ହିନ୍ଦୁ ଧର୍ମ ଅନୁଯାୟୀ ସୋମବାର କୁ ଭଗବାନ ଶିବଙ୍କର ବାର ଭାବେ ମାନା ଯାଇଥାଏ । ଏହି ଦିନ ଭଗବାନ ଶିବଙ୍କର ପୂଜା, ବ୍ରତ ଓ ଆରାଧନା କରୁଥିବା ବ୍ୟକ୍ତି ଜୀବନରେ ବହୁତ ଉନ୍ନତି କରିଥାନ୍ତି । ସେମାନଙ୍କର ସାରା ଜୀବନ ବହୁତ ଖୁସି ରେ ବ୍ଯତୀତ ହୋଇଥାଏ । ପୁରୁଷ ବା ନାରୀ ଭକ୍ତି ସହକାରେ ଭଗବାନ ଶିବଙ୍କୁ ସ୍ମରଣ କରିଲେ ତାଙ୍କର ଇଚ୍ଛା ଅନୁଯାୟୀ ପ୍ରଭୁ ପୂରଣ କରିଥାନ୍ତି । ଏହା ସହ ଶୁଭ କାମରେ ଆସୁଥିବା ସବୁ ବାଧା ଦୂର କରିଥାନ୍ତି ମହାଦେବ । ସୋମବାର ଦିନ ଏମିତି କେଉଁ ଉପାୟ କରିଲେ ଇଚ୍ଛା ଅନୁଯାୟୀ ଫଳ ମିଳିଥାଏ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।
ଯେଉଁ ଝିଅ ମାନଙ୍କର ବିବାହ ଜନିତ ବାଧା ସୃଷ୍ଟି ହେଉଛି ସେମାନେ ମହାଦେବଙ୍କ ପୂଜା କରିବା ଦ୍ଵାରା ବିବାହ ସମସ୍ଯା ଦୂର ହୋଇଥାଏ । ଶିବଲିଙ୍ଗରେ ଜଳାଭିଷେକ କରିଲେ ଭଗବାନ ଶିବ ବହୁତ ଜଲ୍ଦି ପ୍ରସନ୍ନ ହୋଇଥାନ୍ତି । ଏହି ବ୍ୟକ୍ତି ଜୀବନରେ ଅନେକ ସଫଳତା ହାସଲ କରିଥାନ୍ତି । ଭଗବାନ ଶିବଙ୍କ ପୂଜା କରିବା ଦ୍ୱ୍ରାଡ଼ା ଇଚ୍ଛା ଅନୁଯାୟୀ ସବୁ ପୂରଣ ହେବା ସହ ଜୀବନରେ ନାକାରାତ୍ମକତା ଦୂର ହୋଇଥାଏ । ଏହା ସହ ମହାଦେବଙ୍କର କୃପା ଲାଭ ହୋଇଥାଏ । ଭଗବାନ ଭୋଳାନାଥ ସ୍ବଭାବରେ ବହୁତ ଭୋଳ ହୋଇଥାନ୍ତି ।
ସେ ଭକ୍ତଙ୍କ ଦ୍ଵାରା କରାଯାଇଥିବା ସ୍ମରଣ ମାତ୍ରେ ହିଁ ପ୍ରସନ୍ନ ହୋଇଥାନ୍ତି ଓ ଭକ୍ତଙ୍କ ଜୀବନକୁ ସଫଳ କରିଥାନ୍ତି । ଶିବଲିଙ୍ଗ ଉପରେ ସୋମବାର ଦିନ ଜଳ ଓ କ୍ଷୀର ଅର୍ପଣ କରିଲେ ପୁରୁଷ ବା ନାରୀ ଜୀବନରେ ବହୁତ ଜଲ୍ଦି ବିବାହର ଯୋଗ ବନିଯାଏ । ମହାଦେବଙ୍କୁ କ୍ଷୀରରେ କେସର ମିଶାଇ ଅର୍ପଣ କରିଲେ ଦୁର୍ଭାଗ୍ଯର ନାସ ହୁଏ । ଭାଗ୍ୟରେ ସାକାରାତ୍ମକତା ଆସିଥାଏ ।
ଜୀବନରେ ଯାହା ବି ଦୁଖ କଷ୍ଟ ରହିଥାଏ ତାହା ଧୀରେ ଧୀରେ ଦୂର ହେବକୁ ଲାଗିଥାଏ । ସୋମବାର ଦିନ ଭଗବାନ ଶିବଙ୍କୁ ମାନେ ମାନେ ସ୍ମରଣ କରି ମାଛ ମାନଙ୍କୁ ଅଟା ର ଗୁଳା ଖାଇବାକୁ ଦେଲେ ଜୀବନରେ ଧନ ପ୍ରାପ୍ତି ର ମାର୍ଗ ଖୋଲିଯାଏ ।
ସୋମବାର ଦିନ ଶିବଲିଙ୍ଗ ଉପରେ ବେଲପତ୍ର ଚଢାଇବା ଦ୍ଵାରା ଭଗବାନ ଶଙ୍କର ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି ଓ ଭକ୍ତଙ୍କ ଜୀବନରେ ଖୁସି ଅଜାଡି ଦେଇଥାନ୍ତି । ସୋମବାର ଦିନ ଶିବଲିଙ୍ଗ ଆଗରେ ଦେଶୀ ଘିଅ ର ଦୀପ ଜଳାଇବା ସହ ଶିବ ଚାଳିଶାର ପାଠ କରିଲେ ଶୁଭ ହୋଇଥାଏ । ପିତୃ ପୁରୁଷଙ୍କ ଆତ୍ମାର ଶାନ୍ତି ପାଇଁ ସୋମବାର ଦିନ ଗାଈକୁ ରୋଟି ଓ ସବୁଜ ଘାସ ଖାଇବାକୁ ଦିଅନ୍ତୁ ।
ଏହି ସବୁ ଉପାୟମାନ ମାନ ସୋମବାର ଦିନ କରିବା ଦ୍ଵାରା ମହାଦେବ ପ୍ରସନ୍ନ ହେବ ସହ ମନ ମୁତାବକ ଫଳ ଦେଇଥାନ୍ତି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।