ନାରୀ କେତେ ପ୍ରକାରର, କେଉଁ ନାରୀକୁ ବିବାହ କଲେ ପୁରୁଷ ହୁଏ ଧନବାନ୍, ବଢିଥାଏ ଆୟୁଷ

ଆମ ଶାସ୍ତ୍ର ରେ ନାରୀ ଓ ପୁରୁଷଙ୍କ ନେଇ ଅନେକ କଥାମାନ କୁହାଯାଇଛି । ତେବେ ଆମ ଶାସ୍ତ୍ର ରେ ନାରୀ ମାନଙ୍କୁ ଚାରି ଭାଗରେ ବିଭକ୍ତ କରାଯାଇଛି ଓ ପୁରୁଷ ମାନଙ୍କୁ ମଧ୍ୟ ଚାରି ଭାଗରେ ବିଭକ୍ତ କରାଯାଇଛି । ତେବେ ସେହି ଚାରଟି ନାରୀ ହେଲେ ପଦ୍ମିନୀ ନାରୀ, ଚିତ୍ରୀଣି ନାରୀ , ଶଂଖୀନି ନାରୀ ଓ ହସ୍ତୀନି ନାରି । ଚାରୋଟି ପୁରୁଷ ଙ୍କ ନାମ ହେଉଛି ଶଶାକ ପୁରୁଷ , ବୃଷ ପୁରୁଷ, ମୃଗ ପୁରୁଷ, ଅଶ୍ୱ ପୁରୁଷ ।

ତେବେ ଏହି ନାରୀଙ୍କ ସ୍ଵଭାଵ ଓ ଏମାନେ କେଉଁ ପୁରୁଷଙ୍କୁ ବିବାହ କରିବା ଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ ତାହା ଆଜି ଆମେ ଜାଣିବା । ପଦ୍ମିନୀ ନାରୀ – ଏମାନେ ଦେଖିବାକୁ ସୁନ୍ଦର । ଏହି ନାରୀ ମାନେ ବହୁତ କମ ଥାନ୍ତି । ଏମାନେ ବହୁତ ଧାର୍ମିକ ହୋଇ ଥାଆନ୍ତି ।

ଏହି ନାରୀ ମାନେ ବହୁତ ଗୁଣ ବାନ ହୋଇ ଥାନ୍ତି । ଏମାନଙ୍କର କେଶ ଘନ ଓ କଲା ହୋଇ ଥାଏ । ପଦ୍ମିନୀ ନାରୀ ମାନେ ବହୁତ ଲଷ୍ମୀବନ୍ତ ହୋଇ ଥାନ୍ତି । ଏମାନଙ୍କ ସ୍ଵଭାଵ ବହୁତ ନମ୍ର ହୋଇ ଥାଏ । ଏମାନଙ୍କ ର ସ୍ୱର ବହୁତ କୋମଳ ଓ କଥା ବହୁତ ମଧୁର ହୋଇ ଥାଏ ।

ଏମାନେ ଗୋଟିଏ ଚାଉଳ ରେ ଗଢ଼ା । ଏମାନଙ୍କୁ ଦେଖିବା ମାତ୍ରେ ହିଁ ଲୋକ ଏମାନଙ୍କ ପ୍ରତି ଆକର୍ଷିତ ହୋଇ ଥାନ୍ତି । ଏମାନଙ୍କ ଶରୀରରୁ ପଦ୍ମର ବାସ୍ନା ଆସି ଥାଏ । ଏମାନେ ଶଶକ ପୁରୁଷଙ୍କୁ ବିବାହ କରିବା ଅନେକ ଉତ୍ତମ ହୋଇ ଥାଏ । ଚିତ୍ରୀଣି ନାରୀ – ଏମାନେ ବହୁତ ସରଳ ସ୍ଵଭାଵ ର ହୋଇ ଥାନ୍ତି ।

ଏମାନେ ଗୁରୁଜନଙ୍କୁ ଉଚିତ ସମ୍ମାନ ଦେଇଥାନ୍ତି । ଏମାନେ ବହୁତ ନମ୍ର ହୋଇ ଥନ୍ତି । ଏମାନେ ଦେଖିବାକୁ ବେଶ ସୁନ୍ଦର ହୋଇ ଥାନ୍ତି । ଏମାନେ ଭଗବାନଙ୍କ ପୂଜା ଆଦିରେ ବେଶୀ ଭାଗ ମନୋନିବେଶ କରିଥାନ୍ତି । ଏମାନଙ୍କ ଶରୀର ରୁ ଖୀରର ବାସ୍ନା ଆସିଥାଏ । ଏହି ନାରୀ ମାନେ ମୃଗ ପୁରୁଷ ମାନଙ୍କୁ ବିବାହ କରିବା ଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ ।

ଶଂଖୀନି ନାରୀ – ଏମାନେ ଡେଙ୍ଗା ହୋଇଥାନ୍ତି । ଏମାନେ ବହୁତ କ୍ରୋଧି ହୋଇଥାନ୍ତି । ଏମାନେ ପତିବ୍ରତା ନାରୀ ହୋଇ ନ ଥାନ୍ତି । ଏମାନେ କାହାକୁ ମଧ୍ୟ ଉଚିତ ସମ୍ମାନ ଦିଅନ୍ତି ନାହିଁ । ଏହି ନାରୀ ମାନେ ବହୁତ କର୍କଶ ସ୍ୱର ର ହୋଇଥାନ୍ତି । ଏମାନଙ୍କ ଶରୀରରୁ ମାଛ ର ବାସ୍ନା ଆସିଥାଏ ।

ଏହି ନାରୀ ମାନେ ବୃଷ ପୁରୁଷଙ୍କୁ ବିବାହ କରିବା ଉତ୍ତମ ହୋଇଥାଏ । ହସ୍ତୀନି ନାରୀ – ଏମାନେ ବହୁତ ଭୋଜନ କରିବାକୁ ଭଲ ପାଇଥାନ୍ତି । ଏମାନେ ମୋଟା ହୋଇଥାନ୍ତି । ଏମାନେ ବେଶୀ ଭାଗ ଶୋଇବାକୁ ଭଲ ପାଇଥାନ୍ତି । ଏମାନେ କାମ ବାସନା ଆଦିର ପ୍ରିୟ ହୋଇଥାନ୍ତି । ଏହି ନାରୀ ମାନେ ଅଶ୍ୱ ପୁରୁଷଙ୍କୁ ବିବାହ କରିବା ସଠିକ ହୋଇଥାଏ ।

Leave a Reply

Your email address will not be published. Required fields are marked *