ସକାଳୁ ଉଠିବା ମାତ୍ରେ ଏହି ଜିନିଷ ଦେଖାଦେଲେ ସାବଧାନ ହୋଇଯାନ୍ତୁ

ଆପଣ ମାନେ ଜାଣିଥିବେ ସକାଳେ ଉଠିବା ପରେ ଏମିତି କିଛି ଜିନିଷ ଦେଖିଲେ ଶୁଭ ହୋଇଥାଏ ତ ଆଉ କିଛି କ୍ଷେତ୍ରରେ ଅଶୁଭ ହୋଇଥାଏ । ଯାହା କିଛି ଲୋକ ମାନେ ଜାଣିଥାନ୍ତି ତ ଆଉ କିଛି ଜାଣି ନ ଥାନ୍ତି । ବିଶେଷ କରି ସକାଳେ ଉଠିବା ପରେ ଭଗବାନଙ୍କ ନାମ ସ୍ମରଣ କରିବା ଉଚିତ । ଏପରି କରିବା ଦ୍ବାରା ବ୍ୟକ୍ତିର ଦିନ ତମାମ ଭଲ ରହିଥାଏ । ଆଜି ଆମେ ଆପଣ ମାନଙ୍କୁ ସକାଳେ ଉଠିବା ପରେ କେଉଁ ଜିନିଷ ଦେଖିଲେ ତାହା ପ୍ରତି ସାଧନ ହେବା ଉଚିତ ସେହି ବିଷୟରେ କହିବାକୁ ଯାଉଛୁ ।

ପ୍ରଥମତ ସକାଳେ ଉଠିବା ପରେ ଆପଣ ନିଜ ଖଟ ପାଖରେ ଥିବା ଜୋତା ବା ଚପଲ ଦେଖନ୍ତୁ ନାହି । ଏହା ସହ କେବେ ବି ଗୋଟିଏ ହାତରେ ଭଗବାନଙ୍କୁ ନମସ୍କାର କରିବା ଅନୁଚିତ । ନାରୀ ମାନେ ସ୍ନାନ କରିବା ପରେ ହାତରେ ସିନ୍ଦୁର ଲାଗନ୍ତୁ ନାହି । କୌଣସି ରୂପା କଣ୍ଟା ବା ଝିଙ୍କ କାଠିରେ ଲଗାନ୍ତୁ । ଏପରି କରିବା ଦ୍ଵାରା ଦାଂପତ୍ଯ ଜୀବନ ସୁଖମୟ ହୋଇଥାଏ । ପିତୃ ପୁରୁଷଙ୍କର ଫୋଟୋ ଦକ୍ଷିଣ ବା ପଶ୍ଚିମ ଦିଗର କାନ୍ଥରେ ଲଗାନ୍ତୁ ନାହି । ଏହା ଶୁଭ ହୋଇଥାଏ । ଉତ୍ତର କାନ୍ଥରେ ଫୋଟୋ ଲଗାଇଲେ ଶୁଭ ହୋଇଥାଏ । ଘରେ ଅଚଳ ଘଣ୍ଟା ରଖିବା ଉଚିତ ନୁହେଁ । ଘରେ ଆଲମାରି ଦକ୍ଷିଣ ଦିଗରେ ରଖନ୍ତୁ ନାହି ।

ଏପରି କରିବା ଦ୍ଵାରା ସ୍ୱାସ୍ଥ୍ୟ ଖରାପ ହେବା ସହ ଧନ ହାନି ହୋଇଥାଏ । ଘରେ ବ୍ୟବହାର ହେଉଥିବା ପାଣି ଟ୍ୟାପରୁ ପାଣି ବାହାରୁ ଥିଲେ ଏହା ଅଶୁଭ ହୋଇଥାଏ । କାରଣ ଏହା ଦ୍ଵାରା ଧନ ହାନି ହୋଇଥାଏ । ଯଦି ଆପଣଙ୍କ ଘରେ କଳା ପିମ୍ପୁଡି ଦେଖାଯାଏ ତେବେ ଏହା ଶୁଭ ହୋଇଥାଏ । ଏହା ଦ୍ଵାରା କୌଣସି କ୍ଷେତ୍ର ରୁ ଧନ ଆସିବାର ସୂଚନା ମିଳିଥାଏ । ଯଦି ଆପଣ ଘରୁ ବାହାରିବା ସମୟରେ ନାଲି ପିମ୍ପୁଡି ଏକତ୍ର ଥିବାର ଦେଖନ୍ତି ତେବେ ଏହା ଅଶୁଭ ହୋଇଥାଏ । କାରଣ ଏହା ଦ୍ଵାରା ଘରେ କଳହ ସୃଷ୍ଟି ହେବାର ସଙ୍କେତ ମିଳିଥାଏ । ଆପଣ ନିଜର ବେଡକୁ ଯିବା ସମୟରେ ଭଲ ଭାବେ ହାତ ଗୋଡ ଧୋଇ କରି ଯାଆନ୍ତୁ ।

ଯଦି କୌଣସି ପିଲାଙ୍କର ସ୍ମରଣ ଶକ୍ତି ଠିକ ଭାବେ ହେଉ ନାହି ତେବେ ବର ଗଛ ଓ ଓସ୍ତ ଗଛ ଏକାଠି ଥିବା ଜାଗାରେ ପ୍ରତି ଦିନ ୨୦ ମିନିଟ ବସନ୍ତୁ । ଏପରି କରିବା ଦ୍ଵାରା ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ । ଗୃହରେ ନାଲି କପଡାରେ ଗୁଡା ହୋଇଥିବା ନଡିଆ ଓ ଶ୍ରୀଯନ୍ତ୍ର ଠାକୁର ଘରେ ମା ଲକ୍ଷ୍ମୀଙ୍କ ପାଖରେ ରଖି ପୂଜା ପାଠ କରିବା ଦ୍ଵାରା ଘରେ ସୁଖ ସମୃଦ୍ଧି ଆସିବା ସହ ଧନ ମଧ୍ୟ ପ୍ରାପ୍ତ ହୋଇଥାଏ । ଏହା ସହ ଆମ ଲକ୍ଷ୍ମୀଙ୍କର ଅପାର କୃପା ଲାଭ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *