ଶ୍ରୀ ଗଣେଶଙ୍କ ଫଟୋ ଘରର କେଉଁ ସ୍ଥାନରେ ରଖିଲେ ବଢିଥାଏ ଧନ ? Vastu Shastra

ନମସ୍କାର ବନ୍ଧୁଗଣ । କଣ ଆପଣ ଜାଣିଛନ୍ତି ଘରର କେଉଁ ଜାଗା ମାନଙ୍କରେ ଭଗବାନ ଗଣେଶଙ୍କର ଫଟୋ କିମ୍ବା ମୂର୍ତ୍ତି ରଖିଲେ, ଆପଣଙ୍କୁ ଶୁଭ ପ୍ରାପ୍ତି ହୋଇଥାଏ ଏବଂ ଆପଣଙ୍କର ଧନ ପ୍ରାପ୍ତି ହୋଇଥାଏ । ଯଦି ଆପଣଙ୍କ ଘରେ କିଛି ନା କିଛି ଅସୁବିଧା ଲାଗି ରହୁଥାଏ ତେବେ ଆପଣଙ୍କ ଘରେ ବାସ୍ତୁ ଦୋଷ ରହିଥାଇପରେ । ଆପଣମାନେ ଚାହିଁଲେ ସବୁ ପ୍ରକାର ବାସ୍ତୁ ଦୋଷ ଦୂର ହେଇପାରିବେ । ସେଥିପାଇଁ ଆପଣଙ୍କୁ କିଛି କର୍ମ କରିବାକୁ ପଡିବ । ଏହା କରିବା ଦ୍ଵାରା ବାସ୍ତୁ ଦୋଷ କଟିବା ସହିତ ସକାରାତ୍ମକ ଊର୍ଜା ସୃଷ୍ଟି ହେବ ଏବଂ ନକରାତ୍ମକ ଶକ୍ତିର କ୍ଷୟ ଘଟିବ ।

ଆପଣଙ୍କ ଘରର ମୁଖ୍ୟ ଦ୍ଵାର ଉପରେ ଯଦି ଭଗବାନ ଗଣେଶଙ୍କ ମୂର୍ତ୍ତି କିମ୍ବା ଫଟୋ ଆଣି ରଖିବେ ଏବଂ ଯେତେବେଳେ କୌଣସି ଜାଗାକୁ ଯାଉଛନ୍ତି । ସେତେବେଳେ ଭଗବାନ ଗଣେଶକୁ ଦର୍ଶନ କରିକି ଯିବେ । ଏହା କରିବା ଦ୍ଵାରା ଆପଣଙ୍କ ମଙ୍ଗଳ ହେବା ସହିତ ଯିଏ ବି ଆପଣଙ୍କ ଘରକୁ ଆସିବ ତାର ପ୍ରଥମ ନଜର ସେହି ଗଣେଶ ଫଟୋ ଉପରେ ହିଁ ପଡିବ । ଏବଂ କୌଣସି ପ୍ରକାର ଖରାପ ନଜର ଆପଣଙ୍କ ଘର ଉପରେ ପଡିବ ନାହିଁ ।

ଗୃହକୁ କୌଣସି ନକରାତ୍ମକ ଶକ୍ତି ପ୍ରବେଶ କରିପାରିବ ନାହିଁ । ଘରର ମୁଖ୍ୟ ଦ୍ଵାରର ଠିକ ପଛ ପଟେ ପଞ୍ଚମୁଖୀ ଫଟୋ ଲଗାନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ସଂପୂର୍ଣ୍ଣ ଘରର ବହୁତ ହିଁ ଶୁଭ ରହିବ । ସମସ୍ତ ଖୁସି ଖବର ପ୍ରାପ୍ତ ହେବ । ଘରେ ଯେତେ ପ୍ରକାର ବାସ୍ତୁ ଦୋଷ ଥିବ ତାହା ସଂପୂର୍ଣ୍ଣ ଭାବରେ କଟିଯିବ । ଘରେ ସକାରାତ୍ମକ ଶକ୍ତିର ବିକାଶ ଘଟିବ । ଘରେ ଧନର ବୃଦ୍ଧି ହେବ ।

ବାସ୍ତୁ ଶାସ୍ତ୍ରରେ ଏହା ମଧ୍ୟ କୁହା ଯାଇ ଅଛିକି, ଘରର ମଝି ଭାଗରେ ଥିବା ହଲରେ ଯଦି ଆପଣ ମାଛ ଫଟୋ ଆଣିକି ଲଗେଇବେ । ଅଥବା ଯଦି ଯୋଡା ମାଛ ଥିବା ଫଟୋ ଲଗାଇବେ । ଏହା କରିବା ଦ୍ଵାରା ଘରର ଶୁଭ ହୋଇଥାଏ । ଗୃହରେ ଆକ୍ଵାରିଆମ ମଧ୍ୟ ଲଗାଇପାରିବେ । ଏହା ଦ୍ଵାରା ସବୁ ପ୍ରକାର ପଜିଟିଭ ଖବର ଶୁଣିବାକୁ ମିଳିବ । ଏହା ଦ୍ଵାରା ଆପଣଙ୍କ ମନ ଖୁସି ରହିବା ସହିତ ଚିତ୍ତ ପ୍ରସନ୍ନ ରହିବ । ଅଧୁରା ରହିଥିବା ସମସ୍ତ କାର୍ଯ୍ୟ ମଧ୍ୟ ପୂରଣ ହେବ ।

ଯଦି ଏହି ସବୁ କାର୍ଯ୍ୟ ଗୁଡିକ ଆପଣଙ୍କ ଘରେ କରିବେ । ଆପଣଙ୍କର ତଥା ଆପଣଙ୍କର ପରିବାରର ମଙ୍ଗଳ ହେବା ସହିତ ସବୁ କିଛି ଠିକ ଚାଲିବ । ଘରେ ଅଶାନ୍ତିର ପରିବେଶ ସୃଷ୍ଟି ହେବ ନାହିଁ । ଘର ପରିବାରରେ ଖୁସିର ମାହୋଲ ଦେଖିବାକୁ ମିଳିବ । ଯଦି ଏହି ପୋଷ୍ଟଟି ଆପଣଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ପେଜକୁ ଲାଇକ୍ କରିବା ସହିତ କମେଣ୍ଟ କରିକି ନିହାତି ଭାବରେ ମତାମତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *