ସୋମାଲିନ୍ ଙ୍କ ଶାଶୁ ସୋମାଲିନ୍ ଙ୍କୁ କୋଳରେ ବସେଇ କହିଲେ ତୁ ମୋ ବୋହୂ ନୁହଁ ତୁ ମୋ..

ଓଲିଉଡ ଫିଲ୍ମ ଓ ସିରିଏଲ ଦୁନିଆରେ ଆଜିକାଲି ବହୁତ କଳାକାର କାମ କରୁଛନ୍ତି । ଏମାନଙ୍କ ମଧ୍ୟରେ କିଛି କଳାକାର ନାଁ କରୁଛନ୍ତି ତ କିଛି କଳାକାର ଭିଡ ମଧ୍ୟରେ ହଜି ଯାଉଛନ୍ତି । କିଛି କଳାକାର ତ ବହୁତ ଅଳ୍ପ ସମୟ ମଧ୍ୟରେ ନାଁ କରି ଯାଉଛନ୍ତି । ଏଥିପାଇଁ ଏମାନଙ୍କୁ ସୋସିଆଲ ମିଡିଆ ବି ସାହାର୍ଯ୍ୟ କରୁଛି । ଆଜିକାଲି ପ୍ରାୟତଃ ସବୁ କଳାକାର ସୋସିଆଲ ମିଡିଆରେ ଏକ୍ଟିବ ରହୁଛନ୍ତି । ସେମାନେ ନିଜର ପ୍ରତି ମୂହୁର୍ତ୍ତର ଫଟୋ ଓ ଭିଡିଓ ଶେୟାର କରିଥାନ୍ତି ।

ଯାହାକୁ ଦର୍ଶକମାନେ ଖୁବ ପସନ୍ଦ ବି କରନ୍ତି । ଆଜି ଆମେ ଆପଣଙ୍କ ପାଇଁ ଏହିଭଳି ଏକ ଅଭିନେତ୍ରୀଙ୍କ ଭିଡିଓ ନେଇ ଆସିଛୁ । ଯାହାକି ବହୁତ ଭାଇରାଲ ହେବା ସହ ଦର୍ଶକମାନଙ୍କୁ ବି ଏହା ବହୁତ ଭଲ ଲାଗୁଛି ।ଆପଣ ଜାଙ୍କଲିନ ସୋମାଲିନଙ୍କୁ ଜାଣିଥିବେ ।

ଯିଏକି ବର୍ତ୍ତମାନ ସିରିଏଲ ଦୁନିଆର ଜଣେ ଆଗ ଧାଡିର ଅଭିନେତ୍ରୀ ଅଟନ୍ତି । ତାଙ୍କୁ ଆପଣ କେତେକ ସିରିଏଲରେ ମୁଖ୍ୟ ଅଭିନେତ୍ରୀ ରୂପରେ ଦେଖିଥିବେ । ସେ ନିଜର ଦମଦାର ଓ ଚୂଳବୁଲି ଅଭିନୟ କାରଣରୁ ଦର୍ଶକମାନଙ୍କ ମନକୁ କିଣି ନେଇଛନ୍ତି ।

ସେଥିପାଇଁ ତାଙ୍କର ଫ୍ୟାନମାନେ ତାଙ୍କୁ ସୋସିଆଲ ମିଡିଆରେ ବି ଫଲୋ କରୁଛନ୍ତି । ଜାଙ୍କଲିନ ସୋମାଲିନ ସୋସିଆଲ ମିଡିଆରେ ପ୍ରାୟତଃ ନିଜର କୌଣସି ନା କୌଣସି ଭିଡିଓ କିମ୍ବା ଫଟୋ ଶେୟାର କରିଥାନ୍ତି । ଯେଉଁଥିରେ ସେ ଡାନ୍ସ କରୁଥିବାର ନଜର ଆସନ୍ତି । ସେ ନିଜର ପରିବାର ସହ ସମୟ ବିତାଉଥିବାର କିଛି ମୁହୂର୍ତକୁ କ୍ୟାମେରାରେ କଏଦ କରି ଶେୟାର କରିଥାନ୍ତି ।

ତାଙ୍କର ଏକ ଭିଡିଓ ସାମ୍ନାକୁ ଆସୁଛି । ଯେଉଁଥିରେ ସେ ନିଜର ଶାଶୁ କୋଳରେ ବସିଛନ୍ତି ଓ ତାଙ୍କର ଶାଶୁ ଛୋଟ ଝିଅ ଭଳି ତାଙ୍କୁ ଖେଳାଉଛନ୍ତି । ଏଥିରେ ଆପଣ ଶାଶୁ ଓ ବୋହୁର ଜବରଦସ୍ତ ଯୋଡିକୁ ଦେଖି ପାରିବେ । ଦୁଇ ଜଣ ଦୁଇ ଜଣଙ୍କୁ ପାଇ ବହୁତ ଖୁସି ନଜର ଆସୁଛନ୍ତି । ଦୁଇ ଜଣଙ୍କ ମୁହଁରେ ହସ ବି ଦେଖା ଯାଉଛି । ଏତିକି ନୁହେଁ ଦୁଇ ଜଣ ପରସ୍ପରକୁ ଗେଲ କରୁଛନ୍ତି ଓ ସେମାନେ କୌଣସି ଗୋଟିଏ ଗୀତ ନାଚିବାର ନଜର ଆସୁଛନ୍ତି । ଜଣା ପଡୁଛି କି ଜାଙ୍କଲିନ ସୋମାଲିନଙ୍କ ଶାଶୁ ସହ ତାଙ୍କର ନିବିଡ ସମ୍ପର୍କ ଅଛି ।

Leave a Reply

Your email address will not be published. Required fields are marked *