ନିମ୍ବପତ୍ର ଖାଇବାର ଫାଇଦା ଜାଣି ଡାକ୍ତର ବି ଆଶ୍ଚର୍ଯ୍ୟ, ଭଲ ହୁଏ ଏହି ସବୁ ଗମ୍ଭୀର ରୋଗ… ବାସ ଖାଇବାର ସଠିକ ତାରିକା ଜାଣନ୍ତୁ- (Neem leaf benefits)

ନିମ୍ବପତ୍ରକୁ ପୁରାତନ ଯୁଗରୁ ଲୋକମାନେ ଡାଇବେଟିସ, ପେଟ ରୋଗ, ଆଁଠୁ ଗଣ୍ଠି ଓ ତ୍ଵଚା ଜନିତ ସମସ୍ୟା ଦୂର କରିବା ପାଇଁ ବ୍ୟବହାର କରି ଆସୁଛନ୍ତି । ଏଥିରେ ଆଣ୍ଟି ଭାଇରାଲ, ଆଣ୍ଟି ଫଙ୍ଗଲ ଓ ଆଣ୍ଟି ଇନଫ୍ଲାମେଟରୀ ଗୁଣ ରହିଥାଏ । ତେଣୁ ଏହା ଅନେକ ଗୁଡାଏ ଔଷଧ ତିଆରିରେ ବ୍ୟବହାର କରାଯାଏ । ଏହା ଏକ ଆୟୁର୍ବେଦିକ ଔଷଧ ଅଟେ । ତେଣୁ ଏହାର ବ୍ୟବହାର ଏକ ନିର୍ଦ୍ଦିଷ୍ଟ ଉପାୟରେ କରିଲେ ବହୁତ ଲାଭ ମିଳିଥାଏ । ଆଜି ଆମେ ଆପଣଙ୍କୁ ନିମ୍ବପତ୍ରର ଉପକାରିତା ବିଷୟରେ କହିବାକୁ ଯାଉଛୁ ।

୧- ପରିବର୍ତ୍ତିତ ଜୀବନ ଶୈଳୀ ଓ ଜଙ୍କ ଫୁଡ ସେବନ ଦ୍ଵାରା ଡାଇବେଟିସ ସମସ୍ଯା ବଡ ସମସ୍ଯା ଭାବେ ଦେଖାଯାଉଛି । ରକ୍ତରେ ସୁଗାରର ମାତ୍ରା ବଢିବା କାରଣରୁ ଡାଇବେଟିସ ନିୟନ୍ତ୍ରଣ ବାହାରକୁ ଯାଇଥାଏ । କିନ୍ତୁ ନିମ୍ବପତ୍ର ଖାଇବା ଦ୍ଵାରା ଏହି ସମସ୍ୟା ଦୂର କରିପାରିବ । ସକାଳୁ ଖାଲି ପେଟରେ ୩ଟି ନିମ୍ବପତ୍ର ସ୍ବେନ କରିଲେ ରକ୍ତରେ ଥିବା ସୁଗାରର ମାତ୍ରାକୁ ନିୟନ୍ତ୍ରଣରେ ରଖିଥାଏ ।

୨- ନିମ୍ବପତ୍ରରେ ଥିବା ଔଷଧୀୟ ଗୁଣ ରକ୍ତକୁ ସଫା କରିଥାଏର । ଆମେ ଯେଉଁ ଫାଷ୍ଟ ଫୁଡ ଓ ବିଷ ଜନିତ ପରିବା ଖାଇଥାଉ ଆହା ରକ୍ତକୁ ଦୂଷିତ କରିଥାଏ । କିନ୍ତୁ ନିମ୍ବପତ୍ରର ସେବନ କରିଲେ ଏହା ରକ୍ତକୁ ବିଷାକ୍ତ ପଦାର୍ଥ ଦୂର କରିବା ଦ୍ଵାରା ରକ୍ତ ସଂଚାଳନ ଭଲ ହୋଇଥାଏ । ତେଣୁ ହାର୍ଟ ଆଟାକ ଓ ଉଚ୍ଚ ରକ୍ତଚାପ ହେବାର ସମ୍ଭାବନା କମ ଥାଏ ।

୩- ତ୍ଵଚାରେ ଭାଇରାସ, ଫଙ୍ଗସ ଯୋଗୁଁ ବିଭିନ୍ନ ପ୍ରକାରର ତ୍ଵଚା ରୋଗ ଦେଖାଯାଏ । ଭାଇରସ ଯୋଗୁଁ ସ୍କିନରେ ଚିକେନ ପପ୍ସ ଭଳି ରୋଗ ଦେଖାଯାଏ । ଖରା ଦିନରେ ତ୍ଵଚାରେ ନାଲି ପଡିଯାଏ । ଏଥିପାଇଁ ନିମ୍ବପତ୍ର ସେବନ କରିବା ଜରୁରୀ । ୧୫ରୁ ୨୦ଟି ନିମ୍ବପତ୍ରର ପେଷ୍ଟ ପ୍ରସ୍ତୁତ କରି ୧୫ ଦିନ ଯାଏଁ ଇନଫେକସନ ହୋଇଥିବା ଜାଗାରେ ଲଗାଇଲେ ଦୂର ହୋଇଥାଏ । ଝାଳରେ ଦୁର୍ଗନ୍ଧ ଓ ଘିମିରିରୁ ମୁକ୍ତି ପାଇବାକୁ ଚାହୁଥିଲେ କିଛି ନିମ୍ବପତ୍ରକୁ ଫୁଟାଇ ଏହାକୁ ଗାଧୋଇବା ପାଣିରେ ମିକ୍ସ କରି ଗାଧାନ୍ତୁ ।

୪- ନିମ୍ବପତ୍ର ଖାଇଲେ ପେଟରେ ଥିବା ଖରାପ ବ୍ୟାକ୍ଟେରିୟା ଓ କୃମିକୁ ମାରି ଦେଇଥାଏ । ତେଣୁ ପେଟ ରୋଗ ଭଲ ହେବ ସହ ହଜମ କ୍ରିୟା ଭଲ ହୋଇଥାଏ । ଯଦି ଆପଣଙ୍କୁ ଡାଇବେଟିସ ଅଛି ଆଉ ଆପଣ ଭୁଲରେ ମିଠା ଖାଇ ଦେଇଛନ୍ତି ତେବେ ୫ଟି ନିମ୍ବପତ୍ର ଚୋବାଇ ଖାଇ ଦିଅନ୍ତୁ । ଏହା ସୁଗାର ଲେବଲ ବଢିବାକୁ ଦିଏ ନାହି ।

୫- ଯଦି ବ୍ରଣ କାରଣରୁ ଫେସ ଖରାପ ହୋଇଥାଏ ତେବେ ନିମ୍ବପତ୍ର ଏହି ସମସ୍ଯା ଦୂର କରିବାରେ ସାହାଜ୍ଯ କରିଥାଏ । ଏଥିରେ ଆଣ୍ଟି ବ୍ୟାକ୍ଟେରିୟାଲ ଗୁଣ ରହୁଥିବାରୁ ବ୍ରଣରେ ଥିବା ବ୍ୟାକ୍ଟେରିୟା କୁ ମାରି ଦେଇଥାଏ । ଏଥିପାଇଁ ନିମ୍ବପତ୍ର ଓ ଗୋଟେ କମଳା ଲେମ୍ବୁ ଚୋପା ନେଇ ଏହାର ପେଷ୍ଟ ତିଆରି କରି ଦୁଇ ଚାମଚ ମହୁ, ଦହି ଓ କ୍ଷୀର ଓ ଅଧ ଚାମଚ ହଳଦୀ ପକାଇ ମିକ୍ସ କରି ମୁହଁରେ ଲଗାନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *