ଶନିଦେବ କରିବେ ବକ୍ରୀ ଚଳନ, 6ଟି ରାଶି ରୁହନ୍ତୁ ସାବଧାନ! 6 ଟି ରାଶି ହେବେ ମାଲାମାଲ- Saturn Transit

ଶନିଦେବ ହେଉଛନ୍ତି ନ୍ୟାର ଦେବତା । ଯେବେ ଶନିଙ୍କ କୃପା ଦୃଷ୍ଟି ପଡେ ସେବେ ଲୋକର ଭାଗ୍ୟ ଆକଷ ଛୁଇଁଥାଏ କିନ୍ତୁ ଯେବେ ଶନିଙ୍କ କୋପ ଦୃଷ୍ଟି ପଡେ ସେବେ ଲୋକ କୋଟିପତିରୁ ଭିକାରି ହେବାରେ ବେଶୀ ସମୟ ଲଗେନୀ । ତେବେ ଶନିଦେବ କୁମ୍ଭ ରାଶିରେ ବକ୍ରୀ ଚଳନ କରୁଛନ୍ତି । ବିଶେଷ କରି ଅକ୍ଟୋବର 23 ପର୍ଯ୍ୟନ୍ତ ଶନି ଗ୍ରହ ବକ୍ରୀ ରହିବେ । ଶନିଙ୍କ ବକ୍ରୀ ଚଳନ କାରଣରୁ ୬ଟି ରାଶି ଉପରେ ବିପଦ ଆସିବାକାଉ ଯାଉଛି ସେଥିପାଇଁ ଏମାନେ ସାବଧାନ ରହିବା ଆବଶ୍ୟକ । ସେହିପରି ଅନ୍ୟ ୬ଟି ରାଶିଙ୍କ ଭାଗ୍ୟରେ ଉନ୍ନତି ହେବା ସହ ଏମାନେ ମାଲାମାଲ ହେବାକୁ ଯାଉଛନ୍ତି । ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

କର୍କଟ ରାଶି : ଆପଣଙ୍କର ପୁରୁଣା ରୋଗ ଆସିପାରେ । ଆପଣଙ୍କର ଲାଭ ହେବା ସହ ହାନି ହୋଇପାରେ । ଦୁର୍ଘଟଣା ଘଟଣା ପ୍ରତି ସତର୍କ ରୁହନ୍ତୁ ।

ସିଂହ ରାଶି : ଆପଣଙ୍କର ୭ମ ଗ୍ରହ ଶନି ବକ୍ରୀ ଗୋଚର କରୁଛନ୍ତି । ବିଶେଷ କରି ଦାଂପତ୍ଯ ଜୀବନରେ ସମସ୍ଯା ହୋଇପାରେ । ବ୍ୟାପର କ୍ଷେତ୍ରରେ ସତର୍କ ରୁହନ୍ତୁ ନଚେତ କ୍ଷତି ହୋଇପାରେ । ଛାତ୍ରମାନେ ପରୀକ୍ଷାରେ ସଫଳ ହେବେ ।

ତୁଳା ରାଶି : ଆପଣଙ୍କର ୫ମ ଭାବରେ ଶନି ବକ୍ରୀ ଗୋଚର କରୁଛନ୍ତି । ତେଣୁ ବିଦ୍ୟାର୍ଥୀ ଓ ଶିକ୍ଷକଙ୍କ ପାଇଁ ସମୟ ଠିକ ନୁହେଁ । ପାଠ ପଢାରେ ମନ ଲାଗିବ ନାହି । ପ୍ରେମ ଜୀବନରେ ସମୟ ଅନୁକୂଳ ନୁହେଁ ।

କନ୍ୟା ରାଶି : ଆପଣଙ୍କର ଷଷ୍ଠ ଭାବରେ ଶନି ବକ୍ରୀ ଗୋଚର କରୁଛନ୍ତି । ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଶତ୍ରୁ ମାନେ ସକ୍ରିୟ ହେବେ । ଆର୍ଥିକ ସମସ୍ଯା ହୋଇପାରେ ।

ବିଛା ରାଶି : ଆପଣଙ୍କର ୪ର୍ଥ ଘରେ ଶନି ବକ୍ରୀ କରୁଛନ୍ତି । ମାତାଙ୍କର ସ୍ୱାସ୍ଥ୍ୟ ଖରାପ ହୋଇପାରେ । ପୈତୃକ ସମ୍ପତିକୁ ନେଇ ବିବାଦ ହୋଇପାରେ । ବୈବାହିକ ଜୀବନ କଷ୍ଟଦାୟକ ରହିବ । କ୍ଯାରିୟରରେ ଭଲ ସମୟ ମିଳିବା ସହ ସହଯୋଗ ମିଳିବ ।

ମୀନ ରାଶି : ଆପଣଙ୍କର ୧୧ତମ ଘରେ ଶନି ବକ୍ରୀ କରୁଛନ୍ତି । ଏହି ସମୟରେ ଖର୍ଚ୍ଚ ଅଧିକ ହେବ । ଚାକିରି କ୍ଷେତ୍ରରେ ସତର୍କ ରୁହନ୍ତୁ । ଦାଂପତ୍ଯ ଜୀବନରେ ଶାନ୍ତି ଶୃଙ୍ଖଳା ରଖନ୍ତୁ ।

ତେବେ ଆସନ୍ତୁ ଜାଣିବା କେଉଁ କେଉଁ ରାଶି ମାନଙ୍କର ଭାଗ୍ୟ ସାଥ ଦେବ ।

ମେଷ ରାଶି : ଆପଣଙ୍କର ୧୦ମ ଘରେ ଶନି ବକ୍ରୀ ରହୁଛନ୍ତି । ଶୁଭ ପରିଣାମ ମିଳିବ । ଚାକିରି ଓ ବ୍ୟାପାରରେ ଉନ୍ନତି ହେବ । ଆୟରେ ବୃଦ୍ଧି ହେବ ।

ବୃଷ ରାଶି : ଆପଣଙ୍କର ୯ମ ଘରେ ଶନି ବକ୍ରୀ ରହୁଛନ୍ତି । କାର୍ଯ୍ୟ କ୍ଷେତ୍ରରେ ଶୁଭ ପରିଣାମ ଦେବେ । ଚାକିରି କ୍ଷେତ୍ରରେ ପ୍ରମୋଶନ ହୋଇପାରେ ।

ମିଥୁନ ରାଶି : ଆପଣଙ୍କର ୯ମ ଘରେ ଶନି ବକ୍ରୀ ରହୁଛନ୍ତି । ଭାଗ୍ଯର ସହଯୋଗ ମିଳିବ । ଅଚାନକ ଧନ ଲାଭ ହୋଇପାରେ ।

ଧନୁ ରଶି : ଆପଣଙ୍କର ୩ୟ ଘରେ ଶନି ବକ୍ରୀ ରହୁଛନ୍ତି । ଭାଇ ଭଉଣୀଙ୍କର ସହଯୋଗ ମିଳିବ । ପରିବାରର ଲୋକଙ୍କ ମଧ୍ୟରେ ମନାନ୍ତର ହୋଇପାରେ ।

ମକର ରାଶି : ଆପଣଙ୍କର ୨ୟ ଘରେ ଶନି ବକ୍ରୀ ରହୁଛନ୍ତି । ପାରବାରିକ ଜୀବନରେ ସୁଖ ସୁବିଧାରେ ଉନ୍ନତି ହେବ । ସ୍ୱାସ୍ଥ୍ୟ ଭଲ ରହିବ ।

କୁମ୍ଭ ରାଶି : ଆପଣଙ୍କର ଲଗ୍ନ ଭାବ ଶନି ବକ୍ରୀ ରହିବେ । ଜୀବନ ସାଥିଙ୍କ ସହଯୋଗ ପାଇବେ । କାର୍ଯ୍ୟ କ୍ଷେତ୍ରରେ ଉନ୍ନତି କରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *