ରାସ୍ତାରେ ସାପ ମିଳନ କରୁଥିବାର ଦେଖିଲେ କଣ ସୂଚନା ମିଳିଥାଏ ? Ajira Anuchinta

ପ୍ରକୃତିରେ କିଛି ଏମିତି ଶକ୍ତି ରହିଛି ଯାହା ମଣିଷ ଜୀବନରେ ଘଟିବାକୁ ଥିବା ଘଟଣା ବିଷୟରେ ପୂର୍ବରୁ ଅବଗତ କରାଇଥାଏ । ଯାହାକୁ ଆମେ ସହଜରେ ବୁଝିପାରି ନ ଥାଉ । ଯାହା ଫଳରେ ଆମର ଅନିଷ୍ଟ ହୋଇଥାଏ । କିନ୍ତୁ ପ୍ରକୃତି ଆମକୁ ପଶୁ ପକ୍ଷୀଙ୍କ ମାଧ୍ୟମରେ ଅନେକ ସୂଚନା ଦେଇଥାନ୍ତି ଯାହା ଦ୍ଵାରା ଆମ ଜୀବନରେ ଆଗକୁ ଘଟିବାକୁ ଯାଉଥିବା ଶୁଭ ଓ ଅଶୁଭ ଘଟଣା ବିଷୟରେ ପୂର୍ବରୁ ସଚେତନ ହୋଇ ପାରିବୁ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କର କାମରେ ଆସିପାରେ ।

୧- ସ୍ଵପ୍ନରେ କଳା ଘୋଡା ଦେଖିବା ଶୁଭ ହେବା ସହ ସମାଜରେ ଆପଣଙ୍କର ମାନ ସମାନ ପ୍ରତିଷ୍ଠା ହେବାର ସୂଚନା ମିଳିଥାଏ । ସ୍ଵପ୍ନରେ ନାଗସାପ ଦେଖିଲେ ଶୁଭ ହୋଇଥାଏ ଓ ଜୀବନରେ ଥିବା ସବୁ ଅସୁବିଧା ଦୂର ହେବାର ସଂକେତ ମିଳିଥାଏ ।

୨- ସ୍ଵପ୍ନରେ ହରିଣ ଦେଖିବା ଶୁଭ ହୋଇଥାଏ ଓ ଏହା କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବାର ପୂର୍ବ ସୂଚନା ଦେଇଥାଏ । ସ୍ଵପ୍ନରେ ଓଟ ଦେଖିବା ଅଶୁଭ ହୋଇଥାଏ କାରଣ ଶାରୀରିକ ସମସ୍ୟା ଦେଖାଯିବା ସହ ବଡ ବିପଦ ଆସିବାର ସୂଚନା ମିଳିଥାଏ ।

୩- ସ୍ଵପ୍ନରେ ଯଦି ବାଘ ବା ସିଂହ ଦେଖନ୍ତି ତେବେ ଶୁଭ ହେବା ସହ ଅଟକି ରହିଥିବା କାର୍ଯ୍ୟ ଆରମ୍ଭ ହେବାର ସୂଚନା ମିଳିଥାଏ । କିନ୍ତୁ ସ୍ଵପ୍ନରେ ବିଲେଇ ଦେଖିବା ଅଶୁଭ ହେବା ସହ ଘରେ ଝଗଡା ହେବାର ସମ୍ଭାବନା ରହିଥାଏ ।

୪- ସ୍ଵପ୍ନରେ ଶିବଲିଙ୍ଗ ଦର୍ଶନ କରିବା ଅତ୍ୟନ୍ତ ଶୁଭ ହେବ ସହ ଭବିଷ୍ୟତରେ ଆସିବାକୁ ଥିବା ସଙ୍କଟ ଦୂର ହୋଇଥାଏ । ଯଦି ଝରକା ପାଖରେ ପେଚା ୩ ଦିନ ଯାଏଁ ଶବ୍ଦ କରେ ତେବେ ଅଶୁଭ ହୋଇଥାଏ ଓ ଧନ ହାନିର ସଂକେତ ଦେଇଥାଏ ।

୫- ଯଦି ଘରର ଛାତ ଉପରେ ବାରମ୍ବାର ପେଚା ବସିଥାଏ ତେବେ ବଡ ବିପଦ ଆସିବାର ସୂଚନା ମିଳିଥାଏ । କାଉ ଉଡୁଥିବା ସମୟରେ ଯଦି କୌଣସି ବ୍ଯକ୍ତିର ମୁଣ୍ଡରେ ମଳ ତ୍ୟାଗ କରେ ତେବେ ବ୍ୟକ୍ତି ରୋଗାଗ୍ରସ୍ତ ହେବାର ସଂକେତ ମିଳିଥାଏ ।

୬- କୌଣସି ମନ୍ଦିରରେ ପୂଜା କରିବାକୁ ଯାଇଥିବା ସମୟରେ ସାପ ଦେଖିଲେ ଶୁଭ ହେବ ସହ ସବୁ ମନସ୍କାମନା ପ୍ରାଣ ହେବାର ସଂକେତ ମିଳିଥାଏ । ଯଦି କୌଣସି ସ୍ଥାନରେ ସାପ ମିଳନ ହେଉଥିବାର ଦେଖନ୍ତୁ ତେବେ ଅଶୁଭ ହେବ ସହ ତୁରନ୍ତ ସେହି ସ୍ଥାନ ଛାଡିଯିବା ଉଚିତ ।

୭- ଯଦି କୌଣସି ସାପ ଗଛ ଚଢୁଥିବାର ଦେଖନ୍ତି ତେବେ ଧନ ପ୍ରାପ୍ତି ହେବାର ସୂଚନା ମିଳିଥାଏ । ଗାଈ ଉପରେ ଅଧିକ ମାଛି ବସିବାର ଦେଖିଲେ ବର୍ଷା ହେବାର ସଂକେତ ମିଳିଥାଏ ।

୮- କୌଣସି ସ୍ଥାନକୁ ଯିବା ସମୟରେ କୁକୁର ଯଦି କାହାର ଜୋତା ବା ଚପଲ ନେଇଯାଏ ତେବେ କୌଣସି ଜିନିଷ ଚୋରୀ ହେବାର ସୂଚନା ମିଳିଥାଏ । ଯଦି କୌଣସି ନୂଆ ଜିନିଷ କିଣିବା ସମୟରେ ଛିଙ୍କ ଆସେ ତେବେ ଜିନିଷ ଦ୍ଵାରା ଲାଭ ପ୍ରାପ୍ତ ହେବାର ସୂଚନା ମିଳିଥାଏ ।

୯- ଯଦି କୌଣସି ସ୍ଥାନରେ ସାପ ପ୍ରଣୟ କରୁଥିବାର ଦେଖନ୍ତି ତେବେ ଅଶୁଭ ହୋଇଥାଏ । ତୁରନ୍ତ ସେହି ସ୍ଥାନ ଛାଡି ଚାଲିଯିବା ଉଚିତ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *