Navaratri 2022: ନବରାତ୍ରି ସମୟରେ ଘରକୁ ଆସିଲେ ପିମ୍ପୁଡି ମିଳିଥାଏ ଏହି ମହତ୍ଵପୂର୍ଣ ସଙ୍କେତ, ଭୁଲରେ ବି ଅଣଦେଖା କରନ୍ତୁ ନାହିଁ … ପିମ୍ପୁଡିକୁ ଖାଇବାକୁ ଦିଅନ୍ତୁ ଏହି 1 ଜିନିଷ

ନମସ୍କାର ବନ୍ଧୁଗଣ, ନବରାତ୍ରି ସମୟରେ ଆଦିଶକ୍ତି ମା ଦୂର୍ଗା ପୃଥିବୀ ପୃଷ୍ଠକୁ ଆସନ୍ତି । ଏବଂ ତାଙ୍କୁ ସ୍ଵାଗତ କରିବା ନିମନ୍ତେ ଧରା ପୃଷ୍ଠର ସମସ୍ତ ପ୍ରାଣୀ ଅପେକ୍ଷା କରି ରହିଥାନ୍ତି । ତେଣୁ କିଛି ପ୍ରାଣୀଙ୍କ ସଦୃଶ ମଧ୍ୟ ହୋଇଥାନ୍ତି ମା ଦୂର୍ଗା । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଏହି ନବରାତ୍ରି ସମୟରେ ଯଦି ଘରକୁ ପିମ୍ପୁଡି ବା ଜନ୍ଦା ଆସନ୍ତି ତେବେ ତାହାର ଅର୍ଥ କଣ ହୋଇଥାଏ ଏବଂ ଆପଣଙ୍କୁ କେଉଁ ସବୁ ଖୁସି ମିଳିଥାଏ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ବିସ୍ତାରରେ ।

ପିମ୍ପୁଡି ମାନେ ଘରକୁ ଆସୁଥିବା ବିପତ୍ତି ବିଷୟରେ ଆଗରୁ ହିଁ ଜାଣିପାରନ୍ତି । ଏବଂ ଶୁଭ ଘଟଣା ଘଟିବାର ଥିଲେ ବା ଦେବୀ ଦେବତାଙ୍କ ଆଗମନ ହେବାର ଥିଲେ ଏହି କଥା ପିମ୍ପୁଡି ଆଗରୁ ହିଁ ଜାଣିଦେଇଥାନ୍ତି । ପ୍ରଥମ: ଜୋତିଶ ଶାସ୍ତ୍ର ଅନୁସାରେ ନବରାତ୍ରିରେ କଳା ପିମ୍ପୁଡି ଘରକୁ ଆସିଲେ ଏହାକୁ ବହୁତ ଶୁଭ ସଙ୍କେତ ବୋଲି ମନା ଯାଏ ।

ଏମାନେ ଘର ଲୋକଙ୍କ ବ୍ୟବହାରକୁ ଦର୍ଶାଇଥାନ୍ତି । ଆପଣଙ୍କ ଘରେ ଯେଉଁ ଲୋକ ଅଛନ୍ତି ସେମାନେ ପରଉପକାର କରୁଥିବା ଲୋକ ଅଟନ୍ତି । ଏବଂ ଏମାନେ ଘରକୁ ଆସିବା ମାନେ ହେଉଛି ଆପଣଙ୍କ ଗହରକୁ ସୁଖ ଶାନ୍ତି ର ଆଗମନ ହେବାକୁ ଯାଉଛି । ଯଦି ଚାଉଳ ଡବା ଏବଂ ବାସନ ଭିତରୁ ପିମ୍ପୁଡି ବାହାରନ୍ତି ତେବେ ଏହା ଏକ ଅତ୍ୟନ୍ତ ଶୁଭ ଦାୟକ ସଙ୍କେତ ହୋଇଥାଏ ।

ଆପଣଙ୍କ ଘରେ ଭଗବାନ ବିଷ୍ଣୁ ନିବାସ କରୁଛନ୍ତି ବୋଲି ଜାଣନ୍ତୁ । ଯଦି କଳା ପିମ୍ପୁଡି ଆପଣଙ୍କ ଘରେ ଗୋଲ ଆକାରର ହୋଇ ବୁଲୁଛନ୍ତି ତେବେ ଜାଣି ରଖନ୍ତୁ କି ଆପଣଙ୍କ ଘରେ ମା ଲକ୍ଷ୍ମୀଙ୍କ ଆଗମନ ହୋଇସାରିଛି । ଏବଂ ଆପଣଙ୍କ ଘର ଆର୍ଥିକ ସ୍ଥିତି ସମ୍ପୂର୍ଣ ବଦଳିଯିବ । ଆପଣଙ୍କୁ କେଉଁ ଠାରୁ ଅଧିକ ଧନର ପ୍ରାପ୍ତି ହୋଇପାରେ । ଜୋତିଶ ଶାସ୍ତ୍ର ଅନୁସାରେ କଳା ପିମ୍ପୁଡିଙ୍କୁ ଖାଇବାକୁ ଦେବା ବହୁତ ଶୁଭ ହୋଇଥାଏ ।

ଯଦି ଆପଣ ସୁନା ରଖିଥିବା ସ୍ଥାନରୁ କଳା ପିମ୍ପୁଡି ଦେଖନ୍ତି ତେବେ ଏହା ଧନ ପ୍ରାପ୍ତିର ସଙ୍କେତ ଅଟେ । ଏବଂ ଆପଣଙ୍କର ସଞ୍ଚିତା ଧାନରେ ବୃଦ୍ଧି ହେବାକୁ ଯାଉଛି ବୋଲି ଜାଣିବେ । ଯଦି ଆପଣଙ୍କ ଘର ଛାତରେ ପିମ୍ପୁଡି ଦେଖନ୍ତି ତେବେ ଆପଣଙ୍କୁ ଧନ ସମ୍ପତି, ଭୌତିକ ସମ୍ପତି ଇତ୍ୟାଦି ପ୍ରାପ୍ତ ହେବ । ଘରେ ଯଦି ପିମ୍ପୁଡି କାନ୍ଥ ଉପରକୁ ଚଢିବା ଦେଖନ୍ତି ତେବେ ଆପଣ ନିଜ ଜୀବନରେ ବିକାଶ ଆଡକୁ ଅଗ୍ରସର ହେଉଛନ୍ତି ବୋଲି ଜାଣିବେ ।

ପିମ୍ପୁଡି ଯଦି କାନ୍ଥର ତଳକୁ ଆସିବା ଦେଖନ୍ତି ତେବେ ଆପଣଙ୍କ ଜୀବନରେ ବହୁତ କ୍ଷତି ହେବାକୁ ଯାଉଛି ବୋଲି ଜାଣିବେ । ଯଦି ପିମ୍ପୁଡି ଘରର ଉତ୍ତର ଦିଗରୁ ଆସୁଥିବା ଦେଖନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ଫଳ ଆଣିଦେବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *