ଶ୍ରାବଣ ମାସରେ ଏହି 5 ଟି ଭୁଲ କରିଲେ ଘର ପରିବାର ହେବ ସର୍ବନାଶ, ଭୁଲରେ ବି କରନ୍ତୁ ନାହିଁ ଏହି କାମ

ଶ୍ରାବଣ ମାସକୁ ଖୁବ ପବିତ୍ର ଭାବେ ମାନା ଯାଇଛି । ଧାର୍ମିକ ଅନୁଯାୟୀ ଏହି ମାସ ଭଗବାନ ଶିବଙ୍କୁ ସମର୍ପିତ ହୋଇଥାଏ । ଏହି ମାସରେ ବହୁତ ପର୍ବ ପର୍ବାଣି ମଧ୍ୟ ପାଳନ କରାଯାଇ ଥାଏ । ଶାସ୍ତ୍ର ଅନୁଯାୟୀ ଏହି ମାସ ପ୍ରତେକ ବ୍ୟକ୍ତିଙ୍କ ପାଇଁ ବିଶେଷତା ରହିଛି । ଏହି ମାସରେ ଧର୍ମ କର୍ମ ଭଳି ଶୁଭ କାମ କରାଯାଏ । ଏହି ମାସରେ ଭଗବାନ ଶିବଙ୍କ ଉପାସନା କରିଲେ ଶୁଭ ଫଳ ପୂରଣ ହୋଇଥାଏ । ଶ୍ରାବଣ ମାସର ସୋମବାର ବ୍ରତ କରାଯିବା ସହ କଉଡିଆ ଯାତ୍ରା ମଧ୍ୟ କରାଯାଏ । କିନ୍ତୁ କେଉଁ ସବୁ କାମ କରିଲେ ସର୍ବନାଶ ହୋଇଥାଏ ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

୧- ଏହି ଶ୍ରାବଣ ମାସଟି ଭକ୍ତିର ମାସ ହୋଇଥାଏ । ଶ୍ରାବଣ ମାସରେ ଆମିଷ ଭୋଜନ କରିବା ଦ୍ଵାରା ମହାଦେବ କୋପିତ ହୋଇଥାନ୍ତି । ତେଣୁ ଏହି ମାସରେ ଆମିଷ ବର୍ଜନ ହୋଇଥାଏ ।

୨- ଶ୍ରାବଣ ମାସରେ ପିଆଜ ରସୁଣ ଖାଇବା ଅନୁଚିତ । ଶାସ୍ତ୍ର ଅନୁଯାୟୀ ରାହୁଙ୍କ ଗଳା କୁ ଶ୍ରୀ ବିଶୁଣୁ ଚକ୍ର ଦ୍ଵାରା ଦୁଇ ଖଣ୍ଡ ଖଣ୍ଡନ କରିଥିଲେ । ସେହି ସମୟରେ ରାହୁଙ୍କ ଗଳା ରୁ ବାହାରିଥିବା ରକ୍ତରୁ ପିଆଜ ଓ ରସୁଣର ଉତପତି ହୋଇଥିଲା । ଏଣୁ ଏହି ପିଆଜ ରସୁଣକୁ ଆମିଷ ଭାବେ କୁହାଯାଏ ।

୩- ଏହି ଶ୍ରାବଣ ମାସରେ ଚୁଟି, ଦାଢି, ନଖ ଆଦି କାଟିବା ଦ୍ଵାରା ଭଗବାନ ଶିବଙ୍କର କୋପର ଦ୍ରୁଷ୍ଟି ପଡିଥାଏ । ଯାହା ଦ୍ଵାରା ଅନେକ ପ୍ରକାରର ଅନିଷ୍ଟ ହୋଇଥାଏ ।

୪- ଶ୍ରାବଣ ମାସ ଅତି ପବିତ୍ର ମାସ ହୋଇ ଥିବାରୁ ଏହି ମାସରେ ଶରୀରରେ ତେଲ ଲାଗିବା ନିଷେଧ ହୋଇଥାଏ । ଯେଉଁ ଏମାନେ ଏହାକୁ ଅବମାନନା କରିଥାନ୍ତି ସେମାନେ ମହାଦେବଙ୍କ କୃପାରୁ ବଞ୍ଚିତ ହୋଇଥାନ୍ତି ।

୫- ଶ୍ରାବଣ ମାସ ଟି ପବିତ୍ର ମାସ ହୋଇ ଥିବାରୁ ଏହି ମାସର ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ସ୍ନାନ କାମ ସାରି ଶିବଙ୍କର ପୂଜା କରିବା ବା ଅଭିଷେକ କରିବା ଉଚିତ । ଏମିତି କରିଲେ ମହାଦେବଙ୍କ କୃପା ମିଳିଥାଏ । ଯିଏ ସୂର୍ଯ୍ୟ ଉଦୟ ପରେ ବା ଦିନ ବେଳେ ସୋଇଥାଏ ସେମାନଙ୍କ ଉପରେ ମହାଦେବେ କୋପିତ ହୋଇଥାନ୍ତି । ଏହି 5ଟି ବ୍ୟତୀତ ଆହୁରି ମଧ୍ୟ 3ଟି କାମ ଅଛି ଯାହା କରିବା ଅନୁଚିତ ।

ସେଗୁଡିକ ହେଲା : ବିବାହ କରିବା ଓ ଶାରୀରିକ ସମ୍ପର୍କ ରଖିବା ଶ୍ରାବଣ ମାସରେ ବ୍ୟକ୍ତି ପାଇଁ ନିଷେଧ ଅଟେ । ଏହି ମାସରେ ସ୍ଵାମୀ ସ୍ତ୍ରୀ ସହବାସ କରିଲେ ପାପ ଲାଗିଥାଏ । ଅନିଷ୍ଟ, ଦୁଖ କଷ୍ଟର କାରଣ ହୋଇଥାଏ । ଏହି ଶ୍ରାବଣ ମାସଟି ଭଗବାନ ଶିବଙ୍କର ହୋଇ ଥିବାରୁ କ୍ଷୀରରେ ଅଭିଷେକ କରା ଯାଇଥାଏ । କ୍ଷୀରରେ ତିଆରି ଛେନା ବା ଦହି ଆଦି ଖାଇ ପାରିବେ ।

କିନ୍ତୁ ସଂପୂର୍ଣ୍ଣ କ୍ଷୀର ସେବନ କରିବା ଶ୍ରାବଣ ମାସରେ ନିଷେଧ ହୋଇଥାଏ । ଶ୍ରାବଣ ଓ କାର୍ତ୍ତିକ ମାସରେ ବାଇଗଣ ସେବନ ନିଷେଧ ହୋଇଥାଏ । ଏହାର କାରଣ ଶାସ୍ତ୍ରରେ ଉଲେଖ ନ କରାଯାଇ ଥିଲେ ମଧ୍ୟ ବାଇଗଣ ଖାଇବା ନିଷେଧ କରାଯାଇଛି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *