ନମସ୍କାର ବନ୍ଧୁଗଣ, ଜନ୍ମ ହେବାଠାରୁ ମୃତୁ ପର୍ଯ୍ୟନ୍ତ ବ୍ୟକ୍ତିର ସମସ୍ତ ଘଟଣା ରାଶି ଉପରେ ହିଁ ନିର୍ଭର କରିଥାଏ । ଏବଂ ରାଶି ମାନଙ୍କର ଗ୍ରହ ପରିବର୍ତ୍ତନ ହେତୁ ରାଶି ଉପରେ ସୁଫଳ ବା କୁଫଳ ପଡିଥାଏ । ଜୋତିଶ ଶାସ୍ତ୍ର ଅନୁଯାୟୀ 12ଟି ରାଶି ମଧ୍ୟରୁ ଆଜି ଆମେ ଆପଣଙ୍କୁ ବୃଷ ରାଶିର ବ୍ୟକ୍ତି ବିଶେଷଙ୍କ ଅକ୍ଟୋବର ମାସଟି କିଭଳି କଟିବ ଜଣାଇବୁ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।
ବୃଷ ରାଶି: ଅକ୍ଟୋବର ମାସଟି ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ରହିବ । ଆପଣମାନେ ସମୟ ଅନୁସାରେ ନିଜକୁ ପରିବର୍ତ୍ତନ କରି ଚଳିବେ । ଛାତ୍ର ଛାତ୍ରୀଙ୍କ ପାଇଁ ଏହି ସମୟଟି ବହୁତ ଭଲ ରହିବ । ଯେଉଁ ପରୀକ୍ଷା ଏବେ ଦେବେ ସେଥିରେ ଆପଣ ଉତିର୍ଣ ହେବେ । ଯେଉଁ ମାନେ ଚାକିରି ନିମନ୍ତେ ବହୁତ ପ୍ରଚେଷ୍ଟା କରୁଥିଲେ ଏହି ସମୟରେ ପ୍ରୟାସ କରନ୍ତୁ ଆପଣଙ୍କୁ ନିଶ୍ଚୟ ଚାକିରି ମିଳିବ ।
ଜୀବନର ସମସ୍ତ ଇଚ୍ଛା ଆପଣଙ୍କର ପୂର୍ଣ ହେବ । ସମସ୍ତ ଅଟକି ରହିଥିବା କାମ ସୁରୁଖୁରୁରେ ହୋଇଯିବ । କାର୍ଯ୍ୟ କ୍ଷେତ୍ରରେ ନିଜର ଦକ୍ଷତା ବଳରେ ସଫଳତା ହାସଲ କରିବେ । ଯେଉଁଥିପାଇଁ ଆପଣଙ୍କୁ ନିଜ ଉଚ କର୍ମଚାରୀଙ୍କ ଠାରୁ ପ୍ରୋସ୍ଛାହନ ମିଳିବ । ଏବଂ କାର୍ଯ୍ୟ କ୍ଷେତ୍ରରେ ପଦୋନ୍ନତି ମଧ୍ୟ ହେବ । ଶତୃମାନେ ଆପଣଙ୍କର ମୁକାବିଲା କରିପାରିବେ ନାହିଁ ।
ଯଦି ଆପଣ ନୂତନ କାର୍ଯ୍ୟ ଆରମ୍ଭ କରନ୍ତି ତେବେ ଏହି ସମୟରେ ଆପଣଙ୍କୁ ସେହି କାମ ବହୁତ ଉପରକୁ ନେଇଯିବ । ନିଜ ମନରେ ଥିବା ସମସ୍ତ ଆଶା ପୂରଣ ହେବ । ସବୁବେଳେ ନିଜର ସତ ପ୍ରତିଶତ ଆପଣ ଦେବେ ସମସ୍ତ କାର୍ଯ୍ୟରେ । ଆର୍ଥିକ ସମସ୍ଯା ଆପଣଙ୍କର ଦୂର ହେବ । ଧନ ସମ୍ପତି ଲାଭ ନିମନ୍ତେ ନୂତନ ମାର୍ଗ ଆପଣଙ୍କ ପାଇଁ ଖୋଲିଯିବ ।ନୂଆ ନୂଆ ଉପାୟ ଲଗାଇ ଆପଣ ଧନ ଉପାର୍ଜନ କରିବେ । ବହୁତ ଉପରକୁ ଯିବେ ।
ଜଣେ ପ୍ରତିଷ୍ଟିତ ବ୍ୟକ୍ତି ରୂପେ ନିଜକୁ ବିବେଚିତ କରିବେ । ସମାଜରେ ବହୁତ ମାନ ସମ୍ମାନ ଆପଣଙ୍କୁ ମିଳିବ । କିନ୍ତୁ ସବୁବେଳେ ନିଜର କାମ ନିଜ ଦାୟିତ୍ଵରେ କରିବା ପାଇଁ ଚେଷ୍ଟା କରନ୍ତୁ । କାରଣ ହୁଏତ ଅନ୍ୟ ମାନେ ଏହାର ଫାଇଦା ଉଠେଇ ଆପଣଙ୍କର କାମ ବିଗାଡି ପାରନ୍ତି । ଯେଉଁମାନେ ପ୍ରେମ ସମ୍ପର୍କରେ ରହିଛନ୍ତି ତାଙ୍କ ପାଇଁ ଏହି ସମୟଟି ଭଲ ରହିବ ।
ଚେଷ୍ଟା କରନ୍ତୁ ନିଜ ରାଗକୁ କାବୁରେ ରଖିବା ପାଇଁ । କାରଣ ଏହି ରାଗ ପାଇଁ ହୁଏ ତ ଉଭୟଙ୍କ ମଧ୍ୟରେ ମନାନ୍ତର ହୋଇପାରେ । ଦାମ୍ପତ୍ୟ ଜୀବନ ସୁଖରେ କଟିବ । ବିଦେଶ ଯାତ୍ରା ନିମନ୍ତେ କୌଣସି ପ୍ଲାନିଂ କରିପାରନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ । ଆଶା କରୁଛୁ ଏହା ଆପଣଙ୍କ ପାଇଁ ନିଶ୍ଚୟ ଫଳପ୍ରଦ ହେବ ।