ଆମେ ସମସ୍ତେ ଜାଣିଚୁ ମା ଲାଷ୍ମୀ ହେଉଛନ୍ତି ଧନ ର ଦେବୀ । ତେଣୁ ଆମେ ଅର୍ଥ ଜନିତ ସମସ୍ୟା ଦୂର ପାଇଁ ମା ଲଷ୍ମୀଙ୍କ ପୂଜା ଅର୍ଚ୍ଚନା କରିଥାଉ । କିନ୍ତୁ ଯେକୌଣସି ଦେବୀ ବା ଦେବତା ହେଲେ ମଧ୍ୟ ସେମାନଙ୍କ ପୂଜା ଅର୍ଚ୍ଚନା ର ବିଧି ଭିନ୍ନ ଥାଏ । ତେବେ ବହୁତ ଲୋକଙ୍କ ର ଅଭିଯୋଗ ଥାଏ ବା ପ୍ରଶ୍ନ ଥାଏ କି ସେମାନେ ମା ଲଷ୍ମୀଙ୍କ ର ଯେତେ ପୂଜା ଅର୍ଚ୍ଚନା କଲେ ମଧ୍ୟ ତାଙ୍କ ଘରେ ଆର୍ଥିକ ସମସ୍ୟା ଦୂର ହେଉ ନାହିଁ । ଘରେ କ୍ଳେଶ ଅଶାନ୍ତି ଲାଗି ରହୁଛି ।
ମା ଲାଷ୍ମୀ ସେହି ଘରେ ପ୍ରବେଶ କରୁନାହାନ୍ତି ବା ତାଙ୍କ କୃପା ଦୃଷ୍ଟି ପକାଉ ନାହାନ୍ତି । ତେବେ ମା ଲଷ୍ମୀଙ୍କ ର ପୂଜା ଅର୍ଚ୍ଚନା ସହ ଆପଣଙ୍କୁ କିଛି ଜରୁରୀ କାର୍ଯ୍ୟ ମଧ୍ୟ କରିବାକୁ ପଡିବ । ସାଧାରଣତଃ ଆମେ ବେଳେବେଳେ ଦୈନ ଦିନ ଜୀବନରେ କରୁଥିବା କାର୍ଯ୍ୟରେ କିଛି ଭୁଲ ମଧ୍ୟ କରିଥାଉ ଯାହାକି ଶାସ୍ତ୍ରରେ କରିବା ବାରଣ ଅଟେ ।
ତେବେ ମା ଲଷ୍ମୀ ଓ ତାଙ୍କର ଭଉଣୀ ଅଲଷ୍ମୀ ଏହା ଆମେ ଜାଣିଚୁ । ମା ଲଷ୍ମୀ ଓ ତାଙ୍କ ଭଉଣୀ ଦିନରେ ୨ଥର ଭ୍ରମଣ କରିଥାନ୍ତି । ତାଙ୍କ ଭ୍ରମଣ କରିବା ସମୟ ହେଉଛି ସକାଳ ୫.୩୦ ରୁ ୭.୩୦ ଓ ସନ୍ଧ୍ୟା ୫.୩୦ ରୁ ୭.୩୦ ।
ଏହି ସମୟ ରେ ଯେଉଁ ଘର ମା ଲଷ୍ମୀଙ୍କ ପସନ୍ଦ ହୁଏ ସେ ସେହି ଘରେ ପ୍ରବେଶ କରନ୍ତି ଓ ଅଳଷ୍ମୀଙ୍କୁ ଯେଉଁ ଘର ଭଲ ଲାଗେ ସେ ସେହି ଘରେ ପବେଶ କରନ୍ତି । ଏହି ସମୟ ମଧ୍ୟରେ ଶାସ୍ତ୍ରରେ କିଛି କାର୍ଯ୍ୟ ବର୍ଣିତ ଅଛି ଯାହା କରିବା ଦ୍ୱାରା ମା ଲଷ୍ମୀ ଘରକୁ ପ୍ରବେଶ ନ କରି ଅଳଷ୍ମୀ ପ୍ରବେଶ କରିଥାନ୍ତି ।
ତେବେ ଏହି ସମୟ ମଧ୍ୟରେ ଆପଣ କେବେବି ଘର ପରିଷ୍କାର କରିବେ ନାହିଁ ବରଂ ଏହି ସମୟ ପୂର୍ବରୁ ଘର ପରିଷ୍କାର କରି ରଖିବେ । ଘର ଆଗରେ ସୁନ୍ଦର ରଙ୍ଗୋଲି ବା କୌଣସି ଶୁଭ ଚିତ୍ର ଆଙ୍କିବା ଦ୍ୱାରା ମା ଲଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଏହି ସମୟ ମଧ୍ୟରେ କେବେବି କାହାକୁ ଧାର ଦେବେ ନାହିଁ କି ଆଣିବେ ନାହିଁ । ଏହି ସମୟରେ ଚଉରା ମୂଳରେ ଦୀପ ଜଳାଇ ରଖିବେ ।
ଏହି ସମୟରେ ଆପଣ ଘରେ କୌଣସି ପର ଚର୍ଚ୍ଚା ବା କଳି ଝଗଡା କରିବେ ନାହିଁ । ଏହି ସମୟରେ ଯଦି ଆପଣଙ୍କର ଦୋକାନ ଅଛି ତେବେ ଏହି ସମୟରେ ଆପଣ ଦୋକାନରେ ଯେଉଁ ଦେବଦେବୀଙ୍କୁ ରଖିଛନ୍ତି ତାଙ୍କ ପୂଜା କରି କୌଣସି ମିଠା ଭୋଗ କରି ଏହାକୁ ଖାଇନେବେ ଓ ବାକି ମିଠା ବାଣ୍ଟିଦେବେ । ଏହି ସମୟରେ ନାରୀ ଓ ପୁରୁଷ ଉଭୟ ଶୋଇବା ଉଚିତ ନୁହେଁ ।
ଏହା ଦ୍ୱାରା ମା ଲାଷ୍ମୀ କ୍ରୋଧ କରନ୍ତି । ଏହି ସମୟରେ ଆପଣ ଭଗବାନଙ୍କ ପୂଜା ନ କରିବା ପର୍ଯ୍ୟନ୍ତ କିଛି ବି ଖାଦ୍ୟ ଖାଇବା ଉଚିତ ନୁହେଁ । ଏହି ସମୟରେ ଆପଣ ଯଦି ଏହି ଭଳି କାର୍ଯ୍ୟ କରନ୍ତି ତେବେ ମା ଲଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ ଓ ଆପଣଙ୍କ ଘରେ ସୁଖ ଶାନ୍ତି ଓ ଧନ ଆଦି ପୂର୍ଣ୍ଣ କରିବେ ।