ଭକ୍ତ ଓ ଭଗବାନଙ୍କ ସମ୍ପର୍କର ବିଷୟରେ ଯେତେବେଳେ ଆଲୋଚନା ହୁଏ ସେତେବେଳେ ଆମ ମନକୁ ପ୍ରଥମେ ପ୍ରଭୁ ହନୁମାନ ଜୀ ଓ ପ୍ରଭୁ ଶ୍ରୀ ରାମ ଚନ୍ଦ୍ରଙ୍କ କଥା ମନେ ପଡିଥାଏ। ଦୁନିଆରେ ହନୁମାନ ଜି ଙ୍କ ଠୁ ବଡ଼ ଭକ୍ତ କେହି ବି ନାହାନ୍ତି। ହନୁମାନ ଜି ଏପରି ଜଣେ ଭଗବାନ ଯିଏ କି ଅଳ୍ପ ସାମଗ୍ରୀ ପୂଜା ରେ ମଧ୍ୟ ସନ୍ତୁଷ୍ଟ ହୋଇଥାଆନ୍ତି। ହନୁମାନ ଜୀ ଙ୍କୁ ସଙ୍କଟ ମୋଚନ ମଧ୍ୟ କୁହାଯାଏ। ସେ ମଣିଷର ସବୁ ସଙ୍କଟ ଦୂର କରିଥାନ୍ତି ।
ତାଙ୍କ ଭକ୍ତ ମାନଙ୍କ ଉପରେ ସେ କେବେ ବି କୌଣସି ସଙ୍କଟ ଆସିବାକୁ ଦିଅନ୍ତି ନାହିଁ। ତାଙ୍କୁ ଯଦି ଆପଣ ନିଷ୍ପାପ ମନ ରେ ପ୍ରାର୍ଥନା କରିବେ ସେ ଆପଣଙ୍କ ସବୁ କଷ୍ଟ ହରଣ କରିବେ । ଯଦି ଆପଣ ଶ୍ରୀ ରାମ ଙ୍କ ନିକଟରେ ନିଜର କୌଣସି କଷ୍ଟ ବା ଦୁଃଖ ଜଣାଇବାକୁ ଚାହାନ୍ତି ତେବେ ଭଗବାନ ହନୁମାନ ଜୀଙ୍କ ଦ୍ଵାରା ହିଁ ଆପଣ ଶ୍ରୀ ରାମଙ୍କୁ ସନ୍ତୁଷ୍ଟ କରିପାରିବେ।
ଜୀବନରେ ଦୁଃଖ ଓ ସୁଖ ଲାଗି ରହିଥାଏ। ଜୀବନର ମାନେ ହିଁ ଦୁଃଖ, କଷ୍ଟ, ସୁଖ ଆଦି। ତେବେ ହନୁମାନ ଜୀଙ୍କ ର ପ୍ରିୟ ବାର ହେଉଛି ମଙ୍ଗଳବାର ଓ ଶନିବାର। ଏହି ଦୁଇଟି ବାରରେ ପ୍ରଭୁ ହନୁମାନ ଜୀ ବହୁତ ପ୍ରସନ୍ନ ରହିଥାନ୍ତି। ଯଦି ଆପଣଙ୍କର ଶନି ଦୋଷ ରହୁଥାଏ ତେବେ ଆପଣ ଶନିବାର ଦିନ ହନୁମାନ ଜୀଙ୍କ ମନ୍ଦିର ଯାଇ ଦର୍ଶନ କରନ୍ତୁ ।
ଶନିଙ୍କ ଶୁଭ ଦୃଷ୍ଟି ଆପଣଙ୍କ ଉପରେ ରହିବ। ଏହାଛଡା କେତୁ ଯିଏକି ଶନିଙ୍କ ଦୂତ ଅଟନ୍ତି ତାଙ୍କର କୃପା ଦୃଷ୍ଟି ମଧ୍ୟ ଆପଣଙ୍କୁ ଲାଭ ହେବ। ତେଣୁ ଚେଷ୍ଟା କରିବେ ପ୍ରତି ଶନିବାର କିଛି ନ ନିଅନ୍ତୁ ଖାଲି ସେମିତି ଯାଇ ପ୍ରଭୁ ହନୁମାନ ଜୀଙ୍କ ଦର୍ଶନ କରି ଆସନ୍ତୁ । ଦେଖିବେ ଆପଣଙ୍କର ସବୁ କଷ୍ଟ ଦୂର ହେବ।
ବହୁ ଜଣ କହନ୍ତି ସେମାନେ ପ୍ରତିଦିନ ହନୁମାନ ଚାଲିଶା ପଢୁଛନ୍ତି କିନ୍ତୁ କିଛି ଫଳ ମିଳୁ ନାହିଁ । ଫଳ କାହିଁକି ମିଳିବ ନାହିଁ ନିଶ୍ଚୟ ମିଳିବ। ପ୍ରଥମେ “ସିୟାବର ରାମଚନ୍ଦ୍ର କି ଜୟ । ପବନସୁତ ହନୁମାନ କି ଜୟ” କହିକି ତା ପରେ ହନୁମାନ ଚାଲିଶା ପଢ଼ନ୍ତୁ ଫଳ ନିଶ୍ଚୟ ମିଳିବ। ଆଜି ଆମେ ହନୁମାନଜି ଙ୍କର ବିଜ ମନ୍ତ୍ର ସମ୍ଭନ୍ଧରେ ଆଲୋଚନା କରିବା ।
ମନ୍ତ୍ର ଟି ହେଉଛି ” ଓଁ ଭୃମ ହନୁମନ୍ତେୟ , ଶ୍ରୀ ରାମ ଦୂତାୟ ନମଃ”। ଏହି ମନ୍ତ୍ର କୁ ଆପଣ ଶନିବାର ଓ ମଙ୍ଗଳବାର ଦିନ ଜପ କରନ୍ତୁ ଦେଖିବେ ଆପଣଙ୍କର ପାରିବାରିକ ସମସ୍ୟା , ଦୁଃଖ କଷ୍ଟ , ସ୍ବାସ୍ତ୍ୟ ଜନିତ ସମସ୍ୟା ସବୁ ଦୂର ହୋଇଯିବ । ଆପଣ ଯଦି ରାତି ୧୧ ଟାରୁ ୧ ଘଟିକା ମଧ୍ୟରେ ଘିଅ ଦୀପ ଜଳାଇ ହନୁମାନ ଜୀଙ୍କ ସମ୍ନାରେ ବସି ଏହି ମନ୍ତ୍ର ଜପ କରି ତା ପରେ ହନୁମାନ ଚାଲିଶା ପଢିବେ ଆପଣଙ୍କ ଜୀବନର ସବୁ ପାପ , କଷ୍ଟ , ଦୁଃଖ ଆଦି ଦୂର ହୋଇଯିବ।
ଚାକିରୀ କ୍ଷେତ୍ରରେ ପଦଦୋନ୍ନତି ହେବ। ପାରିବାରିକ କ୍ଳେଶ ଦୂର ହେବ। ପଢ଼ାରେ ମଧ୍ୟ ଉନ୍ନତି ହେବ। ଵ୍ୟଵବସାୟରେ ଧନ ଲାଭ ହେବ। ଆଦି ଅନେକ ଉନ୍ନତି ହେବ। ତେଣୁ ଶୋଇବା ଆଗରୁ ଏହି ମନ୍ତ୍ର ର ଜପ ନିଶ୍ଚିତ କରନ୍ତୁ। ଶନିବାର ଓ ମଙ୍ଗଳବାର ବିଶେଷ କରି ଏହି ମନ୍ତ୍ର ଜପ କରନ୍ତୁ।