ସୋମବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି 5ଟି କାର୍ଯ୍ୟ, ନଚେତ ହୋଇଯିବ ସର୍ବନାଶ!

ନମସ୍କାର ବନ୍ଧୁଗଣ, ଆମର ଜୋତିଶ ଶାସ୍ତ୍ର ଏବଂ ବାସ୍ତୁ ଶାସ୍ତ୍ରରେ ଏହି ସୃଷ୍ଟିରେ ଘଟୁଥିବା ବଡ ବଡ ଘଟଣାର ସମ୍ବନ୍ଧ ଆମ ଜୀବନ ସହିତ ଯୋଡି ହୋଇଥାଏ । ଏବଂ କିଛି ବିଶିଷ୍ଟ ଗଣନା ମାନଙ୍କ ଆଧାରରେ ଏହି ଘଟଣା ଆମ ଜୀବନରେ କଣ ପ୍ରଭାବ ପକାଇଥାଏ ଏହାର ଅନୁମାନ କରାଯାଇଥାଏ । ତେଣୁ କେଉଁ ଦିନ କେଉଁ କାମ କରିବା ଉଚିତ ତାହା ଜାଣିବା ଆବଶ୍ୟକ । ତେବ ଆଜି ଆମେ ଆପଣ ମାନଙ୍କୁ ସୋମବାରରରେ କେଉଁ କାର୍ଯ୍ୟ କରିବା ଉଚିତ ଓ ଅନୁଚିତ ତାହା ବିଷୟରେ ଜଣେଇବାକୁ ଯାଉଛୁ । ସୋମବାର ଦିନଟି ଶିବଙ୍କ ବାର ବୋଲି ମନାଯାଏ ।

ପ୍ରଥମ: ସୋମବାର ଦିନ ମାଂସ ଖାଇବା ଅନୁଚିତ ଅଟେ । ଏହିଦିନ ଭଗବାନ ଶିବଙ୍କ ବ୍ରତ କରି ସ୍ଵସ୍ତିକ ଆହାର ଯେମିତିକି କ୍ଷୀର, ଦହି, ଫଳ ଖାଇବା ଉଚିତ ।

ଦିତୀୟ: କଳା ରଙ୍ଗର ବସ୍ତ୍ର ସୋମବାର ଦିନ ବିଲକୁଲ ପିନ୍ଧନ୍ତୁ ନାହିଁ । ଧ୍ୟାନ ରଖନ୍ତୁ ଏହି ଦିନ କଳା ବସ୍ତ୍ର ପିନ୍ଧି ଶିବ ମନ୍ଦିର ବିଲକୁଲ ଯାଅନ୍ତୁ ନାହିଁ ଏବଂ ମହିଳା ମାନେ ସୋମବାର ଦିନ ମୁଣ୍ଡ ଚୁଟି ଧୋଇବା ଉଚିତ ହୋଇ ନଥାଏ ।

ତୃତୀୟ: ସୋମବାର ଦିନ ଅନ୍ୟର ଅପମାନ କରନ୍ତୁ ନାହିଁ । ଗାଳି ଗୁଲଜ କରନ୍ତୁ ନାହିଁ । ଦୁବ୍ୟବହାର, ଅତ୍ୟାଚାର, ବିଶ୍ଵାସଘାତକ ଓ ଝଗଡା ଏହିସବୁ କରିବା ଅନୁଚିତ ଅଟେ । ଭଗବାନ ଶିବଙ୍କ କ୍ରୋଧରୁ ବଞ୍ଚିବା ପାଇଁ ବିଶେଷ କରି କୌଣସି ଅନୈତିକ କାମ କରନ୍ତୁ ନାହିଁ ।

ଚତୁର୍ଥ: ଭଗବାନ ଶିବଙ୍କ ପୂଜା ସହିତ ନନ୍ଦୀ ମହାରାଜାଙ୍କ ପୂଜା ଜରୁରୀ ଅଟେ । ଏଥିପାଇଁ ସୋମବାର ଦିନ ନନ୍ଦୀ ମହରାଜାଙ୍କୁ ପୂଜା କରି ଚୁପ ଚାପ ତାଙ୍କ ଡାହାଣ କାନରେ ଆପଣଙ୍କ ମନର ମନସ୍କାମନା ନିଶ୍ଚୟ କହିଦିଅନ୍ତୁ । ଦେଖିବେ ଆପଣଙ୍କର ଯାହା ବି ମନସ୍କାମନା ଅଛି ତାହା ଜଲ୍ଦି ପୂରଣ ହୋଇଯିବ । ଭଗବାନ ଶିବ ପଶୁ ପ୍ରିୟା ଅଟନ୍ତି । ତେଣୁ ସୋମବାର ଦିନ ୪ ଗୋଡ ଥିବା କୌଣସି ବି ପଶୁକୁ ବାଡାନ୍ତୁ ନାହିଁ ବା ଦୁବ୍ୟବହାର କରନ୍ତୁ ନାହିଁ । ସେମାନଙ୍କୁ ଆଦର କରନ୍ତୁ, ଖାଇବାକୁ କିଛି ଦିଅନ୍ତୁ । ଏବଂ ସେମାନଙ୍କୁ ନମସ୍କାର କରନ୍ତୁ ।

ପଞ୍ଚମ: ନିତ୍ୟ ପୂଜା କରିବା ସମୟରେ ଧ୍ୟାନ ରଖିବେ ଭଗବାନ ଶିବଙ୍କୁ କେତକୀ ଫୁଲ, କୁମକୁମ, ତୁଲସୀ ପତ୍ର, ଖଣ୍ଡିତ ବେଲ ପତ୍ର ଭୁଲରେ ବି ଚଢାନ୍ତୁ ନାହିଁ । ଏବଂ ଶଙ୍ଖରେ ଜଳ ଅର୍ପଣ କରନ୍ତୁ ନାହିଁ । ଯଦି ଆପଣଙ୍କୁ ଭଗବାନ ଶିବଙ୍କ କୃପା ପାଇବାର ଅଛି, ଜୀବନରୁ କଷ୍ଟକୁ ଦୂର କରିବାର ଅଛି ବା ଆପଣ କୌଣସି କଥାକୁ ନେଇ ଡରୁଛନ୍ତି ତେବେ ସୋମବାର ଦିନ ମହା ମୃତୁଞ୍ଜୟ ମନ୍ତ୍ର ଜପ କରନ୍ତୁ । ସୋମବାର ଦିନ କୌଣସି ସାଧୁ ବା ଭିକାରି ଆସିଲେ ତାଙ୍କୁ ଖାଲି ହାତରେ ଫେରାନ୍ତୁ ନାହିଁ । ଯଦି ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗେ ତେବ ଲାଇକ, ସେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *