ଠାକୁର ଘରେ ପୂଜା କରିବା ସମୟରେ ଏପରି ଭୁଲ କରୁଛନ୍ତି କି ? ନିଶ୍ଚୟ ଦେଖନ୍ତୁ ନଚେତ ପସ୍ତେଇବେ- Daily Puja Bidhi

ବନ୍ଧୁଗଣ ନମସ୍କାର । ଆଜିର ସୂଚନା ଅନୁସାରେ ଠାକୁର ଘରେ ସମସ୍ତ ପ୍ରକାର ନୀତି ନିୟମ ମାନି ଠାକୁର ପୂଜା କରିବା ଉଚିତ ହୋଇଥାଏ । ଯଦି ଆପଣମାନେ ହିନ୍ଦୁ ଧର୍ମର ହୋଇଥିବେ, ତାହେଲେ ଆପଣମାନେ ହିନ୍ଦୁ ଧର୍ମ ହିସାବରେ ନିଜ ଠାକୁର ଘର ତିଆରି କରିବେ । କିମ୍ବା ଆପଣ ଯେଉଁ ଧର୍ମର ହେଇଥାନ୍ତି ଆପଣ ଆପଣଙ୍କର ଅନୁସାରେ ନିଜର ଠାକୁର ଘର ତିଆରି କରିବେ । ଆଜି ଆମେ ଜାଣିବା ହିନ୍ଦୁ ଅର୍ଥାତ ସନାତନ ଧର୍ମର ଲୋକମାନେ ନିଜର ଠାକୁର ଘର କୋଉଠି ଓ କିପରି ଭାବରେ ତିଆରି କରିବେ । ଆପଣ ଘରର ପୂର୍ବ ଓ ଉତ୍ତର ଦିଗର କୋଣକୁ ଐଶାନ୍ୟ କୋଣ କହିଥାନ୍ତି ।

ସେହି ଐଶାନ୍ୟ କୋଣରେ ହିଁ ଠାକୁର ଘର ତିଆରି କରିବାର ନିୟମ ରହିଛି । ଯଦି ଐଶାନ୍ୟ କୋଣରେ କୌଣସି ପ୍ରକାର ଅସୁବିଧା ଥିବ ତେବେ ପୂର୍ବ ପଟରେ ଯେତିକି ଜାଗା ଥିବ ସେତିକି ଜାଗାରେ ନିଜର ଠାକୁର ଘର କରନ୍ତୁ । ଠାକୁରଙ୍କର ସ୍ଥାପନ ବେଳେ ତାଙ୍କ ମୁହଁ ପୂର୍ବ ଦିଗକୁ ରଖିବା ଭଲ ହୋଇଥାଏ କିମ୍ବା ପଶ୍ଚିମ ପଟକୁ ରଖନ୍ତୁ । ଯଦି କୌଣସି ଅସୁବିଧା ଜନିତ ଏହା କରିପାରୁ ନାହାନ୍ତି, ତେବେ ଦକ୍ଷିଣ ମୁହଁ କରି ଠାକୁରଙ୍କୁ ବସାନ୍ତୁ ।

ଘରେ ଯିଏ ଠାକୁର ପୂଜା କରିଥାନ୍ତି ତାଙ୍କ ମୁହଁ ପୂର୍ବ କିମ୍ବା ପଶ୍ଚିମ ପଟକୁ ରଖିଲେ ଭଲ ହୋଇଥାଏ । ଠାକୁର ଯେକୌଣସି ଜିନିଷ ରଖୀ ପୂଜା କରନ୍ତୁ ନାହିଁ । କେବଳ ପଞ୍ଚଦେବତାଙ୍କର ଫୋଟୋ ରଖୀ ପୂଜା କରନ୍ତୁ । ପଞ୍ଚ ଦେବତା ହେଉଛନ୍ତି ଭଗବାନ ଶିବ, ଗଣେଶ, ନାରାୟଣ,ସୂର୍ଯ୍ୟ ନାରାୟଣ ଏବଂ ମା ଦୂର୍ଗା । ସୂର୍ଯ୍ୟ ଦେବତା ଗ୍ରହ ହୋଇଥିବାରୁ ତାଙ୍କ ପ୍ରତିମା ଘରେ ରଖାଯାଏ ନାହିଁ । ଭୁଲରେ କୌଣସି ବାବା କିମ୍ବା ମାତାଙ୍କର କୌଣସି ଫୋଟ ରଖନ୍ତୁ ନାହିଁ ।

ଯଦି ଠାକୁରଙ୍କର ପାଖରେ ସେମାନଙ୍କର ଫୋଟ ରଖୀ ପୂଜା କରୁଛନ୍ତି, ତେବେ ଆପଣ ଠାକୁରଙ୍କର ଅପମାନ କରୁଛନ୍ତି । ଘରେ ମୃତ ପିତା ଓ ମାତାଙ୍କର ପୂଜା କରିବାର ବିଧାନ ରହିଛି କିନ୍ତୁ ସେହି ଫୋଟକୁ ଘରର ଡ୍ରଇଙ୍ଗ ରୁମର ଦକ୍ଷିଣ ପଟ କାନ୍ଥରେ ଲଗାଇପାରିବେ, କିନ୍ତୁ ବେଡରୁମ କିମ୍ବା ଠାକୁର ଘରେ ଲଗାନ୍ତୁ ନାହିଁ । ଆପଣ ଯଦି କୌଣସି ଦୀକ୍ଷା ନେଇଛନ୍ତି, ତେବେ ସେହି ଗୁରୁଙ୍କର ଫୋଟକୁ ଠାକୁର ଘରେ ରଖିପାରିବେ କିନ୍ତୁ ଠାକୁରଙ୍କ ପାଖରେ ଲାଗି କରି ରଖିବେ ନାହିଁ । ଯଦି ଦତ୍ତାତ୍ରେୟଙ୍କୁ ଗୁରୁ ଭାବରେ ନିଜର ଗୁରୁ ବୋଲି ଭାବୁଛନ୍ତି, ତେବେ ତାଙ୍କୁ ଆପଣ ଠାକୁରଙ୍କ ପାଖରେ ବସେଇ ପାରିବେ, କାରଣ ସିଏ ହେଉଛନ୍ତି ନିଜେ ଭଗବାନ ।

ପୂଜା କରିବା ସମୟରେ ଗୁରୁ ମନ୍ତ୍ର ପାଠ କରି ପୂଜା କରନ୍ତୁ, ଯଦି ଆପଣ ବାହାହୋଇନାହାନ୍ତି କିମ୍ବା ଗୁରୁ ମନ୍ତ୍ର ଜାଣି ନାହାନ୍ତି । ତେବେ ଗାୟତ୍ରୀ ମନ୍ତ୍ର ବୋଲିକି ନିଜର ପୂଜା ଆରମ୍ଭ କରନ୍ତୁ । ପୂଜା କରିବା ସମୟରେ ଠାକୁର ଘରକୁ ଗୋବର ଓ ଗଙ୍ଗା ଜଳ ପକେଇ ପୋଛିକି ପୂଜା କରନ୍ତୁ । ଠାକୁର ଘର ସବୁବେଳେ ପରିଷ୍କାର କରି ରଖନ୍ତୁ । କାରଣ ପରିଷ୍କାର ସ୍ଥାନରେ ଭଗବାନ ବାସ କରିଥାନ୍ତି । ପୂଜା ସ୍ଥାନକୁ ବାରମ୍ବାର ପରିବର୍ତ୍ତନ କରିବେ ନାହିଁ । ନିର୍ଦ୍ଧିଷ୍ଟ ସମୟରେ ସକାଳ ଓ ସନ୍ଧ୍ଯା ପୂଜା କରନ୍ତୁ ।

ଯଦି ପୂଜା ପାଇଁ ଅଧିକ ସମୟ ଦେଇ ପାରୁନାହାନ୍ତି, ତେବେ ସକାଳେ ଓ ସନ୍ଧ୍ଯା ବେଳେ ସୁଧ ଘିଅରେ ଦୀପ ଜାଳିକି ପୂଜା କରନ୍ତୁ, ଏହା କରିବା ଦ୍ଵାରା ଆପଣଙ୍କର ଓ ଆପଣ ପରିବାରର ମଙ୍ଗଳ ହେବ । ପୂଜା କରିବା ସମୟରେ ଘଣ୍ଟି ଓ ଶଙ୍ଖର ବ୍ୟବହାର କରି ପୂଜା କରନ୍ତୁ । ଠାକୁର ଘରେ ଗୋଟିଏ ଗ୍ଲାସରେ ସୁଧ ଜଳ ଭର୍ତ୍ତି କରି ରଖନ୍ତୁ ଓ ସକାଳେ ଏହି ଜଳକୁ ଗଛ ମୂଳରେ ଦେଇ ଦିଅନ୍ତୁ । ଠାକୁର ଘରକୁ ଲାଇଟ କଲର ଦ୍ଵାରା ରଙ୍ଗ କରନ୍ତୁ । ଏହି ନୀତି ମାନି ଠାକୁର ପୂଜା କରିବା ଦ୍ଵାରା ଆପଣଙ୍କ ପରିବାର ମଙ୍ଗଳ ହେବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ, ତେବେ କମେଣ୍ଟ କରିକି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *