ପ୍ରତେକ ମଣିଷ ଚାହେଁ ତାହାର ସକଳ ଟି ବହୁତ ଭଲରେ ବ୍ୟତିତ ହେଉ। ଏହି ପରି କାହିଁକି କୁହାଯାଏ କାରଣ ସକାଳ ର ସମୟ ଯଦି ଭଲରେ ବ୍ୟତିତ ହୁଏ ତେବେ ଯଦି ସକାଳ ସମୟଟି ଖରାପ ରେ ବ୍ୟତିତ ହୁଏ ତେବେ ଆପଣଙ୍କର ପୁରା ଦିନ ଟି ବହୁତ ଅଶୁଭ ରେ ବ୍ୟତିତ ହୁଏ । ତେବେ ଆଜି ଆମେ ଜାଣିବା ସକାଳୁ କଣ ଦେଖିବା ଦ୍ଵାରା ଆପଣଙ୍କ ଦିନ ଅଶୁଭ ହୋଇଥାଏ ଓ କେଉଁ କାର୍ଯ୍ୟ ସକାଳୁ କରିବା ଦ୍ଵାରା ଆପଣଙ୍କ ଦିନ ଶୁଭ ରେ ଯିବ ।
ସକାଳୁ ଯଦି ଆପଣ କୌଣସି ଘମଣ୍ଡି ବା ଚରିତ୍ରହୀନା ନାରୀକୁ ଦେଖନ୍ତି ତେବେ ଆପଣଙ୍କ ଦିନଟି ବହୁତ ଚିନ୍ତାଜନକ , ଅଶୁଭ ଓ ଖରାପ ରହିବ । ଯଦି ଆପଣ ସକାଳୁ ଉଠିବା ପରେ ଭଙ୍ଗା ଦର୍ପଣ ଦେଖନ୍ତି ତେବେ ଆପଣଙ୍କର କୌଣସି କାର୍ଯ୍ୟ ସଫଳ ହେବ ନାହି । ସେହି ଦିନଟି ସମ୍ପୂର୍ଣ ଖରାପରେ ଅତିବାହିତ ହୋଇଥାଏ ।
ଯଦି ସକାଳୁ ଆପଣ ଉଠି ଦେଖନ୍ତି ଆପଣଙ୍କ ଘରର ଜୋତା ଚପଲ ଆଦି ଅସଜଡା ହୋଇ ରହିଅଛି ତେବେ ଆପଣଙ୍କର ସେହି ଦିନର ସବୁ କାର୍ଯ୍ୟ ବିଘ୍ନରେ ହେବ । ସେହି ଭଳି ଯଦି ଆପଣ ସକାଳୁ ଉଠି କୌଣସି ଖାଲି ବାସନ , ଖାଲି ବାଲ୍ଟି , ଖାଲି ପର୍ସ ଆଦି ଦେଖନ୍ତି ତେବେ ଆପଣଙ୍କର ସେହି ଦିନଟି ବହୁତ ଅଶୁଭ ହୋଇଥାଏ ।
ସେହିଭଳି ଅନ୍ୟପଟେ ଯଦି ଆପଣ ପୂର୍ଣ କଳସ , ପୂର୍ଣ ବାଲ୍ଟି , ପୂର୍ଣ ପାତ୍ର , ପଇସା ଥିବା ପର୍ସ ଦେଖନ୍ତି ତେବେ ଆପଣଙ୍କର ଦିନଟି ବହୁତ ଶୁଭ ରେ ବିତିଥାଏ । ସକାଳୁ ଉଠି ଯଦି ଆପଣ ଝଗଡା ବା କଳି ଶୁଣନ୍ତି ତେବେ ଆପଣଙ୍କର ପୁରା ଦିନଟି ଅଶାନ୍ତି ଓ ଅମଙ୍ଗଳ ରେ ବିତି ଥାଏ ।
ଯଦି ଆପଣ ସକାଳୁ ଉଠି ଅଧୂଆ ମୁହଁ ରେ କାହାକୁ ଚାହିଁବେ ବା କାହା ସହ କଥା ହେବେ ତେବେ ସେହି ଦିନଟି ଆପଣଙ୍କର ଶୁଭ କାର୍ଯ୍ୟ ମଧ୍ୟ ଅଶୁଭ ରେ ବ୍ୟତିତ ହେବ । ଆପଣ ନିଜର ଶୟନ କକ୍ଷରେ ରାଧା କୃଷ୍ଣଙ୍କ ଫଟୋ ରଖନ୍ତୁ ଏହାକୁ ଦେଖିବା ଦ୍ଵାରା ସବୁ କାର୍ଯ୍ୟ ରେ ସଫଳତା ମିଳିଥାଏ ।
ସକାଳୁ ଉଠି ଆପଣ ନିଜ ପାପୁଲି କୁ ଦେଖି ଏହା ପରେ ମୁହଁରେ ପାପୁଲି କୁ ସ୍ପର୍ଶ କରନ୍ତୁ । ଭୂମିକୁ ମଧ୍ୟ ପ୍ରଣାମ କରି ଏହା ପରେ ନିଜର ଦିନ ଆରମ୍ଭ କରନ୍ତୁ । ଯଦି ଆପଣ କୌଣସି ନୂଆ କାର୍ଯ୍ୟ କରିବାକୁ ଯାଉଥିବେ ତେବେ ସକାଳୁ ଉଠି ବାପା ମା ଙ୍କୁ ପ୍ରଣାମ ଓ ଭଗବାନଙ୍କୁ ଆର୍ଧନା କରିଯାନ୍ତୁ ନିଶ୍ଚୟ ସଫଳ ହେବେ । ସକାଳୁ ଉଠି ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ ଓ ପ୍ରଣାମ କରନ୍ତୁ ଦିନ ଶୁଭରେ ବିତିବ ।