ନୂଆବର୍ଷରେ ଘରକୁ ଆଣନ୍ତୁ ଏହି ଜିନିଷ, ବଢିବ ସୁଖ, ସମୃଦ୍ଧି ଓ ହେବ ଧନର ବର୍ଷା- Vastu Tips

ଆସୁଛି ନୂଆବର୍ଷ ୨୦୨୨ । ଏହି ନୂଆବର୍ଷରେ ସମସ୍ତଙ୍କ ମନରେ ଇଚ୍ଛା ଥାଏ କି ବର୍ଷଟି ହସ ଖୁସିରେ ବିତିବ । ନୂଆବର୍ଷରେ ଆରମ୍ଭ ଭଲରେ ହେଲେ ପୁରା ବର୍ଷ ଭଲରେ କଟିଥାଏ । ଏହି ଦିନ ପ୍ରେତକା ବ୍ୟକ୍ତି ଘରକୁ କିଛି ନା କିଛି ନୂଆ ଜିନିଷ କିଣିଥାନ୍ତି । ଯାହା ଦ୍ଵାରା ପୁରା ପରିବାର ଖୁସି ହୋଇଥାଏ । କିନ୍ତୁ ଏମିତି କିଛି ଜିନିଷ ରହିଛି ଯାହା ନୂଆବର୍ଷା ରେ ଘରକୁ ଆଣିଲେ ବହୁତ ଶୁଭ ପରିଣାମ ଜୀବନରେ ଦେଖିବାକୁ ମିଳିଥାଏ । ତେବେ ଆସନ୍ତୁ ଜାଣିବା ସେହି ଜିନିଷ ଗୁଡିକ ବିଷୟରେ ।

୧- ଭଗବାନ ଗଣେଶଙ୍କ ମୂର୍ତ୍ତି : ଭଗବାନ ଗଣେଶ ହେଉଛନ୍ତି ବିଘ୍ନକର୍ତ୍ତା । ଯିଏ ସବୁ ଦୁଖ କଷ୍ଟକୁ ଦୂର କରିଥାନ୍ତି । ଯଦି ଆପଣଙ୍କ ଜୀବନରେ ସମସ୍ଯା ଲାଗି ରହିଛି ତେବେ ନୁଆବର୍ଷରେ ଭଗବାନ ଗଣେଶଙ୍କ ମୂର୍ତ୍ତି ଘରକୁ ଆଣି ସ୍ଥାପନ କରି ପୂଜା ପାଠ କରନ୍ତୁ ।

୨- ନଡିଆ : ନୂଆବର୍ଷରେ ଘରକୁ ନଡିଆ ଆଣି ଭାଙ୍ଗିଲେ ଘରେ ସାକାରାତ୍ମକ ଶକ୍ତିର ପ୍ରବେଶ ହେବା ସହ ଖରାପ ଶକ୍ତିର ବିନାଶ ହୋଇଥାଏ । ଏହା ସହ ଶୁଭ ଫଳ ମଧ୍ୟ ଜୀବନରେ ଦେଖିବାକୁ ମିଳିଥାଏ । ନଡିଆକୁ ଆମେ ପୂଜା ପାଠରେ ବ୍ୟବାହାର କରିବା ସହ ଏହାକୁ ଖାଇବାରେ ମଧ୍ୟ ବ୍ୟବହାର କରା ଯାଇଥାଏ । ତେଣୁ ନଡିଆ ନୂଆବର୍ଷରେ ଘରକୁ ଆଣିଲେ ଶୁଭ ହୋଇଥାଏ ।

୩ – ମୟୂର ପର : ଯଦି ଆପଣଙ୍କ ଜୀବନରେ ଧନ ଜନିତ ସମସ୍ୟା ରହିଛି ତେବେ ନୂଆବର୍ଷରେ ମୟୁର ପର ଘରକୁ କିଣି ଆଣନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କ ଜୀବନରେ ଚାଲିଥିବା ସମସ୍ୟା ମାନ ଦୂର ହେବା ସହ ସବୁ କାମରେ ସଫଳତା ମିଳିଥାଏ । କୌଣସି ଶୁଭ କାମରେ ମୟୁର ପର ଆଣିଲେ ଶୁଭ ମାନାଯାଏ । ଏହା ଦ୍ଵାରା ଘରର ସବୁ କଷ୍ଟ ଦୂର ହୋଇଥାଏ । ମୟୁର ପର ସାକାରାତ୍ମକ ଊର୍ଜାକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ ।

୪- ମନିପ୍ଳାଣ୍ଟ : ଏହି ନୂଆବର୍ଷରେ ଆପଣ କୌଣସି ମନିପ୍ଳାଣ୍ଟ ଗଛ ଘରକୁ ଆଣନ୍ତୁ । ଏହା ସୁଖ ସମୃଦ୍ଧିର ପ୍ରତୀକ ହୋଇଥାଏ । ଯଦି ଆପଣଙ୍କ ଜୀବନରେ ଧନ ଜନିତ ସମସ୍ୟା ରହିଛି ତେଣେ ମନିପ୍ଲାଣ୍ଟ ଘରେ ଆଣି ଲଗାଇଲେ ଏହା ଦୂର ହୋଇଥାଏ ।

୫- ପେନସୁଇ ଆଇଟମ : ପ୍ରତେକ ବ୍ୟକ୍ତି ଜୀବନରେ ଧନୀ ହେବାକୁ ଇଚ୍ଛା କରିଥାଏ । ଯଦି ଏହି ନୂଆବର୍ଷରେ କୌଣସି ବ୍ୟକ୍ତି ଆପଣଙ୍କୁ ଲାଫିଙ୍ଗ ବୁଦ୍ଧ ଉପହାର ସ୍ୱରୂପ ଦେଉଛନ୍ତି ତେବେ ଆପଣଙ୍କର ଭାଗ୍ଯର ଉଦୟ ହେବାକୁ ଯାଉଛି ବୋଲି ସୂଚନା ମିଳିଥାଏ । ଲାଫିଙ୍ଗ ବୁଦ୍ଧ ସେତେବେଳେ କାମ କରିଥାନ୍ତି ଯେତେବେଳେ ଏହା ଗିଫ୍ଟ ଆକାରରେ ମିଳିଥାଏ ।

୬- ଭଗବାନ ହନୁମାନଙ୍କ ମୂର୍ତ୍ତି : ଶାସ୍ତ୍ର ଅନୁସାରେ ଘରେ ଭଗବାନ ହନୁମାନଙ୍କ ଫୋଟୋ ରହିଲେ ଶୁଭ ରହିଥାଏ । ନୂଆବର୍ଷରେ ଭଗବାନ ହନୁମାନଙ୍କ ଫୋଟୋ ବା ପ୍ରତିମା ଘରେ ଲଗାଇଲେ ଶୁଭ ଫଳ ପ୍ରାପ୍ତ ହେବା ସହ ସବୁ ଦୁଖ କଷ୍ଟ ଦୂର ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *