ନବରାତ୍ରିର 9 ଦିନ ଭୁଲରେ ମଧ୍ୟ କରନ୍ତୁ ନାହିଁ 10 ଟି କାମ ପରିବାର ହୋଇଯାଏ ବର୍ବାଦ

ଭାରତରେ ସବୁ ପର୍ବ ପର୍ବାଣିର ବିଶେଷ ମହତ୍ଵ ରହିଛି । ସବୁଠାରୁ ବଡ ପରବ ହେଉଛି ମା ଦୂର୍ଗାଙ୍କର ନବରାତ୍ରି । ଲୋକ ମାନେ ଘରେ ମାନଙ୍କର ପୂଜା କରିବା ସହ ବିଭିନ୍ନ ମଣ୍ଡପରେ ମଧ୍ୟ ମା ଦୂର୍ଗାଙ୍କର ପୂଜା ପାଠ ଖୁବ ଧୂମଧାମରେ ପାଳନ କରାଯାଏ । କିଛି ଲୋକ ମାନେ ଏହି ନବରାତ୍ରିରେ ବ୍ରତ ରଖିଥାନ୍ତି । ଏହି ନବରାତ୍ରିରେ ଅନେକ ବିଧି ବିଧାନ ଅନୁଯାୟୀ ମାନଙ୍କର ଉପାସନା କରାଯାଏ । କିନ୍ତୁ କମ ଲୋକ ଜାଣନ୍ତି କି ଏମିତି କିଛି କାମ ରହିଛି ଯାହା ନବରାତ୍ରିରେ କରିବା ଉଚିତ ନୁହେଁ । ଆଜିର ଆମର ବିଷୟ ବସ୍ତୁ ଏହାକୁ ଆଧାର କରି ରହିଛି ।

୧- ନବରାତ୍ରିରେ ମା ଦୂର୍ଗା ବିଭିନ୍ନ ରୂପରେ ଏ ସୃଷ୍ଟିରେ ବିତରଣ କରିଥାନ୍ତି । ପ୍ରତେକ ବ୍ୟକ୍ତି ମାଙ୍କର କୃପା ଦ୍ରୁଷ୍ଟି ପାଇବା ପାଇଁ ଘରେ ପୂଜା କରିଥାନ୍ତି । କିନ୍ତୁ ଯେଉଁ ଘରେ କଳହ ଲାଗି ରହିଥାଏ ସେହି ଘରେ ମା ଦୂର୍ଗାଙ୍କର କୃପା ଦ୍ରୁଷ୍ଟି ରହେ ନାହି । ବିଶେଷ କରି ଏହି ଦିନରେ ଘରେ ସୁଖ ଶାନ୍ତି ବଜାୟ ରଖନ୍ତୁ ।

୨- ଏହି ନବରାତ୍ରିରେ ମହିଳା ମାନଙ୍କର ଅପମାନ କରିବା ଉଚିତ ନୁହେଁ । ଏହା ଦ୍ଵାରା ମ ଦୂର୍ଗା କ୍ରୋଧ ହୋଇଥାନ୍ତି । ଯାହାର କୁପରିଣାମ ବ୍ୟକ୍ତିକୁ ଭୋଗିବାକୁ ପଡିଥାଏ । ତେଣୁ ସେହି ମହିଳା ମା ହେଉ ବା କନ୍ୟା ହେଉ ବା ସ୍ତ୍ରୀ ହେଉ କାହାରି ଅପମାନ କରିବା ଅନୁଚିତ ।

୩- ଏହି ନବରାତ୍ରିରେ କୌଣସି ଚମଡା ରେ ତିଆରି ହୋଇଥିବା ବସ୍ତୁର ବ୍ୟବହାର କରିବା ଉଚିତ ନୁହେଁ । ଏହା ଶାସ୍ତ୍ରରେ ଉଲେଖା ରହିଛି । ଜୀବ ମାନଙ୍କୁ ହତ୍ୟା କରି ତାଙ୍କ ଚମଡରେ ତିଆରି ହେଉଥିବା ଜିନିଷର ବ୍ୟବହାର ନବରାତ୍ରିରେ କରିଲେ ମା ଦୂର୍ଗା ରୁଷ୍ଟ ହୋଇଥାନ୍ତି । ମା ଦୂର୍ଗା ସବୁ ପ୍ରାଣୀଙ୍କର ସୁରକ୍ଷା କରିଥାନ୍ତି । କାରଣ ଜୀବ ମାନେ ମାଙ୍କର ଅତି ପ୍ରିୟ ହୋଇଥାନ୍ତି । ଏହା ସହ ନବରାତ୍ରିରେ କୌଣସି ଜୀବ ହ-ତ୍ୟା କରିବା ପାପ ହୋଇଥାଏ ।

୪- ଏହି ନବରାତ୍ରିରେ ନଖ କାଟିବା ବା କେଶ କାଟିବା ଉଚିତ ନୁହେଁ । ଏହି ୯ ଦିନ ସଫା ସୁତୁରା କପଡା ପିନ୍ଧି ମା ଦୂର୍ଗାଙ୍କର ଉପାସନା କରିବା ଉଚିତ । ଏହା ସହ ଏହି ୯ ଦିନ ଯାକ ଆମିଷ ବା ନିଶା ଦ୍ରବ୍ଯର ସେବନ କରିବା ଅନୁଚିତ । ଏହା ସହ ସାତ୍ଵିକ ଭୋଜନ କରିବା ଉଚିତ ।

୫- ଏହି ନବରାତ୍ରିରେ ଯେଉଁ ମାନେ ବ୍ରତ କରିଛନ୍ତି ସେମାନେ ଶା-ରୀ-ରି-କ ସ-ମ୍ପ-ର୍କ ରଖିବା ଅନୁଚିତ । ଏହା ସହ କଳା ବସ୍ତ୍ର ଧାରଣ କରିବା ଅନୁଚିତ । ଯେଉଁ ମାନେ ବ୍ରତ କରୁଛନ୍ତି ସେମାନେ ବ୍ରତ ସହ ଜଡିତ ଖାଦ୍ଯ ଖାଇବା ଉଚିତ ।

୬- ନବରାତ୍ରିରେ ମାଙ୍କର ଘଟ ସ୍ଥାପନା କରିବା ଉଚିତ । ଏହା ସହ ଘରେ କୌଣସି ବ୍ୟକ୍ତି ରହିବା ଉଚିତ । ମାଙ୍କର ଆଳତି ଠିକ ଭାବେ କରିବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *