ପ୍ରତ୍ୟେକ ଗୁରୁବାର ଦିନ ଘରେ ଏହି ସମୟରେ ଲଗାନ୍ତୁ ଝାଡୁ, ମିଳିବ ମାତା ଲଷ୍ମୀଙ୍କର ଆଶୀର୍ବାଦ- Jay maa Laxmi

ମାଆ ଲକ୍ଷ୍ମୀଙ୍କ କୃପା କିଏ ବା ଚାହିଁବାକୁ ପସନ୍ଦ କରେ ନାହି । ମା ଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ । ହିନ୍ଦୁ ଶାସ୍ତ୍ରରେ ଏମିତି ଏକ ଶୁଭ ସମୟ ବିଷୟରେ କୁହାଯାଇଛି ଯେଉଁ ସମୟରେ କୌଣସି ବ୍ୟକ୍ତି ଘରେ ଝାଡୁ ଲଗାଇଲେ ସୁଖ ସମୃଦ୍ଧି ଓ ଧନର ବୃଦ୍ଧି ହୋଇଥାଏ । କାରଣ ଶାସ୍ତ୍ରରେ କୁହାଯାଇଛି ସେହି ସମୟ ବିଷୟରେ କି ସେହି ସମୟରେ ମାତା ଲକ୍ଷ୍ମୀ ବସୁଧା ଉପରେ ରହିଥାନ୍ତି । ଏମିତି ମାନାଯାଇଛି ଝାଡୁ ହେଉଛି ମା ଲକ୍ଷ୍ମୀଙ୍କର ଦ୍ଵିତୀୟ ରୂପ । ଯେଉଁ ଘରେ ଏହି ସମୟରେ ଝାଡୁ ଲଗାଯାଏ ସେହି ଘରକୁ ମା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ଶୁଭ ସମୟ ବିଷୟରେ ବିସ୍ତାର ଭାବେ ।

ଗାଁ ମାନଙ୍କରେ ଲୋକ ମାନେ ବାଡି ଭୋରୁ ଉଠି ନିଜ ଘରେ ଝାଡୁ ମାରି ଘର ସଫା କରି ଦେଇଥାନ୍ତି । ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଗାଁ ଲୋକମାନେ ନିଜ ଘରକୁ ସଫା ସୁତୁରା କରିଥାନ୍ତି । ଆଉ ସେହିମାନେ ହିଁ ସବୁବେଳେ ହସ ଖୁସିରେ ରହିଥାନ୍ତି । ଅଧିକ ସମସ୍ଯା ସହର ମାନଙ୍କରେ ରହିଥାଏ । କାରଣ ସେମାନେ ଠିକ ସମୟରେ ଉଠନ୍ତି ନାହି କି ଝାଡୁ ଲଗାନ୍ତି ନାହି ଯାହା ଫଳରେ ଦାରିଦ୍ରତା ଲାଗି ରହିଥାଏ ।

ସୂର୍ଯ୍ୟ ଉଦୟ ହେବା ସମୟରେ ଘରେ ଝାଡୁ ଲଗାଇଲେ ମାତା ଲକ୍ଷ୍ମୀଙ୍କ କୃପା ମିଳିଥାଏ । ଘରେ ସୁଖ ଶାନ୍ତି ସହ ଧନର ଆଗମନ ହେବ ସହ ମା ଲକ୍ଷ୍ମୀଙ୍କ ବାସ ରହିଥାଏ । ଏହି କାରଣରୁ କୁହାଯାଏ ସକାଳର ସମୟ ବହୁତ ଶୁଭ ହୋଇଥାଏ । ଏହି ସମୟରେ ଯେଉଁ ନାରୀ ଘରେ ଝାଡୁ ଲଗାଇଥାଏ ତା ଜୀବନରେ ସୁଖ ଆସିଥାଏ ।

କିନ୍ତୁ ଅନ୍ଧାର ହେବ ପରେ ଘରେ ଝାଡାଉ ଲଗାଇଲେ ଦୁଖ ସମାଚାର ଶୁଣିବା ସହ କିଛି ଖରାପ ଶକ୍ତିର ବାସ ରହିଥାଏ । ସୂର୍ଯ୍ୟ ଅସ୍ତ ପରେ ଘରେ ଝାଡୁ ଲଗାଇବା ଅନୁଚିତ । କେତେକ ବ୍ୟକ୍ତି ସ୍ଵପ୍ନରେ ନୂଆ ଝାଡୁ ଠିଆ ହେବାର ଦେଖିଥାଏ । ଏହାର ଅର୍ଥ ହେଉଛି ଆପଣଙ୍କୁ ସୋଭାଗ୍ୟର ପ୍ରତୀକ ହେବ ସହ ଜୀବନରେ ଭଲ ସଂକେତ ମିଳିଥାଏ ।

ଘର ଭିତରେ ଝାଡୁକୁ ଓଲଟା ରଖିବା ଅଶୁଭ ହୋଇଥାଏ । ଏହା ଦ୍ଵାରା ଘରେ ଅଶୁଭ ଘଟଣା ଘଟିଥାଏ । ଯଦି ଆପଣଙ୍କ ପରିବାରକୁ କେହି ବ୍ୟକ୍ତି ବାହାରକୁ ଯାଇଥାଏ ତେବେ ତାଙ୍କର ଯିବାର ପରେ ଝାଡୁ ବା ପୋଛା ଲଗାଇବା ଅନୁଚିତ । ଝାଡୁ ଉପରେ ଗୋଡ ରଖିବା ଅଶୁଭ ହୋଇଥାଏ । ଝାଡୁର ଆଦର କରିବା ଠିକ ଜାଗାରେ ରଖିବା ତେବେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।

ନୂଆ ଘରକୁ ରହିବାକୁ ଯାଉଛନ୍ତି ତେବେ ପୁରୁଣା ଘରର ଝାଡୁ ନେଇକି ଯିବେ ନାହି କାରଣ ଏହା ଅଶୁଭ ହୋଇଥାଏ । ତେଣୁ ନୂଆ ଘରେ ନୂଆ ଝାଡୁ ରଖିବା ଉଚିତ । ଝାଡୁକୁ ସବୁବେଳେ ଲୁଚାଇ ରଖିବା ଦରକାର ଯେମିତି କାହାର ନଜର ପଡିବ ନାହି । ଝାଡୁ ବାହାରେ ବା ଛାତ ଉପରେ ରଖିବା ଉଚିତ ନୁହେଁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *