ପବିତ୍ର ଦଶହରାରେ ଏହି ୩ଟି ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ 

ଶାରଦୀୟ ଦୁର୍ଗାପୂଜାରେ ଉପଲକ୍ଷେ କିଛି ରାଶି ମାନଙ୍କର ଭାଗ୍ୟ ବଦଳିବାକୁ ଯାଉଛି । କିଛି ରାଶି ମାନଙ୍କର ମାନ ହାନି ହେବା ସହ ଧନ ହାନି ମଧ୍ୟ ହୋଇପାରେ । ତେଣୁ ଏହି ରାଶି ମାନଙ୍କୁ ସତର୍କ ରହିବାକୁ ପଡିବ । ଏହି ନବରାତ୍ରି ରେ କିଛି ରାଶି ମାନଙ୍କ ଉପରେ ମା ଦୂର୍ଗାଙ୍କ ଶୁଭ ଦ୍ରୁଷ୍ଟି ରହିଥିବା ବେଳେ କିଛି ରାଶି ମାନଙ୍କ ଉପରେ ଅଶୁଭ ଦ୍ରୁଷ୍ଟି ରହିଛି । ତେବେ ଆସନ୍ତୁ ଜାଣିବା ସେହି ରାଶି ଗୁଡିକ କଣ ରହିଛି ।

ମିଥୁନ ରାଶି : ଏହି ରାଶିର ଲୋକ ମାନେ ସାବଧାନ ରୁହନ୍ତୁ । ବିଶେଷ କରି ଯାନ ବାହାନ ଚଳାଇବା ସମୟରେ ଆପଣଙ୍କୁ ଧ୍ୟାନ ଦେବା ଉଚିତ । ଏହା ସହ ଆପଣ ନିଜର ସ୍ୱାସ୍ଥ୍ୟ ପ୍ରତି ସଜାଗ ରୁହନ୍ତୁ । ଏହି ନବରାତ୍ରି ରେ ଆପଣଙ୍କୁ କୌଣସି ସମ୍ପର୍କୀୟ ଙ୍କ ଠାରୁ ସାହାଜ୍ୟ ମିଳିବ ନାହି । ଏହା ସହ ଆପଣ ଯେଉଁ କାମରେ ଟଙ୍କା ନିବେଶ କରିଛନ୍ତି ସେଥିରେ ଆପଣଙ୍କୁ ହାନି ହୋଇପାରେ । ତେଣୁ ସତର୍କତା ଅବଲମ୍ବନ କରନ୍ତୁ ।

ମେଷ ରାଶି : ଏହି ରାଶିର ଲୋକ ମାନେ ନିଜ ଜୀବନରେ ଆସିବାକୁ ଥିବା ସମସ୍ୟା ରୁ ମୁକ୍ତି ପାଇବା ପାଇଁ ମା ଦୂର୍ଗା ଙ୍କ ପୂଜା ପାଠ କରିବା ଉଚିତ । ଛାତ୍ର ମାନେ ଶିକ୍ଷା କ୍ଷେତ୍ର ରେ ପଛରେ ରହିବେ । ଅଫିସରେ ଆପଣଙ୍କ ବଡ ଅଧିକାରୀ ଆପଣଙ୍କ ଉପରେ ବିରକ୍ତ ପ୍ରକାଶ କରି ପାରନ୍ତି । ତେଣୁ ଦେଖି ଚାହିଁ କାମ କରନ୍ତୁ । ଆପଣ ଯାହା ସହ କଥା ହେଉଛନ୍ତି ଭାବି ଚିନ୍ତି କରନ୍ତୁ । ଏହା ସହ ଯେଉଁ କାମ ପାଇଁ ବାହାରୁଛନ୍ତି ସେଥିପାଇଁ ବିଚାର ବିମର୍ଶ କରି କରନ୍ତୁ । ନଚେତ ଆପଣଙ୍କ କାର୍ଯ୍ୟ ବିଗିଡି ଯାଇପାରେ । ଏହା ସହ ଯାନବାହନ ଚଳାଇବା ସମୟରେ ସତର୍କ ରୁହନ୍ତୁ ।

ଧନୁ ରାଶି : ଏହି ରାଶିର ଲୋକ ମାନେ ମା ଦୂର୍ଗା ଙ୍କ ଶୁଭ ଦ୍ରୁଷ୍ଟି ରୁ ବଞ୍ଚିତ ହୋଇ ପାରନ୍ତି । ଆପଣ ମାଙ୍କ ପାଖରେ ଦୀପ ପ୍ରଜ୍ଵଳନ କରିଲେ ମା ଦୂର୍ଗାଙ୍କ କୃପା ଆପଣ ପାଇ ପାରିବେ । ଆପଣ ନିଜର ବଚନ ଉପରେ ସଂଯମତା ରକ୍ଷା କରନ୍ତୁ । ଏହା ସହ କଳହ ବିବାଦ ରୁ ନିଜକୁ ଦୂରେଇ ରଖନ୍ତୁ । ପରିବାର ଲୋକଙ୍କ ସହ କଥା ହେବା ବେଳେ ନିଜ ବଚନ ଉପରେ ନିୟନ୍ତ୍ରଣ ରଖନ୍ତୁ । ଯାନବାହନ ଚଳାଇବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ । ଆପଣଙ୍କର ପଡୋଶୀ ଓ କୁଟୁମ୍ବ ମାନଙ୍କ ସହ ଝଗଡା ହୋଇପାରେ । ତେଣୁ ସତର୍କ ରୁହନ୍ତୁ । ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *