ନିଜ ହାତ ରେଖାରୁ ହିଁ ଜାଣନ୍ତୁ ଆପଣଙ୍କର କଣ କରିବେ ସରକାରୀ ଚାକିରି, ପ୍ରାଇଭେଟ ଚାକିରି ନା ବ୍ୟବସାୟ- Palm Reading

ନମସ୍କାର ବନ୍ଧୁଗଣ, ଆଜିକାଲି ଯୁଗରେ ସରକାରୀ ଚାକିରିର ବହୁତ ଗୁରୁତ୍ଵ ରହିଛି । ସମସ୍ତେ ଚାହାନ୍ତି ଗୋଟିଏ ସରକାରୀ ଚାକିରି କରିବା ପାଇଁ ହେଲେ ବହୁତ ଚେଷ୍ଟା କଲା ପରେ ମଧ୍ୟ ବିଫଳ ହୁଅନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବୁ ଆପଣଙ୍କ ଭାଗ୍ୟରେ କଣ ରହିଛି ଏବଂ ତାହା ଆପଣଙ୍କ ହାତ ପାପୁଲିରୁ ହିଁ ଜାଣିପାରିବେ ଆପଣ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ଯଦି ଆପଣ ପୁଅ ହୋଇଥିବେ ତେବେ ଆପଣ ଆପଣଙ୍କ ଡାହାଣ ହାତରୁ ଜାଣନ୍ତୁ ଏବଂ ଯଦି ଝିଅ ଅଟନ୍ତି ତେବେ ବାମ ହାତରୁ ଜାଣନ୍ତୁ । ପାପୁଲିର ଆଙ୍ଗୁଠି ତଳେ ଥିବା ଘରକୁ ପର୍ବତ କୁହାଯାଏ । ଯେମିତିକି ଗୁରୁ ପର୍ବତ, ଶନି ପର୍ବତ, ସୂର୍ୟ ପର୍ବତ ଏବଂ ବୁଧ ପର୍ବତ । ପ୍ରାଇଭେଟ ଜବ କରିବେ ବୋଲି କିପରି ଜାଣିବେ ଜାଣନ୍ତୁ, ଗୋଟିଏ ରେଖା ରହିଛି ଯାହା ଜୀବନ ରେଖାରୁ ଆରମ୍ଭ କରି ବିବାହ ରେଖା ଦେଇ ଶନି ପର୍ବତ କୁ ଛୁଇଥିଲେ ଆପଣ ପ୍ରାଇଭେଟ ଚାକିରି କରିବେ ।

ବା ନିଜର କୌଣସି ବ୍ୟବସାୟ କରିବେ କିମ୍ବା ନିଜ ଘରର ବ୍ୟବସାୟକୁ ଆଗକୁ ନେବେ । ତେବେ ଜାଣନ୍ତୁ ଏବେ ହାତରେ କଣ ଥିଲେ ସରକାରୀ ଚାକିରି କରିବେ, ଯେଉଁ ରେଖାଟି ଆପଣଙ୍କର ଜୀବନ ରେଖାରୁ ଆରମ୍ଭ ହୋଇ ସୂର୍ଯ୍ୟ ପର୍ବତ ପାଖକୁ ଯାଇଥିବା ସେଥିରୁ ଆପଣ ଜାଣିଯିବେ କି ଆପଣଙ୍କର ସରକାରୀ ଚାକିରି ସୁନିଶ୍ଚିନ୍ତ ।

ଯଦି ଆପଣ ଆପଣଙ୍କ ହାତରେ ଏହି ରେଖା ଦେଖୁଛନ୍ତି ତେବେ ଜାଣିନିଅନ୍ତୁ ଆପଣଙ୍କର କେଉଁ ଚାକିରି ହେବ । ସମସ୍ତଙ୍କର ନଜର ସରକାରୀ ଚାକିରି ଉପରେ ଥାଏ ସେଥିପାଇଁ ସେମାନେ ବହୁତ କଷ୍ଟ କରନ୍ତି କିନ୍ତୁ ହାତର ରେଖା ଆଉ କିଛି କୁହେ । ବେଳେ ବେଳେ ଆମକୁ କଷ୍ଟର ଫଳ ମିଳିନଥାଏ କାରଣ ହୁଏ ତ ଆମେ ପୂର୍ବ ଜନ୍ମ ରେ ସେହି ପଦବିର କିଛି ଭୁଲ ଉପଯୋଗ କରିଥାଉ ।

କିନ୍ତୁ ଏହାର ମାନେ ନୁହେଁ ଯେ କେବଳ ସରକାରୀ ଚାକିରି ହିଁ ଆମ ଜୀବନରେ ସବୁକିଛି ଆମେ ପ୍ରାଇଭେଟ ଚାକିରି ମଧ୍ୟ କରି ଜୀବନରେ ବହୁତ ପଇସା ଓ ମାନ ସମ୍ମାନ କମେଇ ପାରିବ ବହୁତ ଉପରକୁ ମଧ୍ୟ ଆମେ ଆମ ଜୀବନରେ ଯାଇପାରିବା । ସବୁକିଛିର ମହତ୍ଵ ରହିଛି । ବେଳେ ବେଳେ ଆମ ଭାଗ୍ୟ ରେଖା ମଧ୍ୟ ହାର ମାନିଯାଏ ଆମ କଷ୍ଟ ଆଗରେ ।

ସରକାରୀ ଚାକିରିର ଯୋଗ ନଥିଲେ ମଧ୍ୟ ଯେତିକି ସମ୍ମାନ ଆମକୁ ସରକାରୀ ଚାକିରିରୁ ମିଳିଥାନ୍ତା ସେତିକି ସମ୍ମାନ ଓ ଧାନ ଆମେ ପ୍ରାଇଭେଟ ଚାକିରି ବା ବ୍ୟବସାୟରୁ କମେଇଦୋଉ । ତେଣୁ ସବୁବେଳେ ନିଜ ଉପରେ ବିଶ୍ଵାସ ଓ ଭରସା ରଖନ୍ତୁ । ଯଦି ଆପଣ ମାନଙ୍କୁ ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ସେୟାର ନିଶ୍ଚୟ କରନ୍ତୁ ଏବଂ ଆମ ସହ ସବୁବେଳେ ଯୋଡି ହୋଇ ରହିବା ପାଇଁ କମେନ୍ଟ ମଧ୍ୟ କରନ୍ତୁ । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।

Leave a Reply

Your email address will not be published. Required fields are marked *