ସକାଳୁ ଉଠିବା ଦ୍ୱାରା ଶରୀର ସତେଜ ରହିଥାଏ , ଯେକୌଣସି କାମରେ ମନ ଲାଗିଥାଏ ଏବଂ ବ୍ଲଡ଼ ପ୍ରେସର , ସୁଗାର , କୋଲେଷ୍ଟ୍ରଲ, ଆଦି ନିୟନ୍ତ୍ରଣ ହୋଇଥାଏ । ସକାଳେ ଉଠିବା ପରେ ଯଦି ଆପଣ ଶୀଘ୍ର ଜଳଖିଆ ଖାଇବେ ତେବେ ଆପଣଙ୍କ ଶରୀରର ଫୁର୍ତ୍ତି ଓ ସୁସ୍ଥ ଓ ନିରୋଗ ରହିବ । ସକାଳୁ ଉଠିବା ପରେ ପୁରା ଦିନ ମନ ଖୁସି ଓ ସକାରତ୍ମକ ଚିନ୍ତା ରହିଥାଏ । ସକାଳୁ ଉଠିବା ଦ୍ୱାରା ଯେକୌଣସି କାର୍ଯ୍ୟ ପାଇଁ ଅନେକ ସମୟ ମିଲିଥାଏ ଏବଂ ନିଜର ପାଇଁ ମଧ୍ୟ ଅନେକ ସମୟ ମିଳିଥାଏ ।
ସକାଳୁ ଉଠିବା ଦ୍ୱାରା ମନ ଓ ମସ୍ତିଷ୍କ ସୁସ୍ଥ ଓ ଏକାଗ୍ରତା ବୃଦ୍ଧି ହୋଇଥାଏ ଯାହା ଫଳରେ ସବୁ କାର୍ଯ୍ୟ ଭଲ ହୋଇଥାଏ । ସକାଳ ସମୟ ବହୁତ ଭଲ ଅଟେ । ଯଦି ଆପଣ ସକାଳ ସମୟ ବ୍ୟାୟାମ କରନ୍ତି ତେବେ ସକାଲୁ ସ୍ୱାସ୍ଥ୍ୟ ଓ ମନ ସୁସ୍ଥ ।
ସକାଳୁ ଉଠି ସୂର୍ଯ୍ୟଙ୍କ କଅଁଳ କିରଣରେ କିଛି ସମୟ ବସିବା ଦ୍ୱାରା ହାତ ଏବଂ ଗଣ୍ଠି ଜନିତ ସମସ୍ୟା ଦୂର ହୋଇଥାଏ । ସକାଳୁ ବାୟୁ ମଣ୍ଡଳରେ ଅମ୍ଳଜାନ ପରିମାଣ ଅଧିକ ରହିଥାଏ । ତେଣୁ ସକାଳୁ ଉଠି ବାହାରେ କିଛି ସମୟ ବ୍ୟତୀତ କଲେ ମସ୍ତିଷ୍କ ଉପରେ ଭଲ ପ୍ରଭାବ ପଡିଥାଏ ।
ସକାଳୁ ଉଠିବା ଦ୍ୱାରା ପେଟ ଜନିତ ରୋଗ ଦୂର ହୋଇଥାଏ ଏବଂ ହଜମ ଶକ୍ତି ବୃଦ୍ଧି ହୋଇଥାଏ । ସକାଳୁ ଉଠି ବାହାର ତାଜା ପବନରେ ନିଶ୍ୱାସ ନେବା ଦ୍ୱାରା ଏବଂ କିଛି ସମୟ ବ୍ୟାୟାମ କରିବା ଦ୍ୱାରା ଶରୀରର ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ ।
ଆୟୁର୍ବେଦ ଅନୁସାରେ ଚନ୍ଦ୍ରଙ୍କ ଅମୃତ କିରଣ ଦ୍ୱାରା ସକାଳର ପବନ ଅମୃତ ତୁଲ୍ୟ ହୋଇଥାଏ ଏବଂ ଏହାକୁ ବୀରବାୟୁ କୁହାଯାଏ ଯାହା ଫଳରେ ଶରୀରରେ ଶକ୍ତି ସଞ୍ଚାର ହୋଇଥାଏ । ସକାଳର ବାୟୁ ଶରୀରରେ ବାଜିବା ଦ୍ୱାରା ଶରୀରରେ ବଳ, ତେଜ , ଫୁର୍ତ୍ତି ଏବଂ କାନ୍ତି ବୃଦ୍ଧି ହୋଇଥାଏ ।
ତାସହିତ ମନ ଶାନ୍ତ ରହେ । ଯେଉଁ ଲୋକ ପ୍ରତେକ ଦିନ ବ୍ରହ୍ମ ମୁହୂର୍ତ୍ତ ରେ ଉଠେ ସେ ଜୀବନରେ ଖୁସି ରହିବା ସହିତ ସମୃଦ୍ଧି ଶାଳୀ ହୋଇଥାଏ । ସକାଳୁ ଉଠିବା ପରେ କେବେବି ଆଇନା ଦେଖିବା ଉଚିତ ହୋଇ ନ ଥାଏ ।
ଏହା ଦ୍ୱାରା ନକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ । ସକାଳୁ ଶୀଘ୍ର ଉଠିବା ପାଇଁ ରାତିରେ କମ ଖାଇବା ଉଚିତ ଓ ଏହା ସହିତ ଦୁଇ ଗ୍ଲାସ ପାଣି ପିଇବା ଉଚିତ । ସକାଳୁ ଉଠିବା ପରେ ଖାଦ୍ୟ ନ ଖାଇବା ପର୍ଯ୍ୟନ୍ତ କୌଣସି ପଶୁ ନାମର ନେବା ଉଚିତ ନୁହେଁ । ଏହା ଅଶୁଭ ଅଟେ ।