ମୁଣ୍ଡବାଳ କୁଣ୍ଡେଇବା ସମୟରେ ହାତରୁ ପାନିଆ ଖସିବାର କଣ ସୂଚନା ମିଳିଥାଏ? Ajira Anuchinta

ନମସ୍କାର ବନ୍ଧୁଗଣ, ବହୁତ କିଛି କଥା ରହିଛି ଯାହା ଆମ ସହ ଘଟି ଯାଉଛି କିନ୍ତୁ ଆମେ ତାହାର ଅର୍ଥ କିମ୍ବା ସଙ୍କେତକୁ ବୁଝିପାରିନଥାଏ । ଏବଂ ସେହି କଥା ପ୍ରତି ଦୃଷ୍ଟି ମଧ୍ୟ ଦେଇନଥାଉ । ତେବେ ଆଜି ଆମେ ଆପଣ ମାନଙ୍କୁ କିଛି ଅନୁଚିନ୍ତା ଜଣାଇବା ପାଇଁ ଯାଉଛୁ । ଯାହାକୁ ଆପଣ ଧ୍ୟାନରେ ରଖି କାର୍ଯ୍ୟ କଲେ ଜୀବନରେ ସୁଖ ସମୃଦ୍ଧି ଆସିବ । ପ୍ରଥମେ ଜାଣନ୍ତୁ ମୁଣ୍ଡ କୁଣ୍ଡାଇବା ବେଳେ ପାନିଆ ହାତରୁ ଖସିବାର ସଙ୍କେତ କଣ ହୋଇଥାଏ ?

ପ୍ରଥମ: ଆପଣ ଚୁଟି କୁଣ୍ଡାଇବା ବେଳେ ଯଦି ହାତରୁ ପାନିଆ ଖସିଯାଏ ତେବେ ଏହାକୁ ଅଶୁଭ ମନାଯାଇଥାଏ । ଆଉ ଯଦି ଆପଣଙ୍କ କାନରେ ଚୁଟି ଉଠିଥାଏ ତେବେ ଏହା ମଧ୍ୟ ଅଶୁଭ ହୋଇଥାଏ । ଦିତୀୟ: ରାତିରେ ମୁଣ୍ଡ କୁଣ୍ଡାଇବା ଅନୁଚିତ । ଏହା ଆପଣଙ୍କ ପାଇଁ ଅମଙ୍ଗଳକାରୀ ସାବ୍ୟସ୍ତ ହୋଇଥାଏ । ସବୁବେଳେ କାଠ ପାନିଆରେ ମୁଣ୍ଡ କୁଣ୍ଡାଇବା ଉଚିତ ।

ତୃତୀୟ: ମୁଣ୍ଡ ଚୁଟି ଖୋଲାକରି ଠାକୁର ପୂଜା କରିବା ଅନୁଚିତ । ଏହା ବହୁତ ଅଶୁଭ ହୋଇଥାଏ । ଚତୁର୍ଥ: ସବୁବେଳେ ଚୁଟି ଖୋଲାକରି ବୁଲିବା ଅଶୁଭ ଲକ୍ଷଣ ହୋଇଥାଏ । ଚୁଟି ବାନ୍ଧି ରଖିଲେ ଆପଣଙ୍କ ମୁହଁରେ ଏକ ପ୍ରକାର ଚମକ ଆସିଥାଏ । ପଞ୍ଚମ: ବାରମ୍ବାର ନିଜ ଚୁଟିରେ ହାତ ମାରିବା ଅନୁଚିତ । ଏହା ଏକ ଖରାପ ଅଭ୍ଯାସ ହେବା ସହ ଆପଣଙ୍କ ପାଇଁ ଅମଙ୍ଗଳ ହୋଇଥାଏ ।

ଷଷ୍ଠ: ମଙ୍ଗଳବାର, ଗୁରୁବାର, ଶନିବାର, ଅମବାସ୍ୟା, ପୁର୍ଣିମା, ଚତୁର୍ଦଶୀ ଓ ଏକାଦଶୀରେ ଚୁଟି କାଟିବାର ଅଭ୍ୟାସ ରହିଛି ସେମାନଙ୍କୁ ଘୋର ଦୁଃଖ ଓ ଦାରିଦ୍ରତା ସାମ୍ନା କରିବାକୁ ପଡିଥାଏ । ସପ୍ତମ: ବାହାରୁ ଆସୁଥିବା ଲୋକଙ୍କୁ ସର୍ବ ପ୍ରଥମେ ସ୍ଵଚ୍ଛ ପାଣି ପିଇବାଆ ପାଇଁ ଦିଅନ୍ତୁ । ଏହାଫଳରେ ଆପଣଙ୍କ ଉପରେ ରାହୁଙ୍କର ଅଶୁଭ ପ୍ରଭାବ ପଡିନଥାଏ । ଏବଂ ଆପଣଙ୍କ ପରିବାରର ମଙ୍ଗଳ ହୋଇଥାଏ ।

ଅଷ୍ଟମ: ଦାନ୍ତରେ ନଖ ଛିଡାଇବା ଅନୁଚିତ । ଖାଇସାରି ଥଳିରେ ହାତ ଧୋଇବା ମଧ୍ୟ ଅନୁଚିତ ହୋଇଥାଏ । ଆପଣଙ୍କର ଏହି ଅଭ୍ୟାସ ଆପଣଙ୍କ ଜୀବନରେ ଦାରିଦ୍ରତା ଆଣିଥାଏ । ନବମ: ଯେଉଁମାନଙ୍କର ସୂର୍ଯ୍ୟ ଉଦୟ, ସୂର୍ଯ୍ୟ ଅସ୍ତ, ଦିନ ବାରଟା ରେ ଖାଇବା, ଶୋଇବା କିମ୍ବା ଝଗଡା କରିବାର ଅଭ୍ୟାସ ଥାଏ । ସେମାନଙ୍କ ଜୀବନରେ ଦାରିଦ୍ରତା ଆସିବା ନିଶ୍ଚିନ୍ତ । ଏହା ଆପଣଙ୍କ ଦୁର୍ଭାଗ୍ୟର ଏକ ବଡ ସୂଚକ ବୋଲି ଜାଣିନିଅନ୍ତୁ ।

ଦଶମ: ସକାଳୁ ଜଳଖିଆ ନ ଖାଇ ଯେଉଁ ମାନଙ୍କର ଚା ପିଇବା ଅଭ୍ୟାସ ରହିଛି ସେମାନଙ୍କର ହଜମ ଶକ୍ତି ଦୁର୍ବଳ ହୋଇଥାଏ । ଏବଂ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖା ଦେଇଥାଏ । ଏଗାର: ଖାଦ୍ୟରୁ  ଚୁଟି ବାହାରିବା ଅଶୁଭ ହେବା ସହ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଆପଣ ଏହି ସମସ୍ତ କଥାକୁ ଧ୍ୟାନରେ ରଖି କାର୍ଯ୍ୟ କରନ୍ତୁ ସୁଫଳ ପାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *