ଶୀତଦିନରେ ଶିଶୁ ମାନଙ୍କର ଧ୍ୟାନ କିପରି ରଖିବେ ? Dr. Kanhu Panda

ଆପଣ ମାନେ ଜାଣିଥିବେ ଶୀତଦିନେ ବଡ ଠାରୁ ଆରମ୍ଭ କରି ଛୋଟ ପିଲା ମାନଙ୍କ ତହରେ ସ୍କିନ ଜନିତ ସମସ୍ଯା ଅଧିକ ମାତ୍ରା ରେ ଦେଖା ଯାଇଥାଏ । ବିଶେଷ କରି ମହିଳା ମାନଙ୍କ ଠାରେ ପାଦ ଫାଟିବା ବା ଶରୀରର କୌଣସି ଅଂସ ଫାଟିବା ଭଳି ସମସ୍ଯା ଦେଖା ଯାଇଥାଏ । କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି ଶୀତଦିନ ରେ ଶିଶୁ ମାନଙ୍କର ମଧ୍ୟ କିଛି ମାତ୍ରା ରେ ଏହିଭଳି ସମସ୍ଯା ଦକ୍ଷା ଯାଇଥାଏ ।

ତେଣୁ ଆଜି ଆମେ ଆପଣ ମାନଙ୍କୁ ଶୀତଦିନ ରେ ଶିଶୁ ମାନଙ୍କର କିପରି ଯତ୍ନ ନେବାକୁ ପଡିବ ସେହି ବିଷୟରେ ଆଲୋଚନା କରିବାକୁ ଯାଉଛୁ । ସାଧାରଣତ ନବଜାତ ଶିଶୁ ମାନଙ୍କ ଠାରେ ହାଇପୋ ଥରମିୟା ହେବାର ଅଧିକ ଚାନ୍ସ ରହିଥାଏ ।

ଏହି ରୋଗରୁ ପିଲାଙ୍କୁ ସୁରକ୍ଷା ଦେବାକୁ ହେଲେ ନବଜାତ ଶିଶୁକୁ ଯଥେଷ୍ଟ ଉଷ୍ମତା ଦେବାକୁ ପଡିବ । ତେଣୁ ନବଜାତ ଶିଶୁ ଙ୍କୁ ଶୀତଦିନ ରେ ସବୁ ସମୟରେ ଟୋପି, ସ୍ଵେଟର, ମଉଜା ପିନ୍ଧାଇବାକୁ ପଡିବ । ଏହା ସହ ପିଲାକୁ ପ୍ରପରଲି କଟନ କପଡାରେ ଗୁଡାଇ ରଖିବାକୁ ପଡିବ ଯେପରି ତାଙ୍କ ଶରୀର ଗରମ ରହିବ ।

ଏପରି କରିବା ଦ୍ଵାରା ଶରୀରରେ ଯତାହା ସମ୍ଭବ ଉଷ୍ମତା ରହିବା ସହ ପିଲାକୁ ଥଣ୍ଡା ଲାଗିବ ନାହି । ଏହା ବ୍ଯତୀତ ଛୋଟ ପିଲା ମାନେ ଶୀତ ଦିନରେ ଥଣ୍ଡା, ଆକାଶ ବା ଜ୍ଵର ରେ ପୀଡିତ ହୋଇଥାନ୍ତି । ଯାହା ଏକ ଭାଇରାଲ ରୋଗ ହୋଇଥାଏ ।

ବର୍ତ୍ତମାନ କୋରୋନା ମହାମାରୀ ସମୟରେ ଯେଉଁ ସବୁ କୋରୋନା ଗାଇଡ ଲାଇନ ପାଳନ କରା ଯାଉଛି ଏହି କ୍ଷେତ୍ର ରେ ମଧ୍ୟ ତାହା କରିବାକୁ ହେବ । ଯେପରି ଛୋଟ ପିଲାଙ୍କର ଡାଇପର ବାରମ୍ବାର ବଦଳି କରିବା । ସେମାନଙ୍କୁ ସ୍ଵଚ୍ଛ ଓ ପରିଷ୍କାର ପରିଛନ ରଖିବା ।

ତାଙ୍କୁ ଧରିବା ପୂର୍ବ ରୁ ଭଲ ଭାବେ ହ୍ୟାଣ୍ଡୱାସ ବା ସାବୁନରେ ହାତ ଧୋଇ ସାନିଟାଇଜର ଲଗାଇବା । ଏହା ସହ ଶରୀର ରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିବା ପାଇଁ ସୁଷମ ଖାଦ୍ୟ ଖାଇବା ଆବଶ୍ୟକ ରହିଛି । ଶରୀର ର ଇମ୍ୟୁନିଟି ପାୱାର ବୃଦ୍ଧି ପାଇଲେ ଆମ ଶରୀର ରେ ଇନଫେକସନ ମଧ୍ୟ ହେବ ନାହି । ବିଶେଷ କରି ନବଜାତ ଶିଶୁ ମାନଙ୍କର ମା ମାନେ ନିଜର ଅଧିକ କେୟାର ନେବା ଉଚିତ ।

ଯଦି ମା ମାନେ ନିଜର ଭଲ ଭାବେ ଯତ୍ନ ନେବେ ତେବେ ଶିଶୁ ମଧ୍ୟ ସୁସ୍ଥ ରହିବ । ବିଶେଷ କରି ଶୀତଦିନ ରେ ମା ମାନେ ଅଧିକ ପାଣି ରେ କାମ କରିବା ଉଚିତ ନୁହେଁ । ଏହା ଦ୍ଵାରା ପିଲା ମାନଙ୍କୁ ଥଣ୍ଡା, କାଶ ବା ଜ୍ଵର ହେବ ନାହି । ଏହିପରି ଭାବେ ଶିଶୁଙ୍କର କେୟାର ନେବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *