ସିଂହ ରାଶି ଜନ୍ମ ରୁ ମୃତ୍ୟ ପର୍ଯ୍ୟନ୍ତ କଟୁ ସତ୍ୟ, ଯାହା ଆଗରୁ ଜାଣି ନଥିବେ

ଦୁନିଆ ରେ ଅନେକ ପ୍ରକାରର ଲୋକ ରହିଥାନ୍ତି ସମସ୍ତଙ୍କ ସ୍ଵଭାଵ ସମାନ ହୋଇ ନ ଥାଏ । କିନ୍ତୁ ସେମାନଙ୍କ ର ରାଶିର ଯେଉଁ ସ୍ଵଭାଵ ରହି ଥାଏ ତାହା ଦ୍ୱାରା ସେହି ଲୋକ ମାନଙ୍କର ସ୍ଵଭାଵ ମଧ୍ୟ ଜଣା ପଡି ଥାଏ । ତେବେ ସେହି ଭଳି ଆଜି ଆମେ ସିଂହ ରାଶିର ଲୋକମାନ ଙ୍କର ବ୍ୟକ୍ତିତ୍ୱ ଓ ସ୍ଵଭାଵ ସମ୍ପର୍କ ରେ ଜାଣିବା । ଯଦି ଆପଣଙ୍କ ର ମଘା ନକ୍ଷତ୍ର ହୋଇ ଥାଏ ତେବେ ଦାନବ ଗଣ ହୋଇଥାନ୍ତି । ଯଦି ଆପଣଙ୍କ ର ପୂର୍ବ ଫାଲ୍ଗୁନ ନକ୍ଷତ୍ର ହୋଇ ଥାଏ ତେବେ ମାନବ ଗଣ ହୋଇ ଥାନ୍ତି ।

ଯଦି ଆପଣଙ୍କର ଉତ୍ତର ଫାଲ୍ଗୁନ ନକ୍ଷତ୍ର ହୋଇ ଥାଏ ତେବେ ମାନବ ଗଣ ହୋଇ ଥାନ୍ତି । ତେବେ ଏହି ରାଶିର ଲୋକମାନେ ସିଂହ ସଦୃଶ ନିର୍ଭୟୀ ଓ ସାହସୀ ହୋଇ ଥାନ୍ତି । ଏମାନଙ୍କର ଏକ ଖରାପ ଗୁଣ ହେଉଛି ଏମାନଙ୍କର ଗର୍ବ ଓ ଅହଂକାର ।

ଏମାନେ ନିଜର ଅହଂକାର ପାଇଁ ଅନେକ ସ୍ଥାନରେ ଅପମାନ ମଧ୍ୟ ପାଇ ଥାନ୍ତି । ତେବେ ଏମାନେ ବହୁତ ଜଲ୍ଦି ଅନ୍ୟକୁ ବିଶ୍ୱାସ କରିଦେଇଥାନ୍ତି । ଏମାନଙ୍କ ସହ ଯଦି କେହି ବିଶ୍ୱାସଘାତକ୍ତା କରି ଥାଏ ତେବେ ଏମାନେ ସେହି କଥା ଶୀଘ୍ର ଭୁଲି ପାରନ୍ତି ନାହିଁ । ଏମାନଙ୍କୁ ଯେଉଁ ଲୋକ ଯାହା ବି କହିଥାଉ ।

ପରେ ଯଦି ସେହି ଲୋକ ଏମାନଙ୍କ ସହ ଭଲରେ କଥା ହୋଇ ଥାଏ ଏମାନେ ସବୁ ପୁରୁଣା କଥା ଭୁଲିଯାଇ ପୁନର୍ବାର ମିତ୍ରତା କରି ଥାନ୍ତି । ଏହି ରାଶିର ଲୋକମାନେ ବଦରାଗି ଅଟନ୍ତି । ବହୁତ ଛୋଟ ଛୋଟ କଥା ରେ ଏମାନଙ୍କୁ କ୍ରୋଧ ଆସି ଥାଏ । ଏହି ରାଶିର ଲୋକମାନେ ପ୍ରେମ ସମ୍ପର୍କ ରେ ଏତେ ଭାଗ୍ୟବାନ ହୋଇ ନ ଥାନ୍ତି ।

ଏମାନେ କାହାକୁ ଜବର ଦସ୍ତ ଭଲ ପାଇ ପାରନ୍ତି ନାହିଁ । ଏମାନେ ସର୍ବଦା ନିଜର କଥା ଛାଡି ଅନ୍ୟ ମାନଙ୍କ କଥା ଚିନ୍ତା କରି ଥାନ୍ତି । ଏମାନେ ବହୁତ ଜିଦିଆ ସ୍ଵଭାଵ ର ହୋଇ ଥାନ୍ତି । ଏମାନ ଙ୍କୁ ବୁଝାଇବା ବହୁତ କଷ୍ଟକର । ଏହି ରାଶିର ଲୋକମାନେ ଯେତିକି ଶକ୍ତ ଉପରୁ ଦେଖା ଯାଇଥାନ୍ତି ତାହା ଠାରୁ ଅଧିକ ନରମ ସ୍ଵଭାଵ ର ହୋଇ ଥାନ୍ତି ।

ବନ୍ଧୁତ୍ୱ କୁ ନିଭାଇବା ରେ ଏମାନେ କେବେ ପଛ ଘୁଞ୍ଚା ଦେଇ ନ ଥାନ୍ତି । ବେଳେ ବେଳେ ଏମାନଙ୍କ ବନ୍ଧୁ ମାନେ ଏମାନଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିଦେଇ ଥାଆନ୍ତି । ଏହି ରାଶିର ଲୋକମାନେ ବ୍ୟୟ କରିବାକୁ ବହୁତ ପସନ୍ଦ କରିଥାନ୍ତି ।

ଏହି ରାଶିର ଲୋକମାନେ ବହୁତ ପରିଶ୍ରମୀ ମଧ୍ୟ ଅଟନ୍ତି । ଏହି ରାଶିର ଲୋକମାନେ ବହୁତ ଜଲ୍ଦି ଲୋକଙ୍କ ସହ ମିଶି ଯାଇ ଥାନ୍ତି । ସମସ୍ତଂକୁ ନିଜର ଓ ବିଶ୍ବାସ କରି ଦେଇ ଥାନ୍ତି ।

Leave a Reply

Your email address will not be published. Required fields are marked *