‘ S ‘ Letter ଥିବା ବ୍ୟକ୍ତିଙ୍କ ଅଦ୍ଭୁତ ସତ୍ୟ କଥା, ଜାଣିଲେ ଆଶ୍ଚର୍ଯ୍ୟ ହେବେ

ହିନ୍ଦୁ ଧର୍ମରେ ଅନେକ ରୀତି ନୀତି ରହିଛି । ଆମ ଶାସ୍ତ୍ର ଅନୁସାରେ ଆମେ ଅନେକ ଲୋକଙ୍କ ର ଜାତକ , ହସ୍ତ ରେଖା , ଭାଗ୍ୟରେଖା , ଦ୍ୱାରା କୌଣସି ଵ୍ୟକ୍ତିର ସ୍ଵଭାଵ ସମ୍ଭନ୍ଧରେ ଜାଣି ଥାଉ । ଆମ ଶାସ୍ତ୍ର ରେ କୁହାଯାଇଛି ଯେ ମଣିଷ ର ନାମ ର ଅକ୍ଷର ଦ୍ୱାରା ମଣିଷର ସ୍ଵଭାଵ ଜଣା ପଡିଥାଏ । ପ୍ରାୟତଃ ଅନେକ ସ୍ଥାନରେ ନବଜାତ ଶିଶୁଟି ଜନ୍ମ ଗ୍ରହଣ କଲେ ତାହାର ପରିବାର ଲୋକ ତାର ନାମ ରଖିବା ପାଇଁ ସ୍ଵତନ୍ତ୍ର ଏକ ପୂଜା କରିଥାନ୍ତି ଓ ଯେଉଁ ଅକ୍ଷରର ଚୟନ କରାଯାଏ ସେଥିରୁ ହିଁ ନାମ ଶିଶୁଟିକୁ ଦେଇଥାନ୍ତି ।

ମଣିଷର ନାମ କରଣ ସମୟରେ ବ୍ୟକ୍ତିର ଜନ୍ମ ସମୟର ଓ ଗ୍ରହ ମାନଙ୍କ ସ୍ଥିତି କୁ ଦେଖି ଗଣନା କରାଯାଇ ତାହାର ନାମକରଣ କରାଯାଇଥାଏ । ପ୍ରତେକ ଅକ୍ଷରର କିଛି ନା କିଛି ମହତ୍ୱ ରହିଥାଏ । ତେଣୁ ବ୍ୟକ୍ତିର ଗ୍ରହ ସ୍ଥିତି କୁ ଦେଖି କିଛି ଅକ୍ଷରର ଚୟନ କରି ତନ୍ମଧ୍ୟରୁ ଗୋଟିଏ ଅଖରକୁ ପସନ୍ଦ କରି ନାମ ଦେଇଥାନ୍ତି ।

ତେବେ ଆଜି ଆମେ S ଅକ୍ଷରର ଲୋକମାନଙ୍କ ସ୍ଵଭାଵ ସମ୍ପର୍କରେ ଜାଣିବା । ଏହି ଅକ୍ଷରରୁ ଆରମ୍ଭ ହୋଉଥିବା ବ୍ୟକ୍ତିମାନଙ୍କ ନାମ ରୁ ଆମେ ତାଙ୍କ ସ୍ଵଭାଵ ଜାଣିବା । ତେବେ ଇଂରାଜୀ ଆଲଫାବେଟ ର ୧୯ ତମ ଅକ୍ଷର ହେଉଛି S । ଏହି ନାମର ବ୍ୟକ୍ତିମାନଙ୍କ ର ଭଲ ପାଠ ସହିତ ଏମାନଙ୍କର ବ୍ୟବହାର ମଧ୍ୟ ବହୁତ ଭଲ ହୋଇଥାଏ ।

ଏହି ନାମର ବ୍ୟକ୍ତିମାନେ ବହୁତ ଲାଜକୁଲା ସ୍ୱଭାବର ଅଟନ୍ତି । ଏମାନେ ନିଜ ପ୍ରେମକୁ କେବେବି ଆଗୁଆ ନିଜ ଆଡୁ ପରିପ୍ରକାଶ କରିପାରନ୍ତି ନାହିଁ । କିନ୍ତୁ ଯେଉଁଠି ଏମାନଙ୍କୁ ଲାଗେ କି ଏମାନଙ୍କ ପ୍ରେମ ସେମାନଙ୍କ ଠାରୁ ଦୂରେଇ ଯାଉଛନ୍ତି ତେବେ ଏମାନେ ନିଜ ପ୍ରେମ କୁ ପରିପ୍ରକାଶ କରି ଦେଇ ଥାନ୍ତି । ଏମାନେ ବହୁତ ନରମ ହୃଦୟ ଅଟନ୍ତି ।

ଏମାନେ କେବେବି ଖରାପ ହୋଇ ନ ଥାନ୍ତି । କିନ୍ତୁ ଏମାନଙ୍କ କଥା ବାର୍ତା ଶୈଳୀ ପାଇଁ ଏମାନେ ଲୋକଙ୍କ ପାଖରେ ଖରାପ ହୋଇଥାନ୍ତି । ଏହି ଅକ୍ଷରର ନାମର ବ୍ୟକ୍ତିମାନେ ବହୁତ ପରିଶ୍ରମୀ ଅଟନ୍ତି । ଏମାନେ ବହୁତ କଠିନ ପରିଶ୍ରମ କରିଥାନ୍ତି । ଏମାନେ ସବୁ କାର୍ଯ୍ୟକୁ ଭଲରେ ବୁଝି ସୁଝି କାର୍ଯ୍ୟ କରିଥାନ୍ତି ।

ଏମାନେ କୌଣସି ନୂଆ କାର୍ଯ୍ୟ ବା ନୂଆ କୌଶଳ କୁ ଶିଖିବାରେ ଇଛା ପ୍ରକାଶ କରିଥାନ୍ତି । ଏମାନଙ୍କ ମଧ୍ୟରେ ନୂଆ ଜିନିଷକୁ ଶିଖିବାର ଇଛା ବହୁତ ରହିଥାଏ । ଏମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ଏମାନେ ବହୁତ ଜଲ୍ଦି ରାଗି ଯାଇଥାନ୍ତି । ଏମାନଙ୍କୁ କ୍ରୋଧ ଶୀଘ୍ର ଆସିଥାଏ । ଏମାନଙ୍କୁ ନିଜ ଜିନିଷ କାହାକୁ ଦେବାକୁ ଭଲ ଲାଗେ ନାହିଁ । ଏମାନେ ସେୟାରିଂ ପସନ୍ଦ କରନ୍ତି ନାହିଁ ।

ଏମାନେ ନିଜ ପ୍ରେମକୁ ନେଇ ବହୁତ ଗମ୍ଭୀର ରହିଥାନ୍ତି । ଏମାନେ ପାଠ ପଢା କ୍ଷେତ୍ର ରେ ମଧ୍ୟ ବହୁତ ଭଲ ହୋଇଥାନ୍ତି । ତେବେ ଏହି ନାମ ର ବ୍ୟକ୍ତିମାନେ ନିଜ ପରିବାର କୁ ବହୁତ ଭଲ ପାଇଥାନ୍ତି । ଏମାନେ ନିଜର ଭାବନା କୁ କେବେବି ସହଜରେ ଶବ୍ଦରେ ପରିପ୍ରକାଶ କରିପାରନ୍ତି ନାହିଁ ।

Leave a Reply

Your email address will not be published. Required fields are marked *