ୱାର ସମ୍ନାରେ ରେ କୌଣସି କାନ୍ଥ, ଖୁମ୍ବ ଆଦି ରହିବା ଉଚିତ ନୁହେଁ ।

ଘରର ମୁଖ୍ୟ ଦ୍ୱାର ସମ୍ନାରେ ଆଉ ଏକ କବାଟ ରହିବା ଉଚିତ । ଘରକୁ ଯଦି କେହି ଅତିଥି ଆସନ୍ତି ତେବେ ଆପଣ ତାଙ୍କ ଚପଲ ମୁଖ୍ୟ ଦ୍ୱାର ସମ୍ନାରେ ନ ରଖି ଯଦି ହେବ କୌଣସି କୋଣ କୁ ରଖନ୍ତୁ ବା ଘରର ଭିତରେ ରଖନ୍ତୁ ।

Leave a Reply

Your email address will not be published. Required fields are marked *