ପୁରୁଷ ମାନଙ୍କର କେଉଁ ଅଙ୍ଗରେ ଥିଲେ କଳାଜାଇ ସେମାନେ ହୋଇଥାନ୍ତି ଧନବାନ ? Ajira Anuchinta

ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ନାରୀ ମାନଙ୍କର ବାମ ଅଙ୍ଗରେ ଓ ପୁରୁଷ ମାନଙ୍କର ଡାହାଣ ଅଙ୍ଗରେ କଳାଜାଇ ଥିଲେ ସୌଭାଗ୍ୟ ଜନକ ହୋଇଥାଏ । ମହିଳା ମାନଙ୍କର ଶରୀରରେ କଳାଜାଇ ଥିଲେ ଯେପରି ବିଶେଷ ଗୁଣ ହୋଇଥାଏ ଠିକ ସେହିପରି ପୁରୁଷ ମାନଙ୍କର ଶରୀରରେ ଥିବା କଳାଜାଇର ବିଶେଷ ଗୁଣ ରହିଥାଏ । ପୁରୁଷଙ୍କର ଶରୀରର କେତେକ ଜାଗାରେ କଳାଜାଇ ଥିଲେ ସେମାନେ ଧନବାନ ମଧ୍ୟ ହୋଇଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ପୁରୁଷ ମାନଙ୍କର କେଉଁ ଅଙ୍ଗରେ କଳାଜାଇ ଥିଲେ ପୁରୁଷ ଧନୀ ହୋଇଥାନ୍ତି ସେହି ବିଷୟରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିଷୟ ବସ୍ତୁ ।

୧- କୌଣସି ପୁରୁଷଙ୍କର ବାହୁରେ କଳାଜାଇ ଥିଲେ ସେ ଶକ୍ତିଶାଳୀ ଓ କ୍ଷମତାବନ ହୋଇଥାନ୍ତି । ପୁରୁଷଙ୍କର ହାତ ବା ବାହୁରେ କଳାଜାଇ ଥିଲେ ସେମାନେ ପ୍ରତିଷ୍ଠାବାନ ବ୍ୟକ୍ତି ହୋଇଥାନ୍ତି । ସମାଜରେ ତାଙ୍କୁ ସମ୍ମାନ ମିଳିବା ସହ ସେମାନେ ବହୁତ ଚାଲାକ ହୋଇଥାନ୍ତି ।

୨- କୌଣସି ପୁରୁଷଙ୍କ ପାପୁଲିରେ କଳାଜାଇ ଥିଲେ ଉତ୍ତମ ହୋଇଥାନ୍ତି । କୌଣସି ପୁରୁଷଙ୍କ ପାପୁଲିର ପଛ ଭଗରେ କଳାଜାଇ ଥିଲେ ଅତ୍ୟନ୍ତ ଶୁଭ ହୋଇଥାଏ । ସେହି ପୁରୁଷଙ୍କୁ ତାହା ଧନୀ କରାଇଥାଏ ।

୩- ଯେଉଁ ପୁରୁଷଙ୍କ ଗଳା ରେ କଳାଜାଇ ଥାଏ ସେମାନେ ଆରାମଦାୟକ ଜୀବନ ବ୍ୟତୀତ କରିଥାନ୍ତି । କହୁଣି ଉପରେ କଳାଜାଇ ଥିଲେ ସେହି ପୁରୁଷ ବିଦ୍ଵାନ ଓ କ୍ଷମତାଶୀଳ ହୋଇଥାନ୍ତି । ଲଲାଟ ମଝିରେ କଳାଜାଇ ଥିଲେ ସେହି ପୁରୁଷ ବହୁତ ଉତ୍ତମ ଓ ଭାଗଶ୍ୟାଳି ହୋଇଥାନ୍ତି ।

୪- ଯେଉଁ ପୁରୁଷଙ୍କ ମଥାର ଡାହାଣ ଭାଗରେ କଳାଜାଇ ଥାଏ ସେମାନେ କ୍ଷମତାଶାଳୀ ଓ ଭାଗ୍ଯବାନ ହୋଇଥାନ୍ତି । ଆଖିର ପତା ରେ କଳାଜାଇ ଥିଲେ ସେହି ପୁରୁଷ ନିଜର ଜୀବନ ସାଥୀକୁ ବହୁତ ଭଲ ପାଇଥାନ୍ତି । ଆଦର ଯତ୍ନ କରିବା ସହ ବହୁତ ସୁଖ ଦେଇଥାନ୍ତି ଏଭଳି ପୁରୁଷ ମାନେ ।

୫- ଯେଉଁ ପୁରୁଷର ଗାଲ ରେ କଳାଜାଇ ଥାଏ ସେହି ପୁରୁଷ ଅତ୍ୟନ୍ତ ଧନଶାଳୀ ହୋଇଥାନ୍ତି । ଓଠରେ କଳାଜାଇ ଥିଲେ ସେହି ପୁରୁଷ ବହୁତ ସଚ୍ଚୋଟ ହୋଇଥାନ୍ତି । ଏହା ସହ ଜୀବନରେ ଅଗ୍ରଗତି କରିଥାନ୍ତି ।

୬- ନାକ ଉପରେ କଳାଜାଇ ଥିଲେ ସେହି ପୁରୁଷ ବହୁତ ପ୍ରଭାବଶାଳି ହେବା ସହ ସୁଖ ମଧ୍ୟ ପ୍ରାପ୍ତି କରିଥାନ୍ତି । ବୃଦ୍ଧ ଆଙ୍ଗୁଳିରେ କଳାଜାଇ ଥିଲେ ସେହି ପୁରୁଷ ବହୁତ କାର୍ଯ୍ୟକୁଶଳ ଓ ନ୍ୟାୟପ୍ରିୟ ହୋଇଥାନ୍ତି । ସମାଜରେ ପ୍ରତିଷ୍ଠା ଲାଭ କରିଥାନ୍ତି ।

୭- ତର୍ଜନୀ ବା ବିଶି ଆଙ୍ଗୁଳିରେ କଳାଜାଇ ଥିଲେ ସେହି ପୁରୁଷ ବିଦ୍ଵାନ, ଗୁଣବାନ ହେବା ସହ କେବେ ବି ଧନର ଅଭାବ ହୁଏ ନାହିଁ । ମଧ୍ୟମା ଆଙ୍ଗୁଳିରେ କଳାଜାଇ ଥିଲେ ସେହି ପୁରୁଷ ଉତ୍ତମ ଫଳ ମିଳିବା ସହ ସବୁ ସୁଖ ପ୍ରାପ୍ତ କରିଥାନ୍ତି ।

୮- ଅନାମିକା ଆଙ୍ଗୁଳିରେ କଳାଜାଇ ଥିଲେ ସେହି ପୁରୁଷ ବହୁତ ଯଶ ଓ ଧନ ମିଳିବା ସହ ପରିବାର ପ୍ରେମୀ ହୋଇଥାନ୍ତି । କନିଷ୍ଠ ଆଙ୍ଗୁଳିରେ କଳାଜାଇ ଥିଲେ ସେହି ପୁରୁଷ ବହୁତ ସମ୍ପତିର ମାଲିକ ହୋଇଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥାଏ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *