ବନ୍ଧୁଗଣ ମୂଷା କୁ ନାକାରାତ୍ମକ ଓ ଅଜ୍ଞାନୀ ଶକ୍ତିର ପ୍ରତୀକ ମାନାଯାଏ । ଯେଉଁ ଘରେ ମୂଷା ଥାଏ ଏହି ଘରର ଲୋକ ମାନଙ୍କର ଭୌତିକ ବିକାଶ ଠିକ ଭାବେ ହୁଏ ନାହି । ମୂଷା ଘରେ ମଇଳା ଓ ଦରିଦ୍ରତାକୁ ଆମନ୍ତ୍ରଣ କରିଥାନ୍ତି । ଯାହା କାରଣରୁ ଅନେକ ପ୍ରକାରର ରୋଗ ସୃଷ୍ଟି ହୋଇଥାଏ । ମୂଷା ସବୁ ଖାଦ୍ୟ ଓ ସାମନାକୁ ନଷ୍ଟ କରିଥାନ୍ତି । ଏହା ବ୍ଯତୀତ ଘରେ ମୂଷା ରହିବା ଦ୍ଵାରା ପିଲାଙ୍କୁ ରୋଗ ହୋଇଥାଏ । ଅନେକ ଲୋକ ମୂଷା ବାହାର କରିବାକୁ ଉପାୟମାନ କରିଥାନ୍ତି କିନ୍ତୁ ମୂଷା କମନ୍ତି ନାହି । ଆମେ ଆପଣଙ୍କୁ ମୂଷା କମାଇବାର ଆୟୁର୍ବେଦିକ ଉପାୟ ବିଷୟରେ କହିବାକୁ ଯାଉଛୁ ।
ଏହି ଉପାୟ କରିବା ପାଇଁ ଯାହା ବି ସାମଗ୍ରୀ ଦରକାର ତାହା ଆପଣଙ୍କୁ ଘରୁ ସହଜରେ ମିଳିଯିବ । ତେବେ ପ୍ରଥମ ଉପାୟ ଟି ହେଉଛି ପେପର ମିଣ୍ଟ ତେଲ ସାହାଯ୍ୟରେ ମୂଷା କୁ ଘରୁ ବାହାର କରି ହେବ । କାରଣ ଏହି ତେଲର ଗନ୍ଧ ବହୁତ ହାର୍ଡ ହୋଇଥାଏ ଯାହାକୁ ମୂଷା ମାନେ ସହ୍ୟ କରିପାରନ୍ତି ନାହି । କଥନ ବା ଟୁଲ ର ଛୋଟ ଛୋଟ ଗୁଲା କରି ସେଥିରେ ପେପର ମିଣ୍ଟ ତେଲ ଲଗାଇ ଯେଉଁ ଜାଗାରେ ମୁଷା ଅଛି ସେଠାରେ ରଖି ଦିଅନ୍ତୁ । ଯାହାର ଗନ୍ଧ ଯିବା ମାତ୍ରେ ମୂଷା ମାନେ ସେଠାରୁ ବାହାରି ଯିବେ । ଏହା ଗୋଟେ ବହୁତ ଭଲ ଉପାୟ ଅଟେ । ତେଣୁ ଆପଣ ଏହାକୁ ସହଜରେ କରି ପାରିବେ ।
ଦ୍ଵିତୀୟ ଉପାୟ ଟି ହେଉଛି ନାଲି ଲଙ୍କାର ପାଉଡର । ଏହି ଉପାୟରେ ମୂଷା ଜଲ୍ଦି ଘରୁ ବାହାରି ଯିବେ । ଏଥିପାଇଁ ଆପଣ ଅଳ୍ପୋ ମରୀଚ ଗୁଣ୍ଡ ନିଅନ୍ତୁ । ଏହାକୁ ଶୁଖିଲା ଅଟା ରେ ଭଲ ଭାବେ ଇସାଇ ଦିଅନ୍ତୁ । ଏହାକୁ ମୂଷା ଯାଉଥିବା ଜାଗାରେ ରଖି ଦିଅନ୍ତୁ । ମୂଷା ର ନାକ ସଂବେଦନଶୀଳ ହୋଇଥାଏ । ଯେମିତି ମୂଷା ମାନେ ଏହାକୁ ଖାଇବାକୁ ଚେଷ୍ଟା କରିବେ ବା ଏହାର ପାଖକୁ ଯିବେ ଲଙ୍କାର ପାଉଡର ସହ୍ୟ କରି ପାରିବେ ନାହି । ଆଉ ସେଠାରୁ ପଳାଇ ଯିବେ । ଧ୍ୟାନ ରଖିବେ ପିଲାଙ୍କୁ ଏହି ମିଶ୍ରଣ ପାଖକୁ ଦୂରେଇ ରଖିବେ ।
ତୃତୀୟ ଉପାୟ ପାଇନ ଆବଶ୍ୟକ ରହିଛି ତେଜପତ୍ର ଯାହାକୁ ଖାଦ୍ଯରେ ବ୍ୟବହାର କରାଯାଏ । ବହୁତ କମ ଲୋକ ଜାଣିଛନ୍ତି ତେଜପତ୍ର ର ବ୍ୟବହାର ମୂଷାକୁ ବାହାର କରିବା ପାଇଁ ବ୍ୟବହାର କରାଯାଏ । ଏଥିପାଇଁ ୪ରୁ ୫ଟି ତେଜପତ୍ର ନିଅନ୍ତୁ । ରାତିରେ ଶୋଇବା ପୂର୍ବରୁ ଏହାକୁ ଜଳାଇ ଦେଇ ଝରକା କବାଟ ବନ୍ଦ କରି ଦିଅନ୍ତୁ । ତେଜପତ୍ର ର ଗନ୍ଧ ରୁ ମୂଷା ବାହରକୁ ପଳାଇ ଯିବେ ।
ଏହା ସହ ମସା ଓ ମାଛି ବି ଘରୁ ବାହାରି ଯିବେ । ଆଉ ଘର ଏକଦମ ସଫା ସୁତୁରା ରହିବ । ଯଦି ଆପଣ ଚାହିଁବେ ଏହି ୩ଟି ଉପାୟ ରୁ ଯେ କୌଣସି ଗୋଟିଏ ଉପାୟ କରି ମୂଷା ବାହାର କରିପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।