ସ୍ତ୍ରୀ ର ଏହି ଛୋଟ ଭୁଲ ସ୍ୱାମୀକୁ କରିଦିଏ ଦରିଦ୍ର, କଣ ଆପଣ କରୁ ନାହାଁନ୍ତି ତ ଏମିତି ଭୁଲ…

ବିବାହିତା ନାରୀମାନେ କେଉଁ ସବୁ ଜିନିଷ ପିନ୍ଧିବା ଦ୍ଵାରା ସ୍ଵାମୀଙ୍କ ଜୀବନ ଉପରେ ପ୍ରଭାବ ପଡିଥାଏ ବା ସ୍ଵାମୀଙ୍କ ଜୀବନ ଜୀବିକା ଉପରେ ସଙ୍କଟ ପଡିଥାଏ ଆଜି ଆମେ ଜାଣିବା । ବିବାହିତା ନାରୀମାନେ ଭୁଲେରେ ମଧ୍ୟ ପିନ୍ଧିବା ଉଚିତ ନୁହେଁ ଏହି ସବୁ ଜିନିଷ ନଚେତ ସ୍ଵାମୀ କାଙ୍ଗାଳ ବା ଦରିଦ୍ର ହୋଇଯିବେ । ଫ୍ରେଣ୍ଡ୍ସ ଆମ ହିନ୍ଦୁ ଧର୍ମରେ ବିବାହକୁ ନେଇ ବହୁତ କଥା ରହିଛି । ବିବାହ ହେଉଛି ଏକ ପବିତ୍ର ବନ୍ଧନ ।

ଦୁଇଟି ହୃଦୟ ଯୋଡା ହୋଇଥାଏ ଏହି ବିବାହ ବନ୍ଧନରେ । ପ୍ରାୟ ସମସ୍ତେ କହିଥାନ୍ତି କି ସ୍ଵାମୀ ସ୍ତ୍ରୀଙ୍କ ସଂପର୍କ ସ୍ଵର୍ଗରୁ ଗଢା ହୋଇଥାଏ । ବିବାହ ପରେ ସ୍ଵାମୀ ଓ ସ୍ତ୍ରୀ ଏକ ପବିତ୍ର ବନ୍ଧନରେ ବାନ୍ଧି ହୋଇଯାନ୍ତି । ପତ୍ନୀ ଏହି ପବିତ୍ର ବନ୍ଧନରେ ବାନ୍ଧି ହୋଇ ସୁଖ ଦୁଃଖର ଭାଗୀଦାର ବନିଥାଏ । ସ୍ତ୍ରୀ ର ସମସ୍ତ ପ୍ରକାରର ଶୁଭ ବା ଅଶୁଭର ପ୍ରଭାବ ସ୍ଵାମୀ ଉପରେ ପଡିଥାଏ । ସ୍ତ୍ରୀ ର ଭୁଲ ବା ପାପକାର୍ଯ୍ୟ ସ୍ଵାମିକୁ ଦରିଦ୍ର ବା କାଙ୍ଗାଳ ବନେଇ ଦେଇଥାଏ ।

ପତ୍ନୀ ପିନ୍ଧୁଥିବା କେତେ ଗୁଡିଏ ଜିନିଷ ସ୍ଵାମିକୁ ଦରିଦ୍ର ବା କାଙ୍ଗାଳ କରି ଦେଇଥାଏ ଏବଂ ଦୁଇ ଜଣଙ୍କ ସମ୍ପର୍କ ମଧ୍ୟ ଖରାପ ହୋଇଯାଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ସ୍ତ୍ରୀ ମାନଙ୍କ ଶୃଙ୍ଗାରକୁ ବହୁତ ଗୁରୁତ୍ଵ ଦିଆଯାଇଛି । ଠିକ ସେହିପରି କେତେ ଗୁଡିଏ ଶୃଙ୍ଗାରକୁ ଭୁଲ ବା ଅଶୁଭ ବୋଲି ମନା ଯାଇଥାଏ । ଆଜିର ଆଧୁନିକତା କୁ ଗୁରୁତ୍ଵ ଦେଇ ପୂର୍ବ ପରମ୍ପରାକୁ ଅନେକ ନାରୀ ଭୁଲି ଯାଇଛନ୍ତି । ଯାହା ଦ୍ଵାରା ଜୀବନ ବରବାଦ ହେବାକୁ ଲାଗିଥାଏ । ତେବେ ଚାଲନ୍ତୁ ଜାଣିବା ସେହି ସବୁ ଶୃଙ୍ଗାର କଣ ଯାହାକୁ ବିବାହିତା ନାରୀ ପିନ୍ଧିବା ଦ୍ଵାରା ନିଜ ସ୍ଵାମୀ ଓ ପରିବାରର ଅନିଷ୍ଟ ହୋଇଥାଏ ।

୧. ସୁନା ପାଉଁଜି ଓ ସୁନା ଝୁଣ୍ଟିଆ: ସୁନାର ଗହଣା ଗୋଟିଏ ନାରୀ ପାଇଁ ଶ୍ରେଷ୍ଠ ବା ମନ ପସନ୍ଦର ଶୃଙ୍ଗାର ହୋଇଥାଏ । କିନ୍ତୁ ଏପରି କିଛି ମଧ୍ୟ ସୁନାର ଗହଣା ଅଛି ଯାହାକୁ ବ୍ୟବହାର କରିବା ଦ୍ଵାରା ସ୍ଵାମୀଙ୍କ ଅମଙ୍ଗଳ ହୋଇଥାଏ, ଯେମିତିକି ସୁନାର ପାଉଁଜି ଓ ସୁନାର ଝୁଣ୍ଟିଆ । ଏହାକୁ ବିବାହିତା ନାରୀମାନେ ପାଦରେ ପିନ୍ଧିବା ଦ୍ଵାରା ନିଜ ସ୍ଵାମୀଙ୍କର ଅନିଷ୍ଟ ହୋଇଥାଏ । ଘରକୁ ଅଭାବ ଆସିଥାଏ ଓ ଉନ୍ନତିରେ ବାଧା ଉପୁଜିଥାଏ ।

୨. ଧଳାଶାଢି: ଆମର ଆଧୁନିକ ଯୁଗରେ ଷ୍ଟାଇଲ ମେଣ୍ଟେନ କରିବାକୁ ଅନେକ ନାରୀ ଧଳା ରଙ୍ଗର ଶାଢୀ ପିନ୍ଧିଥାନ୍ତି । ଯାହା ବିବାହିତା ନାରୀମାନଙ୍କ ପାଇଁ ପିନ୍ଧିବା ଉଚିତ ହୋଇ ନଥାଏ । ଏପରି କରିବା ଆମର ପୁରାଣ ଶାସ୍ତ୍ର ଅନୁସାରେ ସ୍ଵାମୀଙ୍କର ମୃତ୍ୟୁ କୁ ଆମନ୍ତ୍ରଣ କରିବା ସହ ସମାନ ହୋଇଥାଏ । ଶାସ୍ତ୍ର ଅନୁସାରେ କେବଳ ବିଧବା ନାରୀମାନେ ହିଁ ଧଳା ରଙ୍ଗର ଶାଢୀ ପିନ୍ଧିବା ଉଚିତ ।

୩. ସିନ୍ଦୁର: ସିନ୍ଦୁର ହେଉଛି ଏକ ବିବାହିତା ନାରୀର ସଧବା ହୋଇଥିବାର ପରିଚୟ ଅଟେ ଓ ସ୍ଵାମୀଙ୍କୁ ଦୀର୍ଘାୟୁ ହେବାରେ ସହାୟତା କରିଥାଏ । କିନ୍ତୁ ଆଜିର ନାରୀମାନେ ଆଧୁନିକତା କୁ ଗୁରୁତ୍ଵ ଦେଇ ସିନ୍ଦୁରକୁ ସାମାନ୍ୟ ଭାବରେ ଲଗାଉଛନ୍ତି ଓ କେହି କେହି ଶାଢୀର ରଙ୍ଗକୁ ମ୍ୟାଚ କରି ନାଲି ରଙ୍ଗ ପରିବର୍ତ୍ତେ ବିଭିନ୍ନ ରଙ୍ଗର ସିନ୍ଦୁର ପିନ୍ଧୁଛନ୍ତି । ଯାହା ଦ୍ଵାରା ସ୍ଵାମୀଙ୍କ ଆୟଷ ଉପରେ ପ୍ରଭାବ ପଡିଥାଏ ବା ସ୍ଵାମୀଙ୍କର ଆୟୁଷକୁ କ୍ଷୀଣ କରିଥାଏ ଏବଂ ସ୍ଵାମୀଙ୍କୁ ବରବାଦ ମଧ୍ୟ କରି ଦେଇଥାଏ । ତେବେ ବିବାହିତା ନାରୀମାନେ ଏପରି କରିବା ଉଚିତ ନୁହେଁ ।

ବନ୍ଧୁମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟ ଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜ ଲାଇକ ଲାଇକ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *