ବନ୍ଧୁଗଣ ଆପଣ ମାନେ ଶିବ ମନ୍ଦିରକୁ ଯାଉଛନ୍ତି ଆଉ ଏହି ଭୁଲ କରୁଛନ୍ତି କି ? ଯଦି ଏହି ଭୁଲ କରୁଛନ୍ତି ତେବେ ଆପଣ କିଛି ପାଇବା ଆଶା ରେ ଯାଉଥିଲେ ଅନେକ କିଛି ହରାଇ ବସିବେ । ଅନେକ ସମସ୍ୟାରେ ଆପଣ ପଡି ପାରନ୍ତି । ଏମିତି କିଛି ନୀତି ନିୟମ ରହିଛି ଯାହା ଶିବ ମନ୍ଦିରକୁ ଯିବା ପୂର୍ବ ରୁ ଜାଣି ରଖନ୍ତୁ । ଆପଣ ଏହି ନିୟମର ପାଳନ କରିଲେ ଯାହା ପାଇବା ଆସାରେ ଯାଇଥିବେ ତାହା ନିଶ୍ଚିନ୍ତ ଭାବେ ପାଇବେ । ନଚେତ ସେହି ଭୁଲ କରିବେ ଧନୀ ଗରିବ ହୋଇଥାଏ ଓ ରାଜା ଭିକାରି ହୋଇଥାଏ । ଆଜି ଆମେ ଆପଣଙ୍କୁ ସେହି ବିଷୟରେ ବିସ୍ତାର ଭାବେ କହିବାକୁ ଯାଉଛୁ ।
ଆପଣ ଯେବେ ଶିବ ମନ୍ଦିରକୁ ଯାଉଛନ୍ତି ପ୍ରଥମେ ମହାଦେବ ଙ୍କୁ ଦର୍ଶନ କରନ୍ତୁ ନାହି । କିଛି ଭୋଗ, ଦୀପ, ଧୂପ ନିଅନ୍ତୁ କି ନ ନିଅନ୍ତୁ କିନ୍ତୁ ଶିବ ମନ୍ଦିର ଯିବା ପରେ ଭଗବାନ ଗଣେଶଙ୍କ ନିକଟକୁ ଯାଆନ୍ତୁ । ଭଗବାନ ଗଣେଶଙ୍କ ନିକଟରେ ସ୍ତୁତି କରିବା ସହ ପ୍ରଣାମ କରନ୍ତୁ । ତା ପରେ ଭଗବାନ କାର୍ତ୍ତିକଙ୍କ ପାଖକୁ ଯାଆନ୍ତୁ । ଯେମିତି ଦୀପ ଧୂପ ଦିଅନ୍ତୁ ବା ନ ଦିଅନ୍ତୁ କିନ୍ତୁ ତାଙ୍କୁ ଭୂମିଷ୍ଠ ପ୍ରଣାମ କରନ୍ତୁ ।
ତା ପରେ ଦେବୀ ପାର୍ବତୀଙ୍କ ପାଖକୁ ଯାଆନ୍ତୁ । ସେଠାରେ ମଧ୍ୟ ସେହିପରି ପ୍ରଣାମ କରି ସିଧା ସଳଖ ଶିବ ମନ୍ଦିରକୁ ଯାଆନ୍ତୁ ନାହି । ପ୍ରତେକ ଶିବ ମନ୍ଦିର ରେ ଶିବଙ୍କ ପାଦୁକ କୁଣ୍ଡ ନିକଟରେ ମା ପାର୍ବତୀ ବସିଥାନ୍ତି । ଏଣୁ ସେହି କୁଣ୍ଡ କୁ ଅତିକ୍ରମ କରିଗଲେ ମହାପାପ ରେ ଘଣ୍ଟି ହେବେ । କିଛି ପାଇବା ଆଶାରେ ଯାଇଥିଲେ ଅନେକ କିଛି ହରାଇ ବସିବେ । ଏହି ଭୁଲ କରନ୍ତୁ ନାହି ।
ମା ପାର୍ବତୀଙ୍କ ଠାରୁ ପଛକୁ ଫେରି ଆସି ସୂର୍ଯ୍ୟ ଦେବଙ୍କୁ ପ୍ରଣାମ କରି ଯଦି କିଛି ସ୍ତୁତି ଜାଣ ଅଛି ତେବେ କରନ୍ତୁ । ନଚେତ ଖାଲି ପ୍ରଣାମ କରନ୍ତୁ । କାର୍ତ୍ତିକ ଓ ଗଣେଶଙ୍କ ଦ୍ଵାରା ଦେଇ ଶିବ ମନ୍ଦିର ଭିତରକୁ ପ୍ରବେଶ କରନ୍ତୁ । ଶିବ ମନ୍ଦିର କୁ ପ୍ରବେଶ କରିବା ମାତ୍ରେ ବୃଷଭ ଙ୍କୁ ପ୍ରଣାମ କରନ୍ତୁ । ବୃଷଭଙ୍କୁ ପ୍ରଣାମ ଜଣାଇବା ପରେ ମହାଦେବଙ୍କୁ ଦର୍ଶନ କରନ୍ତୁ ।
ଯଦି କିଛି ସ୍ତୁତି ଜଣା ଅଛି ତେବେ ପାଠ କରନ୍ତୁ ନଚେତ ମହାଦେବକୁ ଭୂମିଷ୍ଠ ପ୍ରଣାମ କରନ୍ତୁ । ଏହା ପରେ ନବଗ୍ରହଙ୍କୁ ପ୍ରଣାମ କରନ୍ତୁ । ଯଦି ଏତିକି ନିୟମ ମାନିବେ ତେବେ ଶିବ ମନ୍ଦିର ପରିକ୍ରମା କରିବେ ତେବେ ସବୁ କିଛି ପାଇବେ । ଆପଣଙ୍କ ମନରେ ଯାହା ବି ଇଚ୍ଛା ରହିଥିବା ତାହା ପାଇବେ ।
ଏହି ନିୟମ ଗୁଡିକ ନ ମାନି ମନ୍ଦିର ଯାଇଥିବେ ଯାହା ପାଇବା ଆଶାରେ ମନ୍ଦିର ଯାଇଥିବେ ତାହା ଠାରୁ ଅଧିକ କିଛି ହରାଇ ବସିବେ । ଏହା ହେଉଛି ଶିବ ମନ୍ଦିରକୁ ଯିବାର ନୀତି ନିୟମ ବିଷୟରେ ସଂପୂର୍ଣ୍ଣ ବିବରଣୀ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।