ମଣିଷକୁ ଭୋଜନ କରିବା ସମୟରେ ବହୁତ ମହତ୍ବପୂର୍ଣ୍ଣ କଥା ମାନିବା ଉଚିତ ଯାହା ଶାସ୍ତ୍ରରେ କୁହାଯାଇଛି । ଯଦି କେହି ଏହି ନିୟମ ପାଳନ କରି ଭୋଜନ କରିଥାଏ ସେ ଆରୋଗ୍ଯ ହେବା ସହ ସୁଖ ସମୃଦ୍ଧି ଓ ବୈଭବ ପ୍ରାପ୍ତ କରିଥାଏ । ଶାସ୍ତ୍ରରେ କୁହାଯାଇଥିବା ଏହି ନିୟମ ବୈଜ୍ଞାନିକ ଦ୍ରୁଷ୍ଟି କୋଣରେ ପରିପୂର୍ଣ୍ଣ ଅଟେ । ଏହି ପ୍ରକାରରେ ଭୋଜନ କରିଲେ ମନୁଷ୍ୟ ଦେବାଦେବୀଙ୍କ କୃପା ପ୍ରାପ୍ତ କରିଥାଏ । ତେବେ ଆସନ୍ତୁ ଜାଣିବା ସେହି ନିୟମ ଗୁଡିକ ବିଷୟରେ ବିସ୍ତାର ଭାବେ ।
୧- ଭୋଜନ କରିବା ପୂର୍ବରୁ ହାତ, ଗୋଡ, ମୁଖ ଭଲ ଭାବେ ଧୋଇବା ଉଚିତ । ଭୋଜନ କରିବା ପୂର୍ବରୁ ଅର୍ଣ୍ଣ ଦାତା, ମାତାଙ୍କର ସ୍ତୁତି କରି ତାଙ୍କୁ ଧନ୍ୟବାଦ ଜଣାଇବା ପରେ ଭୋଜନ କରିବା ଉଚିତ ।
୨- ଭୋଜନ କରୁଥିବା ମହିଳାଙ୍କୁ ସ୍ନାନ କରି ଶୁଦ୍ଧ ମନରେ ମନ୍ତ୍ର ଜପ କରି ରୋଷେଇ କରିବା ଉଚିତ । ପ୍ରଥମ ରୋଟି ଗାଈ, ପରେ କୁକୁର ଓ କାଉ ପାଇଁ ଅଲଗା ବାହାର କରିବା ପରେ ଭୋଜନ କରିବା ଉଚିତ ।
୩- ଭୋଜନ ପରିବାରର ସଦସ୍ୟଙ୍କ ସହ ମିଶି କରିବା ଉଚିତ । ନିୟମ ଅନୁଯାୟୀ ଅଲଗା ଅଲଗା ଖାଇବା ଦ୍ଵାରା ପରିବାରର ଏକତାରେ କମି ଆସିଥାଏ । ସକାଳ ଓ ସନ୍ଧ୍ଯା ସମୟରେ ଭୋଜନ କରିବା ଉଚିତ ।
୪- ଯେଉଁ ବ୍ୟକ୍ତି ଗୋଟେ ସମୟ ଭୋଜନ କରିଥାନ୍ତି ତାଙ୍କୁ ଯୋଗୀ ଓ ଯେଉଁ ବ୍ୟକ୍ତି ଦୁଇ ଥର ଭୋଜନ କରିଥାନ୍ତି ତାଙ୍କୁ ଭୋଗୀ କୁହାଯାଏ । ଭୋଜନ ପୂର୍ବ ଓ ଉତ୍ତର ଦିଗରେ କରି ମୁଖ କରି କରିବା ଉଚିତ । ଦକ୍ଷିଣ ଦିଗରେ ଭୋଜନ କରିଲେ ପ୍ରେତକୁ ପ୍ରାପ୍ତି ହୋଇଥାଏ ।
୫- ପଶ୍ଚିମ ଦିଗରେ ଭୋଗ କରିଲେ ରୋଗ ସୃଷ୍ଟି ହୋଇଥାଏ । ଖଟ ଉପରେ ବସି ବା ଭଙ୍ଗା ବାସନରେ ଭୋଜନ କରିବା ଅନୁଚିତ । କ୍ଲେଶ ମାହୋଲରେ ଭୋଜନ କରିବା ଅନୁଚିତ । ଅଧିକ ଶବ୍ଦ ହେଉଥିବା ଜାଗାରେ ଓ ଓସ୍ତ ଓ ବର ଗଛ ତଳେ ବସି ଭୋଜନ କରିବା ଅନୁଚିତ ।
୬- ପରୋଷା ଯାଇଥିବା ଖାଦ୍ଯର ନିନ୍ଦା କରିବା ଅନୁଚିତ । ଛିଡା ହୋଇ କେବେ ଖାଦ୍ୟ ଖାଇବା ଉଚିତ ନୁହେଁ । ଜୋତା ପିନ୍ଧି ବା ମୁଣ୍ଡରେ ବସ୍ତ୍ର ଧାରଣ କରି ଭୋଜନ କରିବା ଅନୁଚିତ ।
୭- ବହୁତ ରାଗ ବା ମିଠା ଖାଦ୍ୟ ଖାଇବା ଅନୁଚିତ । କେହି ଛାଡିଥିବା ଖାଦ୍ୟ ଖାଇବା ଅନୁଚିତ । ପଶୁ ବ କୁକୁର ଛୁଇଁଥିବା ଭୋଜନ ଗ୍ରହଣ କରିବା ଅନୁଚିତ । ମୁହଁରେ ଫୁଙ୍କ ମାରି ବା ମାସିକ ଧର୍ମ ହୋଇଥିବା ମହିଳାଙ୍କ ହାତରୁ ଭୋଜନ କରିବା ଅନୁଚିତ । ବଳ ପଡିଥିବା ଖାଦ୍ୟ ଭୋଜନ କରିବା ଅନୁଚିତ ।
୮- ଶାସ୍ତ୍ର ଅନୁଯାୟୀ ସ୍ଵାମୀ ସ୍ତ୍ରୀଙ୍କୁ ଗୋଟେ ଥାଳିରେ ଭୋଜନ କରିବା ନିଷେଧ କରାଯାଇଛି । ଗୋଟେ ଥାଳିରେ ଭୋଜନ କରିଲେ ମାଦକ ପଦାର୍ଥରେ ଭରିବା ଭଳି ମନେ କରାଯାଏ । ସ୍ତ୍ରୀ କୁ ସ୍ଵାମୀ ଖାଇବା ପରେ ଭୋଜନ କରିଲେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।