ନମସ୍କାର ବନ୍ଧୁଗଣ, ସମସ୍ତେ ଚାହିଥାନ୍ତି ନିଜ ଜୀବନକୁ ଭୋଗ ବିଳାସରେ କାଟିବା ପାଇଁ କିନ୍ତୁ ଏହା ସମ୍ଭବ ହୋଇନଥାଏ । କାରଣ କିଛି ଲୋକଙ୍କ ପାଖରେ ଧନୀ ହେବାର ଲକ୍ଷଣ ହିଁ ନଥାଏ । କିନ୍ତୁ କିଛି ଲୋକ ଧନୀ ହେବାର ସଙ୍କେତ ଜନ୍ମ ହେବାଠାରୁ ହିଁ ନିଜ ସହ ନେଇ ଆସିଥାନ୍ତି । ସାମୁଦ୍ରିକ ଶାସ୍ତ୍ର ଅନୁସାରେ ମଣିଷ ଶରୀରରେ ଥିବା କଳାଜାଇରୁ ମଧ୍ୟ ଆପଣ ଜାଣିପାରିବେ ସେହି ବ୍ୟକ୍ତିଙ୍କ ଜୀବନର ସୁଖ ଦୁଖ କଣ ଆସିବାକୁ ଯାଉଛି । ଏବଂ କିଭଳି ରହିବ ତାଙ୍କ ଜୀବନ । ତେବେ ଆସନ୍ତୁ ଜାଣିବା ।
ପ୍ରଥମ: ଯଦି କୌଣସି ସ୍ତ୍ରୀଙ୍କ ଉପର ଓଠରେ କଳାଜାଇ ହୋଇଥାଏ ତେବେ ଏଭଳି ମହିଳା ପୁରୁଷଙ୍କୁ ବହୁତ ଆକର୍ଷିତ କରନ୍ତି । ଏମାନେ ବହୁତ ଚାଲାକ ଏବଂ ଲୋକଙ୍କୁ ନିଜ କଥାରେ ଫସେଇ ସେମାନଙ୍କର ହାନି କରିପାରନ୍ତି । ଦିତୀୟ: ଯଦି କୌଣସି ପୁରୁଷଙ୍କ ବାମ ଆଖିରେ କଳାଜାଇ ଥାଏ ତେବେ ଏହାର ଅର୍ଥ ଜୀବନ ସାଥିଙ୍କ ସହ ଆପଣଙ୍କର ସବୁବେଳେ କଳହ ଲାଗିରହିବ ।
ଦାମ୍ପତ୍ୟ ଜୀବନରେ ସବୁବେଳେ ସମସ୍ୟା ମଧ୍ୟ ଲାଗିରହିବ । ତୃତୀୟ: ଡାହାଣ ଗାଲରେ କଳାଜାଇ ହେବାର ଅର୍ଥ ଆପଣଙ୍କୁ ପ୍ରଚୁର ଧନ ପ୍ରାପ୍ତି ହେବ ଆପଣଙ୍କ ଜୀବନରେ । ଚତୁର୍ଥ: ଯଦି ଆପଣଙ୍କର ମୁଣ୍ଡରେ କଳାଜାଇ ଥାଏ ତେବେ ଏହାକୁ ଧନବାନ ହେବାର ସୂଚକ ବୋଲି ମନାଯାଏ ।
ପଞ୍ଚମ: ଯଦି ଆପଣଙ୍କର ଥୋଡିରେ କଳାଜାଇ ଥାଏ ତେବେ ନିଜ ଜୀବନ ସାଥିଙ୍କ ସହ ଆପଣଙ୍କର ଗଭୀର ପ୍ରେମ ରହିବ । ଏବଂ ଯଦି ପୁଅ ପିଲାଙ୍କ ଥୋଡିରେ କଳାଜାଇ ଥାଏ ତେବେ ଏହା ମହିଳାଙ୍କ ପ୍ରତି ଆକର୍ଷଣର ସୂଚକ ଅଟେ । ଷଷ୍ଠ: ନାକରେ ଯଦି ଆପଣଙ୍କର କଳାଜାଇ ଥାଏ ତେବେ ଆପଣ ବହୁତ ବିଦେଶ ଯାତ୍ରା କରିବେ ।
ସପ୍ତମ: ବେକରେ କଳାଜାଇ ଥିଲେ ଏହାର ସୂଚନା ମିଳିଥାଏ କି ନିଜ କଥାରେ ଓ କାମରେ ଆପଣ ସଫଳତା ପାଇପାରିବେ । ଅଷ୍ଟମ: ଡାହାଣ ହାତରେ କଳାଜାଇ ଥିବାର ଅର୍ଥ ହେଉଛି କି ଆପଣ ଧନବାନ ହେବେ । ନବମ: ପାଦ ତଳେ କଳାଜାଇ ଥିଲେ ଏହାକୁ ବହୁତ ଶୁଭ ବୋଲି କୁହାଯାଏ । ଏହି ଲୋକ ବଡ ବଡ ଦାମୀ ଗାଡି କିଣନ୍ତି । ଦଶମ: ମୁଣ୍ଡର ବାମ ପାଖରେ କଳାଜାଇ ଥିଲେ ଜୀବନ ଅତ୍ୟନ୍ତା କଷ୍ଟ ଦାୟକ ହୋଇଥାଏ ।
ଯେଉଁ ବ୍ୟକ୍ତିଙ୍କ କାନ୍ଦରେ କଳାଜାଇ ହାଇଥାଏ ତାଙ୍କୁ ତାଙ୍କ ଜୀବନରେ ଅନେକ ମାନ ସମ୍ମାନ ମିଳିଥାଏ । ଏମାନଙ୍କ ଜୀବନରେ କେବେ ବି କୌଣସି ଜିନିଷର ଅଭାବ ହୁଏ ନାହିଁ । ଅଣ୍ଟାରେ କଳାଜାଇ ଥିଲେ ଏହାକୁ ଅଶୁଭ କୁହାଯାଏ । ଏହି ବ୍ୟକ୍ତି ସବୁବେଳେ ଜୀବନରେ ସମସ୍ୟା ସହ ଘେରି ହୋଇଥାନ୍ତି । ଏବଂ ଗୁପ୍ତାଙ୍ଗରେ କଳାଜାଇ ଥିଲେ ବିପରୀତ ଲିଙ୍ଗ ପ୍ରତି ବହୁତ ଆକର୍ଷଣ ଆସିଥାଏ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗେ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।