ଶୋଇବା ସମୟରେ ମୁଣ୍ଡ କେଉଁ ଦିଗକୁ ରହିବା ଉଚିତ, ଯଦି ଭୁଲ ଦିଗକୁ ଦେଉଛନ୍ତି ତେବେ ହୋଇଯିବ ଅନର୍ଥ

ଶୋଇବା ଆମ ଦୈନଦିନ କାର୍ଯ୍ୟ ର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ପୁରା ଦିନ ମଣିଷ କାର୍ଯ୍ୟ କରି ରାତିରେ ଶାନ୍ତିରେ ଶୋଇବାକୁ ଭଲ ପାଇଥାଏ । ଶୋଇବା ଦ୍ୱାରା ଆପଣ ମସ୍ତିଷ୍କ ଓ ଶରୀର ର ସୁସ୍ଥ ରହିଥାଏ । ଯଦି ଠିକ ଭାବେ ନିଡ଼ ହୋଇ ନ ଥାଏ ତେବେ ଅନେକ ରୋଗ, ସ୍ୱାସ୍ଥ୍ୟ ଜନିତ ସମସ୍ୟ ଦେଖା ଦେଇ ଥାଏ । ତେବେ ଆମ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୋଇବା ସମୟ କୁ ନେଇ କିଛି ନିୟମ ରହିଛି । ଆପଣ କେଉଁ ଦିଗକୁ ମୁଣ୍ଡ କରି ଶୋଇବା ଉଚିତ ?

ଯଦି ଆପଣ ଉତ୍ତର ଦିଗକୁ ମୁଣ୍ଡ ଓ ଦକ୍ଷିଣ ଦିଗକୁ ଗୋଡ଼ କରି ଶୋଇ ଥାନ୍ତି ତେବେ ଏହା ଅନେକ ଅଶୁଭ ହୋଇ ଥାଏ । କାରଣ ଉତ୍ତର ଦିଗକୁ ମୁଣ୍ଡ କରିବା ଶୋଇବା ମୃତ୍ୟୁ ହେବାର ଆଶଙ୍କା ଦେଇ ଥାଏ । ଉତ୍ତର ଦିଗ ଅନ୍ୟ ସବୁ କ୍ଷେତ୍ର ପାଇଁ ଶୁଭ ହୋଇଥାଏ କିନ୍ତୁ ଶୋଇବା ପାଇଁ ଏହା ଶୁଭ ହୋଇ ନ ଥାଏ ।

ଦକ୍ଷିଣ ଦିଗ ହେଉଛି ଯମ ଙ୍କର ଦିଗ । ତେଣୁ ଯଦି ଆପଣ ସେହି ଦିଗକୁ ଗୋଡ଼ ରଖି ଶୋଇବେ ତେବେ ଆପଣ ଯମ ଦ୍ଵାରକୁ ପାଦ ଦେଇ ଥାଆନ୍ତି । ଯାହାକି ଅଶୁଭ ଅଟେ । ଯେଉଁ ଲୋକ ମୃତ୍ୟୁବରଣ କରିଥାନ୍ତି ସେମାନଙ୍କୁ ଉତ୍ତର ଦିଗକୁ ମୁଣ୍ଡ ଓ ଦକ୍ଷିଣ ଦିଗକୁ ପାଦ କରି ଥାନ୍ତି ।

ଏହା ଛଡା ବୈଜ୍ଞାନିକ ମାନେ ମଧ୍ୟ ଏହି ଦିଗକୁ ମୁଣ୍ଡ କରିବାକୁ ମନା କରି ଥାନ୍ତି । ପୃଥିବୀର ମ୍ୟାଗ୍ନେଟିକ ବଳୟ ରହି ଥାଏ । ଯଦି ଆମେ ଆମେ ଉତ୍ତରକୁ ମୁଣ୍ଡ କରି ଶୋଇବା ତେବେ ଏହି ମ୍ୟାଗ୍ନେଟିକ ର ପ୍ରଭାବ ଆମ ମସ୍ତିଷ୍କ ହୋଇ ଗୋଡ଼ ଆଡେ ପ୍ରଭାହିତ ହୋଇ ଥାଏ ।

ଯାହାକି ଆମ ଶରୀରର ପାଇଁ ଭଲ ନୁହେଁ । ଏହା ଛଡା ଯଦି ଆପଣ ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇ ଥାନ୍ତି ତେବେ ଆପଣଙ୍କ ନଜର ଉତ୍ତର ଆଡ଼କୁ ଖୋଲିଥାଏ ଯାହାକି କୁବେରଙ୍କ ଦିଗ ହୋଇଥାଏ । ତେଣୁ ଆପଣଙ୍କୁ କୁବେରଙ୍କ ଆଶ୍ରିବାଦ ମଧ୍ୟ ମିଳିଥାଏ ।

ଯଦି ଆପଣ ପୂର୍ବ ଦିଗକୁ ମୁଣ୍ଡ ଓ ପଶ୍ଚିମ ଦିଗକୁ ଗୋଡ଼ କରି ଶୋଉଚନ୍ତି ତେବେ ଏହା ଅନୁଚିତ । ପଶ୍ଚିମକୁ ମୁଣ୍ଡ କରି ଶୋଇବା ଦ୍ୱାରା ଆପଣଙ୍କ ଆଖି ପୂର୍ବକୁ ଖୋଲି ଥାଏ ଯାହାକି ଅତ୍ୟନ୍ତ ଶୁଭ ହୋଇ ଥାଏ କାରଣ ପୂର୍ବ ଦିଗରୁ ସୂର୍ଯ୍ୟ ଉଦୟ ହୋଇ ଥାନ୍ତି ।

ତେଣୁ ଏହି ଦିଗକୁ ଶୋଇବା ଉଚିତ ହୋଇ ଥାଏ । ତେଣୁ ସର୍ବଦା ଦକ୍ଷିଣ ବା ପଶ୍ଚିମ ଦିଗ କୁ ମୁଣ୍ଡ କରିବା ଉଚିତ ଓ ଉତ୍ତର ବା ପୂର୍ବ କୁ ଗୋଡ଼ କରିବା ଉଚିତ ।

Leave a Reply

Your email address will not be published. Required fields are marked *