ଆମ ହିନ୍ଦୁ ଶାସ୍ତ୍ରରେ ନାରୀ ମାନଙ୍କୁ ମାତା ଲକ୍ଷ୍ମୀଙ୍କ ସ୍ୱରୂପ କୁହାଯାଏ । ତେବେ ଘରର ବୋହୁ କୁ ଘରର ଲକ୍ଷ୍ମୀ ବୋଲି ମନାଯାଏ । ତେବେ ନାରୀମାନେ ଯଦି କିଛି ଭୁଲ କରିଥାନ୍ତି ତେବେ ଏହାର କୁପ୍ରଭାବ ତାଙ୍କ ସ୍ଵାମୀ ଓ ପରିବାରରେ ପଡିଥାଏ । ତେଣୁ ନାରୀମାନେ କିଛି ଛୋଟ ଛୋଟ ଭୁଲ ମଧ୍ୟ ନିଜ ଦୈନଦିନ ଜୀବନରେ କରିଥାନ୍ତି । ଯାହା ତାଙ୍କୁ କରିବା କଥା ନୁହେ । ତେବେ କଣ ସେହି ଭୁଲ ଗୁଡିକ ତାହା ଆମେ ଆଜି ଜାଣିବା । ନାରୀମାନେ ସର୍ବଦା ମଝି ସିନ୍ତାଣ ରେ ସିନ୍ଦୁର ଲଗାଇବା ଉଚିତ ।
ଆଜିର ଫେସନ ପାଇଁ ଅନେକ ନାରୀମାନେ ସବୁବେଳେ ପାର୍ଶ୍ବ ସିନ୍ତାଣ ରେ ସିନ୍ଦୁର ଲଗାଉଛନ୍ତି । ଏପରି କରିବା ଦ୍ଵାରା ସ୍ବାମୀର ଅବନୀତି ହୋଇଥାଏ । ମଝି ସିନ୍ତାଣ ରେ ସିନ୍ଦୁର ଲଗାଇବା ଦ୍ଵାରା ସ୍ବାମୀର ଉନ୍ନତି ହୋଇଥାଏ । ସେହିଭଳି ଅନେକ ନାରୀ ସିନ୍ଦୁର କୁ ହାତରେ ଅର୍ଥାତ ଆଙ୍ଗୁଠିରେ ଲଗାଇଥାନ୍ତି ଏପରି କରିବା ଉଚିତ ନୁହେ ।
ଆପଣ ସିନ୍ଦୁରକୁ ରୂପାର କଣ୍ଟା ବା ଝିଙ୍କ କଣ୍ଟା ରେ ଲଗାଈ ପାରିବେ ଏହା ଦ୍ଵାରା ସ୍ବାମୀର ମଙ୍ଗଳ ହୋଇଥାଏ । ତେବେ ଅନେକ ସ୍ତ୍ରୀ ମାନେ ଲୁହା କଣ୍ଟା ର ବ୍ୟଭାର କରନ୍ତି କିନ୍ତୁ ଏପରି କରିବା ଦ୍ଵାରା ଶନି ଦେବଙ୍କ କୋପ ଦ୍ରୁଷ୍ଟି ଆପଣଙ୍କ ସ୍ବାମୀଙ୍କ ଉପରେ ପଡିଥାଏ ।
ଅନେକ ସ୍ତ୍ରୀ ଲୋକମାନେ ପୂଜା କରିବା ସମୟରେ ତଳେ ବସି ବା ଭୂମିରେ ବସି ପୂଜା କରିଥାନ୍ତି କିନ୍ତୁ ଏପରି କରିବା ଦ୍ଵାରା ମାତା ଲକ୍ଷ୍ମୀ ଅଶାନ୍ତି ହୋଇଥାନ୍ତି । ତେଣୁ ପୂଜା କରିବା ସମୟରେ ଆପଣ ଆସନ ବା ପିଢାରେ ବସି ପୂଜା କରିବା ଉଚିତ । ଯଦି ପାରିବେ କୁଶ କପଡାର ଆସନରେ ବସି ପୂଜା କରିବାକୁ ।
ସେହିଭଳି ଅନେକ ନାରୀମାନୀ ସ୍ନାନ କରିବା ସମୟ ରେ ଦେହରେ ବସ୍ତ୍ର ରଖନ୍ତି ନାହି ଉଳଘ୍ନ ହୋଇ ସ୍ନାନ କରିଥାନ୍ତି ଏହା କରିବା ଅନୁଚିତ । ଏପରି କରିବା ଦ୍ଵାରା ମାତା ଲକ୍ଷ୍ମୀ କ୍ରୋଧ କରିଥାନ୍ତି । ଘରେ ଧନ ହାନି ହୋଇଥାଏ । ତେଣୁ ଆପଣ ସ୍ନାନ ସମୟରେ କିଛି ବସ୍ତ୍ର ପିନ୍ଧି ସ୍ନାନ କରନ୍ତୁ ।
ଆପଣ ଯେଉଁ ବସ୍ତ୍ର ପିନ୍ଧି ସ୍ନାନ କରିବେ ସେହି ବସ୍ତ୍ର କୁ ସଙ୍ଗେ ସଙ୍ଗେ ଧୋଇକଋ ଭଲ ଭାବେ ଶୁଖାଇ ଦେବେ । ଯେମିତି ସେହି ଜଳ ଘରେ ନ ପଡେ । ଓଦାଲିଆ ରହିବା ଦ୍ଵାରା ଶରୀରର ମଧ୍ୟ ଅସୁସ୍ଥ ରହିଥାଏ । ଯଦି ଆପଣ ଗୁରୁବାର ଦିନ ଝିଟିପିଟି ଯଦି ଆପଣ ଦେଖନ୍ତି ତେବେ କିଛି ଅରୁଆ ଚାଉଳ ଆଣି ମନରେ ମାନସିକ କରି ଏହି ଚାଉଳକୁ ଝିଟିପିଟି ଉପରକୁ ପକାଇ ଦେବେ ଏପରି କରିବା ଦ୍ଵାରା ଆପଣଙ୍କ ଓ ଆପଣଙ୍କ ପରିବାର ପାଇଁ ଶୁଭ ହୋଇଥାଏ ।