ଶ୍ରୀ କୃଷ୍ଣ କହିଛନ୍ତି ଶରୀରରେ ଏହି 7ଟି ଚିହ୍ନ ଦେଖିଲେ ଜାଣିବେ ବ୍ୟକ୍ତି ପୂର୍ବ ଜନ୍ମରେ ନର୍କ ଭୋଗ କରିଥିଲା – Garuda Purana

ନମସ୍କାର ବନ୍ଧୁଗଣ, ଦୁନିଆରେ କିଛି ଲୋକ କୁହନ୍ତି ପୂର୍ବ ଜନ୍ମର କର୍ମ ଫଳ ଏ ଜନ୍ମରେ ଭୋଗନ୍ତି । ତେଣୁ ସବୁବେଳେ ସୁକର୍ମ କରନ୍ତୁ ଜୀବନରେ । ସମସ୍ତ ବ୍ୟକ୍ତିଙ୍କ ଇଚ୍ଛା ଥାଏ ନିଜ ପୂର୍ବ ଜନ୍ମ ବିଷୟରେ ଜାଣିବା ପାଇଁ ।କିନ୍ତୁ ଏହା ତ ଅସମ୍ଭବ ଭାବି ରାହିଯାନ୍ତି । କିନ୍ତୁ ଆଜି ଆମେ ଆପଣ ମାନଙ୍କର ସେହି ଇଚ୍ଛାକୁ ପୂରଣ କରିବାକୁ ଯାଉଛୁ । କିଭଳି ଆପଣ ନିଜ ଶରୀରରେ ଥିବା ଚିହ୍ନରୁ ଜାଣିବେ ପୂର୍ବ ଜନ୍ମରେ ଆପଣ ନର୍କ ଭୋଗ କରିଥିଲେ କି ନାହିଁ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ସମ୍ପୂର୍ଣ ଭାବରେ ।

ଏହିସବୁ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଗରୁଡ ପୁରାଣରେ ହିଁ ଉଲ୍ଲେଖ ରହିଛି । ପ୍ରଥମ: ଯଦି କୌଣସି ମଣିଷ ପୂର୍ବ ଜନ୍ମ ବହୁତ ମିଛ କହି ଧନ କମେଇଥାଏ ତେବେ ସେହି ବ୍ଯକ୍ତିକୁ ନର୍କ ଭୋଗ ହୋଇଥାଏ । ଏବଂ ଯେବେ ସେ ପୂର୍ଣ ଜନ୍ମ ନିଏ ସେତେବଳେ ସିଏ ଖନେଇ ଖନେଇ କଥା ହୋଇଥାଏ ।

ଦିତୀୟ: ଯଦି କୌଣସି ମଣିଷ ପୂର୍ବ ଜନ୍ମରେ ନିଷ୍ପାପ ପ୍ରାଣୀଙ୍କ ଉପରେ ଅତ୍ୟାଚାର କରିଥାଏ ତେବେ ନର୍କକୁ ଯାଇଥାଏ ।ଏବଂ ସେ ପୂର୍ଣଜନ୍ମ ରେ ମୁକ ହୋଇ ଜନ୍ମ ହୋଇଥାଏ ।ତୃତୀୟ: ଯେଉଁ ମନୁଷ୍ୟ ବିନା କାରଣରେ କାହାର ହତ୍ୟା କରିଥାଏ ତେବେ ସେହି ବ୍ୟକ୍ତି ନର୍କ ଭୋଗ କରିଥାଏ । ଏବଂ ପୂର୍ଣଜନ୍ମରେ ସେହି ମନୁଷ୍ୟ କୋଷ୍ଠ ରୋଗୀ ହୋଇଥାନ୍ତି ।

ଚତୁର୍ଥ: ମଦ୍ୟପାନ କରୁଥିବା ବ୍ୟକ୍ତି ନର୍କକୁ ହିଁ ଯାଇଥାନ୍ତି । ପୂର୍ଣ ଜନ୍ମରେ ଏମାନଙ୍କ ଦାନ୍ତ କଳା ପଡିଯାଏ, ବଙ୍କା ଟଙ୍କା ଦାନ୍ତ ମଧ୍ୟ ହୋଇଥାଏ । ଦାନ୍ତ ସମ୍ବନ୍ଧୀୟ ରୋଗ ହୋଇଥାଏ । ପଞ୍ଚମ: ଯେଉଁ ମନୁଷ୍ୟ ପୂର୍ବ ଜନ୍ମରେ ପଇସା ଚୋରୀ କରିଥାଏ ତେବେ ସେହି ବ୍ୟକ୍ତିକୁ ନର୍କ ଭୋଗ କରିବାକୁ ପଡିଥାଏ । ଏବଂ ଏହି ଜନ୍ମରେ ବିକୃତ ନଖ ନେଇ ଜନ୍ମ ହୋଇଥାଏ ।

ପୂର୍ବ ଜନ୍ମରେ ଚୋର ଥିବା ବ୍ୟକ୍ତିଙ୍କ ନଖ ବଙ୍କା ଟଙ୍କା ହୋଇଥାଏ । ଷଷ୍ଠ: ପୂର୍ବ ଜନ୍ମରେ ଯେଉଁ ବ୍ୟକ୍ତି ଗୁରୁଙ୍କ ଅପମାନ କରିଥାଏ ବା ଗୁରୁଙ୍କ ପତ୍ନୀଙ୍କ ସହ ଶାରିରୀକ ସମ୍ବନ୍ଧ ରଖିଥାନ୍ତି ସେମାନେ ନର୍କରେ ଦଣ୍ଡ ପାନ୍ତି । ଏବଂ ପୂର୍ଣ ଜନ୍ମରେ ଚର୍ମ ରୋଗରେ ପୀଡିତ ଥାନ୍ତି ।

ସପ୍ତମ: ଯେଉଁ ମାନେ ପୂର୍ବ ଜନ୍ମରେ ଦାନ ଧର୍ମ ନ କରିଥାନ୍ତି ସେମାନେ ଏହି ଜନ୍ମରେ ଅତ୍ୟନ୍ତ ଦରିଦ୍ର ହୋଇଥାନ୍ତି । ଏବଂ ଭିକ୍ଷା ମାଗି ଖାଇଥାନ୍ତି । ଅଷ୍ଟମ: ପୂର୍ବ ଜନ୍ମରେ ଯେଉଁ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ କଷ୍ଟ ଦେଇ ବେଶ୍ୟା ସହ ସମ୍ବନ୍ଧ ରଖିଥାନ୍ତି ସେମାନଙ୍କୁ ଏହି ପୂର୍ଣ ଜନ୍ମରେ ଦୁଷ୍ଟ ସ୍ତ୍ରୀ ମିଳିଥାଏ ।ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।  

Leave a Reply

Your email address will not be published. Required fields are marked *